Posted inଜାତୀୟ

ହରିୟାଣାରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୭ା୧: ଦେଶର ପ୍ରଥମ ଉଦ୍‌ଜାନ ଚାଳିତ ଟ୍ରେନ୍‌ ହରିୟାଣାରେ ଧାଇଁବ। ନର୍ଦର୍ନ ରେଲଓ୍ବେ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସରେ ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପ ଜିନ୍ଦ୍‌-ସୋନିପତ୍‌ ରୁଟ୍‌ରେ ଚଳାଚଳ କରିବ, ଯାହାକି ବର୍ତ୍ତମାନ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଜିନ୍ଦ୍‌ସ୍ଥିତ ହାଇଡ୍ରୋଜେନ୍‌ ଉତ୍ପାଦନ କେନ୍ଦ୍ରରେ ଏକ ସ୍ଥିର ତଥା ନିରନ୍ତର ୧୧କେଭି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିରୁ ଉକ୍ତ ଟ୍ରେନ୍‌କୁ ଇନ୍ଧନ ଯୋଗାଇ ଦିଆଯିବ। ହରିୟାଣା ମୁଖ୍ୟ ଶାସନ ସଚିବ ଅନୁରାଗ ରୋସ୍ତଗୀ ଦକ୍ଷିଣ ହରିୟାଣା ବିଜୁଳି ବିତରଣ ନିଗମ ଅଧିକାରୀମାନଙ୍କ ସହ ଏକ ହାଇବ୍ରିଡ୍‌ ବୈଠକରେ ଏହି ପ୍ରକଳ୍ପର ଶକ୍ତି ବନ୍ଦୋବସ୍ତ ଉପରେ ସମୀକ୍ଷା କରିଛନ୍ତି। ଟ୍ରେନ୍‌ ଚଳାଚଳ ବେଳେ ଯେପରି କୌଣସି ବ୍ୟାଘାତ ନ ଘଟେ ସେଥିଲାଗି ନିୟମିତ ସମୀକ୍ଷା କରିବାକୁ ସେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି, ୩,୦୦୦ କେ.ଜି. ସଂରକ୍ଷଣ ସୁବିଧା ବିଶିଷ୍ଟ ଭାରତର ସର୍ବବୃହତ୍‌ ହାଇଡ୍ରୋଜେନ୍‌ ପ୍ଲାଣ୍ଟ ଜିନ୍ଦ୍‌ରେ ପ୍ରତିଷ୍ଠା କରାଯାଇଛି। ଏଥିରେ ୧୨୦ କୋଟି ଟଙ୍କାର ନିବେଶ ହୋଇଥିବା ଉକ୍ତ ବୈଠକରୁ ଜଣାପଡ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ବାଂଲାଦେଶ: ପୁଣି ICC ନିକଟରେ କଲା ଗୁହାରି

ନୂଆଦିଲ୍ଲୀ,୯।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ...

କମିବନି ଭକ୍ତନିବାସ ପାର୍କିଂ ଫି: ୪ ଚକିଆ ଗାଡି ପାର୍କିଂ କଲେ ଦେବାକୁ ପଡିବ ଏତିକି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଲେ ସ୍ପଷ୍ଟ

ପୁରୀ,୯।୧: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି,...

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ...

ଥାନା ଘେରିଲେ ଶତାଧିକ ମହିଳା: ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ…

ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ...

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି...

Shukra Gochar Rashifal: ଶନିଙ୍କ ରାଶିରେ ପ୍ରବେଶ କରିବେ ଶୁକ୍ର, ଜାନୁଆରୀ ୧୩ ପରେ ଏହି ୩ଟି ରାଶି…

ଭୌତିକ ସୁଖ ଏବଂ ସୃଜନଶୀଳତାର ଦାୟିତ୍ୱରେ ଥିବା ଶୁକ୍ର ଗ୍ରହ ଜାନୁଆରୀ ୧୩ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ଏହି ଗମନ...

ଚିନ୍ତା ବଢ଼ାଉଛି କୁକୁରଙ୍କ ଦୌରାତ୍ମ୍ୟ, ଏଥିରୁ ରକ୍ଷା ପାଇବା ପାଇଁ…

ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେ ଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ, କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ପାଳିତ କୁକୁର କିମ୍ବା ବୁଲା...

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri