ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ। ରାତିରେ ସମସ୍ତେ ସୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ସାହିର ରସା ନନ୍ଦ ବାରିକ, ବଳରାମ ବାରିକ, ଜଗନ୍ନାଥ ବାରିକ ଓ ଅଗଣି ଚରଣ ବାରିକଙ୍କ ଘର ଜଳି ଯାଇଛି। ଘରେ ଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲୁଗାପଟା, ଧାନ, ଚାଉଳ, ଟଙ୍କା ସୁନା ପୋଡି ପାଉଁଶ ହୋଇ ଯାଇଛ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।
Dharitri – The Largest & Most Trusted Odia Daily

