ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକାସଂସ୍ଥା ଅର୍ଥ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟର ନିର୍ଦ୍ଦେଶ  ମୁତାବକ ସୋମବାର ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି  ବାମ  ବନ୍ଧ କେନାଲ ଅଧିକ୍ଷଣ  ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୋଟ  ପକ୍ଷରୁ ସିଲ୍‌ କରାଯାଉଛି। କଟକ କମର୍ସିଆଲ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୋର୍ଟ କର୍ମଚାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍‌ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏକ ଠିକାସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ ଯୋଗାଇ ଦିଆଯାଇ ନ ପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହାସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା।
ଠିକାଦାର ଜଣକ ନିଜର ହକ ପାଇଁ ଆର୍ବିଟ୍ରେସନର ସହାୟତା ନେଇଥିଲେ। ଯେଉଁଠାରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଟି କାମ ବାବଦକୁ ପ୍ରାୟ ୫୨ ଲକ୍ଷ ଏବଂ ୨୯ ଲକ୍ଷ ଟଙ୍କା ବକେୟା ରହିଥିଲା। ଯାହା ବର୍ତ୍ତମାନ ପ୍ରାୟ ସୁଧସହ ୩କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ବିରୋଧ କରି ଜଳସେଚନ ବିଭାଗ, ଜିଲା କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ସେମାନେ ବିଫଳ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗ ଟଙ୍କା ପଇଠ ନ କରିବାରୁ ମାମଲାଟି କଟକ କମର୍ସିଆଲ କୋର୍ଟକୁ ଯାଇଥିଲା। ଦୁଇ ବର୍ଷ ଧରି ମାମଲା ଚାଲିବା ପରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଫିସଟିକୁ ଆଟାଚମେଣ୍ଟ ବା ସିଲ କରାଯାଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମା ଟଙ୍କା ଦେଲାନି ବ୍ୟାଙ୍କ୍‌, ଭଉଣୀଙ୍କ କଙ୍କାଳକୁ ଖୋଳି ବ୍ୟାଙ୍କ୍‌କୁ ଆଣିଲେ ଭାଇ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପାଟଣା ଥାନା ମଲ୍ଲୀ ପଶି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ମୃତ ଭଉଣୀର କଙ୍କାଳ ଶ୍ମଶାନରୁ…

ବର୍ଷା ପୂର୍ୱରୁ ରାସ୍ତା ମରାମତି, କଲର୍ଭଟ ନିର୍ମାଣ ଦାବି ତେଜିଲା

ସୁନାବେଡା/ସେମିଳିଗୁଡ଼ା,୨୭ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)- କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ…

ବ୍ରହ୍ମପୁର ଗଲେ ଭଞ୍ଜନଗର କେଭି ଭଲିବଲ ଟିମ୍‌

ଭଞ୍ଜନଗର,୨୭/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଭଲିବଲ ଟିମ ଦୁଇଟି ବର୍ଗରେ ୨୮ ଜଣ ଛାତ୍ରୀଛାତ୍ର ବ୍ରହ୍ମପୁରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ…

ପ୍ରଧାନଶିକ୍ଷକଙ୍କ ସହିତ ୨ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଏହି କାରଣ ପାଇଁ…

ନୀଳଗିରି, ୨୭।୪( ପ୍ରଶାନ୍ତ ବିଶ୍ୱାସ ): ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ। ବାଲେଶ୍ବର ଜିଲା…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଆକାଉଣ୍ଟ ମ୍ୟାନେଜର ଗିରଫ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ସ୍ଥିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଆକାଉଣ୍ଟ ମ୍ୟାନେଜର ପରମେଶ୍ୱର…

ମେ’ ୧ରୁ କାର୍ଯ୍ୟକାରୀ ହେବ ଏହି ୮ ନିୟମ, ଆପଣଙ୍କ ପକେଟ୍‌କୁ କରିବ ପ୍ରଭାବିତ, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୨୭।୪: ମେ ୧ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବ । ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ଜୀବନ ଉପରେ ଏକ ବଡ଼…

ଏମ୍‌ପି, ଏମ୍‌ଏଲଏ ପ୍ରତିନିଧିଙ୍କ ବିରୋଧରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଭାଜପା କର୍ମୀ

ପାଟଣା,୨୭ା୪(ବୀରକିଶୋର ଦାଶ): ଅଢ଼େଇ ବର୍ଷର ଭାଜପା ସରକାର ଶାସନ କରିବା ପରେ ସୋମବାର ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ଓ ନେତାମାନେ ଖୋଲାଖୋଲି କେନ୍ଦୁଝର ଏମ୍‌ପି…

ମେ ୧ରୁ ବଦଳିବ LPG ଗ୍ୟାସ ନିୟମ! ବାଧ୍ୟତାମୂଳକ ହେବ…

ନୂଆଦିଲ୍ଲୀ,୨୭।୪: ମେ ମାସ ପାଖେଇ ଆସୁଥିବାରୁ, ଏଲପିଜି ସିଲିଣ୍ଡର ବୁକିଂ ନିୟମରେ ଆହୁରି ପରିବର୍ତ୍ତନ ହେବାର ଖବର ପୁଣି ଥରେ ଶିରୋନାମା ପାଲଟିଛି। ଫେବୃଆରୀ ୨୮ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri