ଏମ୍‌ପି, ଏମ୍‌ଏଲଏ ପ୍ରତିନିଧିଙ୍କ ବିରୋଧରେ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଭାଜପା କର୍ମୀ

ପାଟଣା,୨୭ା୪(ବୀରକିଶୋର ଦାଶ): ଅଢ଼େଇ ବର୍ଷର ଭାଜପା ସରକାର ଶାସନ କରିବା ପରେ ସୋମବାର ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ଓ ନେତାମାନେ ଖୋଲାଖୋଲି କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ପାଟଣା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏମ୍‌ପି ଓ ବିଧାୟକ କର୍ମକର୍ତ୍ତାଙ୍କୁ ଅଣଦେଖା କରି ତାଙ୍କ ପ୍ରତିନିଧିଙ୍କ ଜରିଆରେ ଗୋଟେ କାର୍ଯ୍ୟକୁ ୨/୩ଜଣଙ୍କୁ କାର୍ଯ୍ୟାଦେଶ ଦେଉଥିବାର ଅଭିଯୋଗ କରି ପାଟଣା ବ୍ଲକକୁ ଶତାଧିକ ସନ୍ତୋଷ ଭାଜପା କର୍ମୀ, ନେତା ଓ ସମର୍ଥକ ଘେରାଉ କରିଛନ୍ତି।

ସୂଚନାଯୋଗ୍ୟ, ଭାଜପା ସରକାର ପୂର୍ବରୁ ବିଜେଡି ସରକାର ସମୟରେ ହେଉଥିବା ବିଭିନ୍ନ ଦୁର୍ନୀତି ଓ ହେରଫେର ବିରୋଧରେ ସେତେବେଳେ ଏମାନେ ସ୍ବର ଉଠାଇ ଆସିଥିଲେ। ଭାଜପାର ସରକାର କ୍ଷମତାକୁ ଆସିବା ପରେ ବି ବ୍ୟବସ୍ଥାର ସୁଧାର ଆସି ନାହିଁ ବୋଲି ପାଟଣା ମଣ୍ଡଳ ଭାଜପାର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଶତାଧିକ ଭାଜପା ନେତା, କର୍ମୀ ଏବଂ ସମର୍ଥକ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏମ୍‌ପି ପ୍ରତିନିଧି, ବିଧାୟକ ପ୍ରତିନିଧି ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ଗୋଟିଏ କାର୍ଯ୍ୟାଦେଶ ୨ରୁ ୩ ଜଣଙ୍କୁ ବଣ୍ଟା ହେଉଛି। ଏପରିକି କାର୍ଯ୍ୟାଦେଶ ଦେବା ପାଇଁ ଆଗୁଆ ପ୍ରତିନିଧିମାନେ ପିସି ଆଡଭାନ୍ସ ଉଠେଇ ନେଉଛନ୍ତି ବୋଲି ଅଭିଯୋଗ ହୋଇଛି। ବାହାର ଅଞ୍ଚଳର ଲୋକଙ୍କୁ କାମ ମିଳୁଛି ପଛେ ନିଜ ଗାଁ, ପଞ୍ଚାୟତ ଲୋକଙ୍କୁ କାମ ମିଳିପାରୁନାହିଁ ବୋଲି ପାଟଣା ଭାଜପା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ କହିଛନ୍ତି। ଯାହା ଫଳରେ ଗାଁ ଗାଁ ଭିତରେ କଳି ହେଉଛି, କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଜୁ ଜନତା ଦଳ ସମୟରେ ଯେଉଁମାନେ ଠିକାଦାରୀ କରୁଥିଲେ, ଆଜି ବି ସେହିମାନେ ହିଁ ଠିକାଦାରୀ କରିବା ଦୁର୍ଭାଗ୍ୟଜନକ ବୋଲି କଲ୍ୟାଣ ମହାନ୍ତ କହିଛନ୍ତି। ଭାଜପା ନେତା ଓ କର୍ମୀମାନେ ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟଙ୍କୁ ଏହି ମର୍ମରେ ଦାବିପତ୍ର ଦେଇଛନ୍ତି ଯେପର୍ଯ୍ୟନ୍ତ ବିଧାୟକ, ଏମ୍‌ପିଙ୍କ ସହିତ ଏ ସମସ୍ୟାର ସମାଧାନ ନେଇ ବାଟ ପ୍ରସ୍ତୁତ ନ ହୋଇଛି, ସେ ପର୍ଯ୍ୟନ୍ତ ବ୍ଲକର ସମସ୍ତ କାର୍ଯ୍ୟାଦେଶକୁ ବନ୍ଦ ରଖାଯାଉ। ଏମ୍‌ପି ଓ ବିଧାୟକଙ୍କ ପ୍ରତିନିଧି ଦ୍ୱାରା ଦିଆ ଚିଠାକୁ ଅଧିକାରୀ ଅଗ୍ରାହ୍ୟ କରି ମଣ୍ଡଳ ସଭାପତିଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟାଦେଶ ବଣ୍ଟନ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ଚେତାବନୀ ଦିଆଯାଇଛି।

ଭାଜପା ବରିଷ୍ଠ କର୍ମୀ ଅର୍ଜୁନ ମହାନ୍ତ, ରବୀନ୍ଦ୍ର ମହାନ୍ତ, ସୁରେଶ ମହାନ୍ତ, ପ୍ରକାଶ ସେଠୀ, ଯୁଧିଷ୍ଠିର ମହାନ୍ତ, ଗୋପାଳ ମହାନ୍ତ, ଉମାକାନ୍ତ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ସଞ୍ଜୟ ପଲେଇ, ନିତେଶ ମହାନ୍ତ, ଚୌଧୁରୀ ନାଏକ, ମଧୁସୂଦନ ମହାନ୍ତ, ଦାନ୍ଦୁଲୁ ବରଡିଆ, ଲକ୍ଷ୍ମୀଧର ମହାନ୍ତ, ମନସୁର ଆଲମ, ହରିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ତିନି ମଣ୍ଡଳର ଶତାଧିକ କର୍ମକର୍ତ୍ତା ଏକତ୍ରିତ ରହିଥିଲେ। ଏମ୍‌ପି ଓ ବିଧାୟକଙ୍କ ବ୍ଲକ ପ୍ରତିନିଧିଙ୍କ ବିରୋଧରେ କର୍ମୀ ଅସନ୍ତୋଷକୁ ଉଭୟ ଏମ୍‌ପି ଏବଂ ବିଧାୟକ କିଭଳି ସମାଧାନ କରୁଛନ୍ତି ସେ ନେଇ ଉତ୍ସୁକତା ବୃଦ୍ଧିପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଗଞ୍ଜାମ ଜିଲାକୁ ଅରେଞ୍ଜ ଆଲର୍ଟ: ୪ ଦିନ ଅତି ପ୍ରବଳ ବର୍ଷା, ଅଶାନ୍ତ ରହିବ…

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଆଗାମୀ ୨୧ ତାରିଖରୁ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?