ବୌଦ୍ଧରୁ ଢେଙ୍କାନାଳକୁ ଚାଲାଣ ହେଉଥିଲା ଗଞ୍ଜେଇ: ଗାଁ ଯାତ୍ରା ପଡ଼ିଆରେ…

ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍‌ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ୍‌। ଗିରଫ ଅଭିଯୁକ୍ତ କୁଆଳୋ ଗାଁର ଗିରିଶ ସାହୁ। ଦୀର୍ଘବର୍ଷ ଧରି ଲକ୍ଷଲକ୍ଷ ଟଙ୍କାର ଗଞ୍ଜେଇ ମଗାଇ ପରଜଙ୍ଗ ଅଞ୍ଚଳ ତଥା ଜିଲା ବାହାରକୁ ଚାଲାଣ କରିଥାନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଗିରିଶଙ୍କଠାରୁ ୨୧ କିଲୋ ୭୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୧୮ ହଜାର ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ। ଏଥିସହିତ ଗୋଟିଏ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ। ତେବେ ମାଫିଆ ଜଣଙ୍କ ଦୀର୍ଘଦିନ ହେବ ବୌଦ୍ଧରୁ ଗଞ୍ଜେଇ ଆଣି ଢେଙ୍କାନାଳର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏ ନେଇ ଅଭିଯୁକ୍ତଙ୍କୁ ଗିରଫ ପରେ ତଦନ୍ତ ଆରମ୍ଭ କରି ଦେଇଛି ଅବକାରୀ ବିଭାଗ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁଶନ ସାରି ଘରକୁ ଫେରୁଥିଲେ ଛାତ୍ରୀଛାତ୍ର: ଅଟୋକୁ ପିଟିଲା ବାଇକ୍‌; ୩ ଦୁର୍ଘଟଣାରେ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀ ପଲ୍ଲୀ ଛକ ନିକଟରେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ଏକ ସ୍କୁଲ...

ରଙ୍ଗ୍‌ ରୁଟ୍‌ ହେଲା କାଳ: ଭାରସାମ୍ୟ ହରାଇ ମୁହାଁମୁହିଁ ହୋଇଗଲେ ଦୁଇ ଅଟୋ, ୫ ଯାତ୍ରୀ… 

ବୈଶିଙ୍ଗା,୯।୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଖଇରବଣି ଗ୍ରାମ ନିକଟସ୍ଥ ରୟାଲ ଢ଼ାବା ନିକଟରେ ଶୁକ୍ରବାର ଅପରାହ୍ନ...

ଅବକାରୀ ବିଭାଗର ୨ ଦିନିଆ ଧରପଗଡ଼: ୨୨୭ ଲିଟର ଦେଶୀ ମଦ, ୨୯୦୦ ଲିଟର ମହୁଲ ପୋଚ ସହ…

ରାୟଗଡ଼ା, ୯।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼ା ଉପଖଣ୍ଡର ବିଭିନ୍ନ ସ୍ଥାନରେ ରେଡ କରାଯାଇ ୯ଜଣ ପୁରୁଷ ଓ ଜଣେ...

ପ୍ଲାଷ୍ଟିକ ମୁକ୍ତ ହେବ ‘ବୁଢ଼ାକେନ୍ଦୁ ମନ୍ଦିର’: ପରିବେଶ ସହଯୋଗୀ ବିକଳ୍ପ…

ଭଞ୍ଜନଗର,୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିରରେ ଶୁକ୍ରବାର  ‘ପ୍ଲାଷ୍ଟିକ ମୁକ୍ତ ପିକନିକ୍‌ ସ୍ପଟ୍‌’ ଅଭିଯାନ...

ଘୋଡ଼ାହାଡ଼ ଡ୍ୟାମ୍‌ରେ ଶେଷ ହେଲା କୁମ୍ଭୀର ଗଣନା: କୁମ୍ଭୀର ସଂଖ୍ୟା..

ଦିଗପହଣ୍ଡି,୯ା୧(ଅଶେଷ ନାଥ ମିଶ୍ର): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖରଙ୍କ ତତ୍ୱାବଧାନରେ ଦିଗପହଣ୍ଡି ବ୍ଳକ ଖମାରି ଗାଁ...

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ...

ବନପାଳଙ୍କ ତତ୍ତ୍ୱାବଧାନରେ ୫ ଶହରୁ ଊର୍ଦ୍ଧ୍ବ ପ୍ରାଣୀଙ୍କ ଚିକିତ୍ସା

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଲଖାରୀ ଅଭୟାରଣ୍ୟ ସଂଲଗ୍ନ ଜନଜାତି ବହୁଳ ପୋଡ଼ାଖାଲ ଓ କନିଆସାହି ଗ୍ରାମରେ...

ଜାମୁ ଗଛ ପାଇଁ ଭାଇକୁ ମାରିଲେ ଭାଇ: ଏପଟେ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ- ଝିଅ

ରାୟଗଡ଼ା/ଅମ୍ବାଦଳା,୯।୧(ଆଶିଷ ରଞ୍ଜନ ପଣ୍ଡା/ରବୀନ୍ଦ୍ର ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବାପାଙ୍କ ପୁଅ ଟାଙ୍ଗିଆ ଚୋଟରେ ସାନବାପାଙ୍କ ପୁଅର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri