‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି ସ୍କୁଲ ନାଁରେ ଦୁର୍ନୀତି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ରଖିଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର କେବଳ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ବାର ପୂର୍ବ ସରକାରଙ୍କ ବିଫଳତା ବା ଦୁର୍ନୀତି କଥା କହୁଛନ୍ତି। ମୋହନ ସରକାରଙ୍କ ଏହି ମିଛକୁ ରାଜ୍ୟବାସୀ ବୁଝିଗଲେଣି ବୋଲି ବିଜେଡି କହିଛି। ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିବୃତିରେ ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ ଭାଜପା ସରକାରଙ୍କ ବିଫଳତା ଶିଖର ଛୁଇଁଲାଣି। ବହୁ ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନଁାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ଭାଜପା କ୍ଷମତା ହାତେଇବାକୁ ସକ୍ଷମ ହୋଇଥିଲା। ହେଲେ ଭାଜପା ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ୧ ନମ୍ବର କରିବ ବୋଲି ଦାବିକରି କ୍ଷମତାକୁ ଆସିଥିବା ଭାଜପା ସରକାର ଏବେ ଅପାରଗତାରେ ଦେଶରେ ୧ ନମ୍ବର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଲେନିନ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲାପାଳ

ଗଜପତି,୯।୧(ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଜିଲାପାଳ ଭାବରେ ଅକ୍ଷୟ ସୁନିଲ ଅଗ୍ରୱାଲ, ଭାପ୍ରସେ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୂତନ ଜିଲାପାଳ  ପୂର୍ବାହ୍ନରେ ଜିଲା...

ମହାନଦୀ ସହ ବାହୁଦାକୁ ସଂଯୋଗୀକରଣ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୯।୧(ଅଶେଷନାଥ ମିଶ୍ର): ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ଶୁକ୍ରବାର ଓଡ଼ିଶା ରାଜ୍ୟପାଳ ହରିବାବୁ...

ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ

କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ...

ଅଡୁଆରେ ଚାଷୀ, ଧାନବିକ୍ରି କରିବା ପାଇଁ ମଣ୍ଡିରେ ଜଗି ରହିଥିଲେ, କିନ୍ତୁ…

ବଲାଙ୍ଗୀର, ୯।୧(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି।...

ମାସିକ କାଳାଷ୍ଟମୀ-ଜନ୍ମାଷ୍ଟମୀରେ ‘ସୁକର୍ମ ଯୋଗ’ର ଅଦ୍ଭୁତ ମିଶ୍ରଣ, ଏହି ୩ ରାଶିର ଜୀବନରେ ମାଡି ଆସିବ…

ଜାନୁଆରୀ ୧୦, ୨୦୨୬, ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ମାସିକ କାଳାଷ୍ଟମୀ ଏବଂ ମାସିକ କୃଷ୍ଣ ଜନ୍ମାଷ୍ଟମୀର ସଂଯୋଗକୁ ଚିହ୍ନିତ କରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri