ଚଳିତ ବର୍ଷ ଓଡ଼ିଶାରେ ୫୫ ଦିନ ବନ୍ଦ ରହିବ ବ୍ୟାଙ୍କ; ଜାଣନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା

ଭୁବନେଶ୍ୱର,୮ା୧: ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଜାତୀୟ ଛୁଟିଦିନ, ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଓଡ଼ିଶାର ସାଂସ୍କୃତିକ ପର୍ବ ଯଥା ରଥଯାତ୍ରା, ନୂଆଖାଇ, ରଜ ସଂକ୍ରାନ୍ତି, ମହା ବିଷୁବ ସଂକ୍ରାନ୍ତି (ଓଡ଼ିଆ ନବବର୍ଷ) ଏବଂ ଦୁର୍ଗାପୂଜା ପାଇଁ ବ୍ୟାଙ୍କଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। ଏଥିସହିତ ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଗାନ୍ଧୀ ଜୟନ୍ତୀ ଭଳି ଜାତୀୟ ଦିବସରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ।

୨୦୨୬ ମସିହାର ବ୍ୟାଙ୍କ ଛୁଟି ତାଲିକା:

ମାସ ତାରିଖ ଏବଂ ଛୁଟିର କାରଣ

ଜାନୁଆରୀ ୧୦ (୨ୟ ଶନିବାର), ୧୪ (ମକର ସଂକ୍ରାନ୍ତି), ୨୩ (ବସନ୍ତ ପଞ୍ଚମୀ), ୨୪ (୪ର୍ଥ ଶନିବାର), ୨୬ (ଗଣତନ୍ତ୍ର ଦିବସ)

ଫେବୃଆରୀ ୧୪ (୨ୟ ଶନିବାର), ୧୫ (ମହାଶିବରାତ୍ରି), ୨୮ (୪ର୍ଥ ଶନିବାର)

ମାର୍ଚ୍ଚ ୩ (ହୋଲି), ୫ (ପଞ୍ଚାୟତିରାଜ ଦିବସ), ୧୪ (୨ୟ ଶନିବାର), ୨୧ (ଈଦ୍-ଉଲ୍-ଫିତର), ୨୭ (ରାମ ନବମୀ), ୨୮ (୪ର୍ଥ ଶନିବାର)

ଏପ୍ରିଲ ୧ (ଉତ୍କଳ ଦିବସ/ବ୍ୟାଙ୍କ ବାର୍ଷିକ ଆକାଉଣ୍ଟ ବନ୍ଦ), ୩ (ଗୁଡ୍ ଫ୍ରାଇଡେ), ୧୧ (୨ୟ ଶନିବାର), ୧୪ (ମହା ବିଷୁବ ସଂକ୍ରାନ୍ତି), ୨୫ (୪ର୍ଥ ଶନିବାର)

ମେ ୯ (୨ୟ ଶନିବାର), ୨୩ (୪ର୍ଥ ଶନିବାର), ୨୭ (ବକ୍ରିଦ୍)

ଜୁନ ୧୩ (୨ୟ ଶନିବାର), ୧୪ (ପହିଲି ରଜ), ୧୫ (ରଜ ସଂକ୍ରାନ୍ତି), ୨୬ (ମହରମ), ୨୭ (୪ର୍ଥ ଶନିବାର)

ଜୁଲାଇ ୧୧ (୨ୟ ଶନିବାର), ୧୬ (ରଥଯାତ୍ରା), ୨୫ (୪ର୍ଥ ଶନିବାର)

ଅଗଷ୍ଟ ୮ (୨ୟ ଶନିବାର), ୧୫ (ସ୍ୱାଧୀନତା ଦିବସ), ୨୨ (୪ର୍ଥ ଶନିବାର), ୨୫ (ଈଦ୍-ଏ-ମିଲାଦ), ୨୭ (ଝୁଲଣ ପୂର୍ଣ୍ଣିମା)

ସେପ୍ଟେମ୍ବର ୪ (ଜନ୍ମାଷ୍ଟମୀ), ୧୨ (୨ୟ ଶନିବାର), ୧୫ (ଗଣେଶ ଚତୁର୍ଥୀ), ୧୬ (ନୂଆଖାଇ), ୨୬ (୪ର୍ଥ ଶନିବାର)

ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ), ୧୦ (ମହାଳୟା), ୧୮ (ମହା ସପ୍ତମୀ), ୧୯ (ମହା ଅଷ୍ଟମୀ), ୨୦ (ମହା ନବମୀ), ୨୧ (ବିଜୟା ଦଶମୀ), ୨୪ (୪ର୍ଥ ଶନିବାର), ୨୫ (ଲକ୍ଷ୍ମୀ ପୂଜା)

ନଭେମ୍ବର ୮ (ଦୀପାବଳି), ୧୪ (୨ୟ ଶନିବାର), ୨୪ (କାର୍ତ୍ତିକ ପୂର୍ଣ୍ଣିମା), ୨୮ (୪ର୍ଥ ଶନିବାର)

ଡିସେମ୍ବର ୧୨ (୨ୟ ଶନିବାର), ୨୫ (ବଡ଼ଦିନ), ୨୬ (୪ର୍ଥ ଶନିବାର)


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

ଭଞ୍ଜନଗର ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ: ଥଣ୍ଡାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡିରେ ଅତ୍ୟଧିକ ଥଣ୍ଡା ଯୋଗୁ ଶୁକ୍ରବାର ରାତିରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ଗାଙ୍ଗପୁର ଥାନା...

ଶୀତରୁ ନିସ୍ତାର ନାହିଁ: ଏହି ସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୦।୧: ଶୀତରୁ ନିସ୍ତାର ନାହିଁ। ଏଭଳି ସ୍ଥିତିରେ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ରାଜ୍ୟର ୬ ଜିଲାକୁ ୟେଲୋ...

ଦାବି ଶୁଣି ଆକ୍ସନ ମୋଡରେ ଜିଲାପାଳ: ବଦଳିଲେ ଏବିଡିଓ

ପୁରୁଷୋତ୍ତମପୁର,୧୦।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ଦୀର୍ଘ ଦିନଧରି ଲାଗିରହିଥିବା ଜନ ଅସନ୍ତୋଷ ଓ ଅଭିଯୋଗ ପରେ ଶେଷରେ...

ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ଶୂନ୍ୟ: ଅପହଞ୍ଚ ଡିଜିଟାଲ ସେବା, ହନ୍ତସନ୍ତ ହେଉଛନ୍ତି ହଜାର ହଜାର…

ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍‌ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ...

 ସ୍ବାସ୍ଥ୍ୟକେନ୍ଦ୍ରରେ ଫଟୋ ଉଠାଉଥିବା ବେଳେ ରାଗିଗଲେ ଏଏନ୍‌ଏମ୍‌: ଖବରଦାତାଙ୍କୁ  ନାଲିଆଖି ଦେଖାଇ…

ପୁରୁଷୋତ୍ତମପୁର,୧୦।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି l ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଖବରଦାତାଙ୍କୁ...

ଘୁମୁସର ବନଖଣ୍ଡରେ ବଢୁଛି ମଣିଷ ହାତୀ ଲଢେଇ: ଶିକାରୀ ସହ ୨ ବନ୍ଧୁକ ଜବତ

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛିମାସ ହେବ ମଣିଷ ହାତୀ ଲଢ଼େଇ ବଢୁଛି। କେଉଁଠି ଫସଲ ପାଇଁ ଏହି...

ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri