ପ୍ରଭାବହୀନ ଟ୍ରମ୍ପ୍‌ଙ୍କ ‘ଟାରିଫ୍’, ଦୁଇବର୍ଷରେ ସର୍ବାଧିକ ରହିବ ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୧: ବିଶ୍ୱର ସମସ୍ତ ଦେଶ ଉପରେ ଆମେରିକାର ଟାରିଫ୍ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଭାରତ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଟାରିଫ୍ ଚାପ ସତ୍ତ୍ୱେ, ୨୦୨୫-୨୬ ପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ ବୋଲି ଭାରତ ସରକାର ଆକଳନ କରିଛନ୍ତି। ଯାହା ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିର ଦୃଢ଼ତାକୁ ଦର୍ଶାଉଛି।

ଏହି ଅଭିବୃଦ୍ଧି ପୂର୍ବାନୁମାନ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ୭.୩ ପ୍ରତିଶତ ଆକଳନ ଠାରୁ ଅଧିକ ଏବଂ ପୂର୍ବ ବର୍ଷର (୨୦୨୪-୨୫) ୬.୫ ପ୍ରତିଶତ ଅଭିବୃଦ୍ଧି ଠାରୁ ଯଥେଷ୍ଟ ଅଧିକ ଅଟେ। ଏହି ତଥ୍ୟ ଆସନ୍ତା ଫେବୃଆରୀ ୧ ରେ ଉପସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍ ପାଇଁ ଆଧାର ହେବ। ଆର୍ଥିକ ବର୍ଷ ୨୦୨୬ରେ ୭.୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା ପୂର୍ବ ବର୍ଷ ୬.୪ ପ୍ରତିଶତ ଥିଲା।

ବିଶ୍ୱବ୍ୟାପୀ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଦୃଢ଼ ରହିଛି। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା, ସେବା କ୍ଷେତ୍ରର ଦୃଢ଼ତା, ପୁଞ୍ଜି ନିବେଶରେ ବୃଦ୍ଧି, ଲକ୍ଷ୍ୟଭିତ୍ତିକ ସରକାରୀ ଖର୍ଚ୍ଚ, ଶିଳ୍ପ ଉତ୍ପାଦନରେ ବୃଦ୍ଧି ଆଦି ସାମିଲ ରହିଛି।

ସେହିପରି ଆର୍ଥିକ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଖାଉଟି ଚାହିଦା ବଢ଼ାଇବାରେ ସହାୟକ ହୋଇଛି। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆୟକର ରିହାତି ଏବଂ ସେପ୍ଟେମ୍ବର ୨୨ରୁ ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଛି। ଯାହା ଖୁଚୁରା ସ୍ତରରେ ଦର ହ୍ରାସ କରିବାରେ ସାହାଯ୍ୟ କରିଛି।

ଏହି ଦୁଇଟି ପଦକ୍ଷେପ ଯୋଗୁଁ ଖାଉଟିଙ୍କ ହାତରେ ଅଧିକ ଖର୍ଚ୍ଚଯୋଗ୍ୟ ଆୟ ରହିବା ସହ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇଛି, ଫଳରେ FMCG, କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ ସେବା କ୍ଷେତ୍ରରେ ଚାହିଦା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକା-ଭାରତ ଟ୍ରେଡ ଡିଲକୁ ନେଇ ଟ୍ରମ୍ପଙ୍କ ସହ ୮ଥର କଥା ହୋଇଛନ୍ତି ମୋଦି’, ଆମେରକାକୁ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯।୧: ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ସମ୍ପର୍କରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବିବୃତ୍ତିକୁ ନେଇ ଏକ ଉଷ୍ମ...

ଛୁଟି ବଢ଼ିଲା: ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ସ୍କୁଲ ଆସିବେନି ଛାତ୍ରୀଛାତ୍ର

ଚଣ୍ଡିଗଡ଼,୯ା୧: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ...

ହିମାଚଳରେ ବଡ଼ ଧରଣର ସଡ଼କ ଦୁର୍ଘଟଣା

ନାହନ,୯।୧: ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ...

ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲେ ଖାମିନେଇ: ଆମେ ଛାଡ଼ିବୁନି…

ତେହେରାନ,୯।୧: ଇରାନରେ ବିରୋଧ ପ୍ରଦର୍ଶନ ମଧ୍ୟରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇ ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ଖାମିନେଇ କହିଛନ୍ତି, ଆମେ...

ପ୍ରତୀକଙ୍କ ଫୋନ୍‌ ନିଜ ପାଖରେ ରଖିଲେ ମମତା, ଇଡି ଅଧିକାରୀଙ୍କୁ ଧମକାଇ ଡିଜିପି କହିଲେ…

କୋଲକାତା,୯ା୧: I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC...

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

ଆପଣ କାହିଁକି ଏତେ ଭୟ କରୁଛନ୍ତି? ମମତାଙ୍କୁ କଡ଼ା ପ୍ରଶ୍ନ କଲା ଭାଜପା

କୋଲକାତା,୯।୧: ଗୁରୁବାର କୋଲକାତାରେ ନିର୍ବାଚନ ପରାମର୍ଶଦାତା IPAC ର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢାଉ ସମୟରେ ମମତା ବାନାର୍ଜୀ କ୍ରୋଧିତ ହୋଇଥିଲେ। ଘଟଣାସ୍ଥଳକୁ ପହଞ୍ଚି...

ମହୁଆ, ଡେରେକ ଓ’ବ୍ରାଏନ ସମେତ ୮ଜଣଙ୍କୁ ନେଇଗଲା ପୋଲିସ

ନୂଆଦିଲ୍ଲୀ,୯।୧: ଶୁକ୍ରବାର (୯ ଜାନୁଆରୀ, ୨୦୨୬) କେନ୍ଦ୍ର ସରକାରଙ୍କ ଦ୍ୱାରା ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ଏମପିମାନେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri