Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବୃଥା ବିବାଦ, କଥା କଟାକଟି, ଟଣାଓଟରା ମଧ୍ୟରେ ଠିକ୍‍ ନିଷ୍ପତ୍ତିରେ ଉପନୀତ ହୋଇପାରିବେ ନାହିଁ। କିନ୍ତୁ ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିପାରିବେ। ଅର୍ଥ ସଙ୍କଟକୁ ବନ୍ଧୁ ସୁଧାରିନେବେ, କିନ୍ତୁ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ।
ବୃଷ
ବୃଷ
ବୁଧଙ୍କ ସ୍ଥିତିଜନିତ ଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଯାତ୍ରାକାଳରେ ଅପରିଚିତାଙ୍କ ସହ ମିତ୍ରତା କରିବାକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି। ଗୃହସୀମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦ୍ୱିତାରେ ଉଦ୍‍ବେଗ ବଢ଼ିପାରେ। ତୃତୀୟାଧିପ ଷଷ୍ଠସ୍ଥ ଯୋଗୁ ଭାଇନ୍‍ଭଉଣୀଙ୍କ ମତାନ୍ତରର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ସପ୍ତମସ୍ଥ ଯୋଗୁ ପରିବାରରେ ବିତର୍କ ସାଙ୍ଗକୁ ଯାତ୍ରା, ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ଶିକ୍ଷା,ପରୀକ୍ଷା,ନୂତନ ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବା ଆଶା ରହିଛି। ବନ୍ଧୁଙ୍କ ନିକଟରେ ମନକଥା ଲୁଚାଇ ରଖିପାରିବେ ନାହିଁ , କିନ୍ତୁ କହିସାରିବା ପରେ ମନସ୍ତାପ କରିବେ।
କର୍କଟ
କର୍କଟ
ରାଶ୍ୟାଧିପ ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ଶନି କ୍ଷେତ୍ରସ୍ଥ ଶୁକ୍ର ଯୋଗୁ ଭଲ ଚିନ୍ତାକଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ। କିନ୍ତୁ ଉଚ୍ଚାରୋହୀ ମଙ୍ଗଳଙ୍କ ପ୍ରଭାବରେ ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସି˚ହ
ସି˚ହ
ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ପରିବାର, ଯାତ୍ରା, ବନ୍ଧୁସମ୍ପର୍କ ଏବଂ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଅବିସ୍ମରଣୀୟ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପଶ୍ଚାନ୍ତେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ସାହିତ୍ୟ, ଗବେଷଣା, କ୍ରୀଡ଼ା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ।
କନ୍ୟା
ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆର୍ଥିକ ଉନ୍ନତି, ବନ୍ଧୁମିଳନ ଏବଂ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଆବଶ୍ୟକତା ପାଇପାରିବେ। ସହକର୍ମୀ ସହଯୋଗର ହାତ ବଢ଼ାଇପାରନ୍ତି। ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତାକରିବେ। ମାଙ୍ଗଳିକ କାର୍ଯ୍ୟ, ନୂତନ ବାଣିଜ୍ୟ,ଭ୍ରମଣ ସକାଶେ ଯୋଜନା କରିପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ ଦିଗରୁ କିଛି ନା କିଛି ବ୍ୟତିକ୍ରମ ରହିଥିଲେ ମଧ୍ୟ ଲକ୍ଷ୍ୟପଥର ଯାତ୍ରା ଅବ୍ୟାହତ ରହିବ। ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କିମ୍ବା ଅର୍ଥସମ୍ପର୍କିତ ସମସ୍ୟା ସମାଧାନ ହୋଇଯିବ। ସ୍ବ୍ୟାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ବନ୍ଧୁଙ୍କ ସହ ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା
ବିଛା
ବୃହସ୍ପତିଙ୍କ ସୁଦୃଷ୍ଟିଜନିତ ନୂତନ ଚିନ୍ତା, ବନ୍ଧୁ ସମ୍ପର୍କ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ସମୟୋଚିତ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା ଏବଂ ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ। ଅନୁରାଧା ନକ୍ଷତ୍ର ସକାଶେ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ
ଧନୁ
ଧନଭାବସ୍ଥ ଶୁକ୍ର ବନ୍ଧୁଙ୍କ ନିକଟରୁ ଆଦର, ଗୌରବ ପାଇବା ସହ ମନୋରଞ୍ଜନର ପରିବେଶ ପ୍ରଦାନ କରିବ। ଈର୍ଷାପରାୟଣ ସହକର୍ମୀଙ୍କ ପ୍ରାୟୋଜିତ ମିଥ୍ୟାଭିଯୋଗ କର୍ମକ୍ଷେତ୍ର ସକାଶେ ବାଧକ ସାଜିବା ଆଶଙ୍କା ରହିଛି। ମନ ଭଲ ନ ଥିଲେ ମଧ୍ୟ ଦୈନିକଚର୍ଯ୍ୟା କ୍ଷେତ୍ରରେ ନିତିଦିନିଆ କାମକୁ ଛାଡ଼ିପାରିବେ ନାହିଁ।
ମକର
ମକର
ତୃତୀୟାଧିପ ଷଷ୍ଠସ୍ଥ ଯୋଗୁ ବନ୍ଧୁ ବିରୋଧ ସାଙ୍ଗକୁ ଭ୍ରାତୃ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ନିଜ କାମ ଛାଡ଼ି ଆଜ୍ଞାବହ ଭାବରେ ପର କାମରେ ମନ ଦେଇ ଘରକାମକୁ ଅଣଦେଖା କରିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଏବଂ ପାରିବାରିକ ପରିସ୍ଥିତି ପ୍ରାୟତଃ ଭଲ ରହିବ। ବକେୟା ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଶନିଙ୍କ ସ୍ଥିତି ଆର୍ଥିକ ଅନଟନ ସାଙ୍ଗକୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରାଇ ଭାବୁକ ବନାଇଦେଇପାରେ। ଆଜି ଆପଣଙ୍କ କୌଣସି କାମ ଅଟକିବ ନାହିଁ ତଥାପି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଶିଳ୍ପ,ବାଣିଜ୍ୟ, ପରିବହନ, ନିର୍ମାଣ ଏବଂ କଚେରି ମାମଲାରେ ସଫଳତା ମିଳିବ। ଥଣ୍ଡାଜନିତ ପୀଡ଼ାରେ କଷ୍ଟ ଅନୁଭବ କରିପାରନ୍ତି।
ମୀନମୀନ
ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ, କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। ବ୍ୟବସାୟ, ପରିବହନ, ଦୂରଯାତ୍ରାରୁ ସୁଫଳ ପାଇବେ। ଏକାଦଶ ଭାବରେ ଶୁକ୍ର ଉଚ୍ଚଶିକ୍ଷା, ସନ୍ତାନଙ୍କ କୃତିତ୍ୱ ଏବଂ ବନ୍ଧୁଙ୍କ ସହ ଆଲୋଚନାର ସୁଯୋଗ ପ୍ରଦାନ କରିବ ା ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟିକ ଦିଗରୁ ଦିନଟି ପ୍ରୀତିପ୍ରଦ ରହିବ ା

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ନିୟନ୍ତ୍ରିତ ସ୍ବାସ୍ଥ୍ୟ ସମସ୍ୟ, ଉତ୍ତମ ବୁଝାମଣା ଏବଂ କାର୍ଯ୍ୟ ହାସଲର ସୁଯୋଗ ଲାଭ କରି ଖୁସି ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ...

ରାଶିଫଳ: ରବିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ ଚନ୍ଦ୍ର ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ପରିବାରର ସହମତି ପାଇବେ ନାହିଁ। କେତୁଙ୍କ ପ୍ରଭାବରୁ ସମ୍ପର୍କ ହାନି, ସନ୍ତାନଙ୍କ ବିଶୃଙ୍ଖଳା, ବିଫଳ ଆଲୋଚନା,...

ରାଶିଫଳ: ଶନିବାର, ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ।...

ରାଶିଫଳ: ଶୁକ୍ରବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ବାଧକାଧିପଙ୍କ ଦୃଷ୍ଟିରେ ରହିଥିବାରୁ ପାରିବାରିକ ଶାନ୍ତି ଭଗ୍ନ ହୋଇପାରେ। ପାପଗ୍ରହ ଦୃଷ୍ଟ ଚତୁର୍ଥାଧିପତି ହେତୁ ଯାନବାହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ...

ରାଶିଫଳ: ଗୁରୁବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ ଆଜି ସୁଖସମୃଦ୍ଧି ବୃଦ୍ଧି, ଶୁଭଖବର ପ୍ରାପ୍ତି ସାଙ୍ଗକୁ ବନ୍ଧୁମିଳନରୁ ଖୁସି ରହିବେ। ସ୍ବାସ୍ଥ୍ୟସମସ୍ୟା ଦୂରୀଭୂତ ହେବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁତା କରୁଥିବା...

ରାଶିଫଳ: ବୁଧବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହିତ କେତୁ ଯୁକ୍ତ ହୋଇଥିବାରୁ ସନ୍ତାନଙ୍କ ଯୋଗୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଜୀବନରେ...

ରାଶିଫଳ:ମଙ୍ଗଳବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଚନ୍ଦ୍ର ପାରିବାରିକ ଶାନ୍ତି ଏବଂ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ଖୁସିରହିବେ। ବ୍ୟବସାୟ,ପରିବହନ,ପ୍ରଶାସନ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଶୁଭଫଳ ପାଇବେ। ଯାନ୍ତ୍ରିକ ମରାମତି ଓ...

ରାଶିଫଳ:ସୋମବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ଅନୁଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri