Posted inଖେଳ

ଡେଭିସ୍‌ କପ୍‌: ଭାରତୀୟ ଚ୍ୟାଲେଞ୍ଜ ଏଣିକି କଷ୍ଟକର

ନୂଆଦିଲ୍ଲୀ, ୮ା୯ (ପି.ଟି.)- ଟେନିସ ଖେଳର ବିଶ୍ୱ ପରିଚଳାନା ପରିଷଦ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ (ଆଇଟିଏଫ୍‌) ଡେଭିସ୍‌ କପ୍‌ ଫର୍ମାଟରେ ଆଉ ଏକ ପରିବର୍ତ୍ତନ କରିଛି। ଆଞ୍ଚଳିକ ସ୍ତରରେ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ପ୍ରତିଯୋଗିତାକୁ ଉଚ୍ଛେଦ କରିଛି, ଯଦ୍ଦ୍ବାରା ଭାରତର କ୍ୱାଲିଫାୟର୍ସ ପଥ ଅଧିକ କଷ୍ଟସାଧ୍ୟ ହୋଇଛି। ୨୦୨୦ରୁ ଭାରତୀୟ ଦଳକୁ ଉନ୍ନତ ୟୁରୋପ, ଦକ୍ଷିଣ ଓ ଉତ୍ତର ଆମେରକୀୟ ରାଷ୍ଟ୍ରଗୁଡ଼ିକ ସହ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତ୍ତମାନ ଆମେରିକା, ଏସିଆ/ଓସେନିଆ, ଏବଂ ୟୁରୋପିଆନ/ଆଫ୍ରିକା ତିନୋଟି ଜୋନ୍‌ରେ ଚାରୋଟି ଗ୍ରୁପ୍‌ ୧,୨, ୩,୪ ରହିଛି। ନୂତନ ଫର୍ମାଟ ଅନୁସାରେ ୨୦୨୦ଠାରୁ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌ -୨ ରହିବ ନାହିଁ। ଏହା ପରିବର୍ତ୍ତେ ଓ୍ବାଲର୍‌ଡ ଗ୍ରୁପ୍‌-୧ରେ ୨୪ଟି ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌ -୨ରେ ୨୪ଟି ଦଳ ରହିବେ। ଏହା ନିଶ୍ଚିତ କୌତୂହଳପୂର୍ଣ୍ଣ ହେବ, କିନ୍ତୁ ଆମ ପାଇଁ କଷ୍ଟକର। ଏସିଆରେ ଆମେ ପ୍ରଭାବୀ ଦଳ ରହିଥିଲୁ। ମାତ୍ର ଏଣିକି ଆମ ପାଇଁ ପ୍ରତ୍ୟେକ ମ୍ୟାଚ କଷ୍ଟକର ହେବ ବୋଲି ଭାରତର ଅଣ ଖେଳାଳି ଅଧିନାୟକ ମହେଶ ଭୂପତି ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ କ୍ୱାଲିଫାୟର୍ସର ୧୨ ପରାଜିତ ଦେଶ ଏବଂ ନୂତନ ଭାବେ ପ୍ରଚଳିତ ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ର ୧୨ଟି ଦଳକୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୧ ଗଠନ ହେବ। ଓ୍ବାଲର୍‌ଡ ଗ୍ରୁପ୍‌-୧ ପ୍ଲେ-ଅଫ୍‌ରୁ ୧୨ ପରାଜିତ ଦଳ ଏବଂ ଓ୍ବାଲର୍‌ଡ ଗ୍ରୁପ୍‌-୨ ପ୍ଲେ-ଅଫ୍‌ରୁ ୧୨ ବିଜେତାଙ୍କୁ ନେଇ ଓ୍ବାଲର୍‌ଡ ଗ୍ରୁପ୍‌-୨ ଗଠନ ହେବ। ୨୦୨୦ ମାର୍ଚ୍ଚରେ କ୍ୱାଲିଫାୟର୍ସ ସହିତ ଏକ ସଙ୍ଗରେ ପ୍ଲେ-ଅଫ୍‌ ମ୍ୟାଚଗୁଡ଼ିକ ଖେଳାଯିବ। ଦୁଇ ଦିନିଆ ମୁକାବିଲା ନିଜ ଦେଶ ଏବଂ ବାହାରେ ଖେଳାଯିବ। ଜାତୀୟ ଆସୋସିଏଶନଗୁଡ଼ିକ ସହିତ ପରାମର୍ଶକ୍ରମେ ଏହି ନୂଆ ଫର୍ମାଟ କରାଯାଇଛି। ଯାହାଫଳରେ ଡେଭିସ୍‌ କପ୍‌ରେ ବିଶ୍ୱବ୍ୟାପୀ ଅଧିକ ଦେଶ ଭାଗ ନେଇପାରିବେ। ଦେଶଗୁଡ଼ିକ ନୂଆ ନୂଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ଖେଳିବାର ସୁଯୋଗ ପାଇ ପାରିବେ। ଡେଭିସ୍‌ କପ୍‌ରେ ଆଇଏଟିଏଫ୍‌ର ଏହା ଦ୍ୱିତୀୟ ବଡ଼ ପରିବର୍ତ୍ତନ। ବର୍ଷ ଶେଷ ଫାଇନାଲ୍ସ ପ୍ରଚଳନ କରିସାରିଛି। ଏଥିରେ ୧୮ଟି ଦଳ ମଧ୍ୟରେ ଟାଇଟଲ ମୁକାବିଲା ହେବ। ଏହି ପ୍ରତିଯୋଗିତା ଗୋଟିଏ ସ୍ଥାନରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବ। ଏସିଆ/ଓସେନିଆ ଗ୍ରୁପ୍‌-୧ରେ ଭାରତର ପ୍ରଧାନ୍ୟ ରହିଥିଲା। ବହୁ ବର୍ଷ ଧରି ଦଳ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଆସୁଥିଲା। ପୂର୍ବରୁ ଚଳିଆସୁଥିବା ଫର୍ମାଟ ଅନୁସାରେ ଭାରତୀୟ ଦଳକୁ କୋରିଆ, ନ୍ୟୁଜିଲାଣ୍ଡ, ଚାଇନା, ପାକିସ୍ତାନ, ଚାଇନିଜ ତାେଇପ, ଲେବାନନ ଏବଂ ଉଜ୍‌ବେକିସ୍ତାନ ଭଳି ଦେଶ ସହିତ ମୁକାବିଲା କରିବାକୁ ପଡୁଥିଲା। ଏହି ଦେଶଗୁଡ଼ିକରେ ଭଲ ଖେଳାଳିଙ୍କ ସଂଖ୍ୟା ଖୁବ୍‌ କମ। କିନ୍ତୁ ୨୦୨୦ରେ ନୂଆ ଫର୍ମାଟ ପ୍ରଚଳନ ହେବା ପରେ ଭୂପତିଙ୍କ ଦଳକୁ ମ୍ୟାଚ ଜିତିବା ସହଜ ହେବ ନାହିଁ। ଆସନ୍ତା ସପ୍ତାହରେ ଆଞ୍ଚଳିକ ଗ୍ରୁପ୍‌-୧ ଏବଂ ଗ୍ରୁପ୍‌-୨ ମୁକାବିଲାଗୁଡ଼ିକ ପରେ ଓ୍ବାଲର୍‌ଡ ଗ୍ରୁପ୍‌-୧ ଏବଂ ୨ରେ ୨୦୨୦ ଡେଭିସ୍‌ କପ୍‌ କ୍ୱାଲିଫାୟର୍ସ ଏବଂ ପ୍ଲେ-ଅଫ୍‌ ଲାଇନ୍‌ ଅପ୍‌ ସ୍ଥିର ହେବ। ଦୁଇ ପଡୋଶୀ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଯୋଗୁ ଭାରତର ପାକିସ୍ତାନ ବିପକ୍ଷ ମୁକାବିଲା ବାତିଲ ହୋଇଛି। ତେଣୁ ଲାଇନ୍‌-ଅପ୍‌ରେ ଭାରତର ସ୍ଥିତି କ’ଣ ହେବ ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତା ଘୁଚିପାଲି ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମକା ବୋଝେଇ ଟ୍ରକ

ବଲାଙ୍ଗିର,୪।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଏନଏଚ ୨୬ ଜାତୀୟ ରାଜପଥ ବଲାଙ୍ଗିର ଟିଟିଲାଗଡ ରାସ୍ତା ଘୁଚି ପାଲି ଛକ ନିକଟରେ ରବିବାର ଏକ ମକା...

ବ୍ରିଜ୍‌ରୁ ତଳକୁ ଖସିଲା ବାଇକ୍‌, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ମୋହନା,୪।୧( ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମହେନ୍ଦ୍ରଗଡ ଗାଁ ନିକଟରେ ଥିବା ବ୍ରିଜ ତଳ ନଈକୁ ଖସିଲା ବାଇକ। ବାଇକ୍‌ ଖସିବା ଫଳରେ ଜଣେ...

ଭାରତୀୟ ବଂଶୋଦ୍ଭବ ଡେମ୍‌ହୁଡ୍‌

ଣସି ଏକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିଟେନ୍‌ ପକ୍ଷରୁ ନାଇଟ୍‌ହୁଡ୍‌ ଉପାଧିରେ ଜଣଙ୍କୁ ଭୂଷିତ କରାଯାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ସାମରିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ...

ଥୁଆମୂଳ ରାମପୁରରେ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା’ର ଶୁଭାରମ୍ଭ

ଥୁଆମୂଳ ରାମପୁର, ୪।୧ (ଦୁର୍ଗା କୀର୍ତ୍ତି): ଆସନ୍ତା ୬ ଓ ୭ ତାରିଖରେ ସ୍ଥାନୀୟ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି...

ବର୍ଷର ପ୍ରଥମ ପଥ ଉତ୍ସବ: ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ

ଭୁବନେଶ୍ୱର,୪।୧: ଆଜି ପଥ ଉତ୍ସବ। ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି। ମାଷ୍ଟର୍‌ କ୍ୟାଣ୍ଟିନ ଛକଠାରୁ ରାମ ମନ୍ଦିର...

ପୁଣି ବଢିଯିବ ସୁନା ଦର! ଆମେରିକାର ଆକ୍ରମଣ ପରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୧: ଦେଶରେ ସୁନା ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ପୂର୍ୱରୁ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ, ଆମେରିକା ଆକ୍ରମଣ ପରେ ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି...

୫ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ବୁଲନ୍ଦଶହର,୪।୧ : ଉତ୍ତରପ୍ରଦେଶରେ ୫ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ...

ବିତର୍କରେ ଆରାବଳୀ

ଶ୍ୱର ସର୍ୱ ପୁରାତନ ପର୍ୱତମାଳା ମଧ୍ୟରେ ଆରାବଳୀ ଅନ୍ୟତମ। ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ ଗୁଜରାଟ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ରାଜ୍ୟର ଭୌଗୋଳିକ ସୀମା ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri