ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ: ମାର୍ଚ୍ଚ ୮ ସୁଦ୍ଧା ବାଳିକାଙ୍କ…

ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାର୍ଚ୍ଚ ୮ ପୂର୍ବରୁ ଯେପରି ଶୌଚାଳୟ ସୁନିଶ୍ଚିତ ହେବ ସେନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଂପୃକ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟସ୍ତରୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀର ନିଷ୍ପତ୍ତିକୁ ନେଇ ମୁଖ୍ୟ ଶାସନ ସଚିବ ଗର୍ଗ ୩ଟି ବିଭାଗକୁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେଥିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ରହିଛି। ସମ୍ପୃକ୍ତ ୩ ବିଭାଗକୁ କୁହାଯାଇଛି, ବିକଶିତ ଭାରତ ପାଇଁ ମାନବ ସମ୍ବଳର ସର୍ବାଧିକ ଗୁରୁତ୍ୱ ରହିଛି। ଏହି ଦୃଷ୍ଟିରୁ ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷା ଓ ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯାଇଛି। ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ଯେପରି ସମସ୍ତ ବାଳିକା ବିଦ୍ୟାଳୟ ଅଥବା ମହାବିଦ୍ୟାଳୟରେ ଶୌଚାଳୟ ପ୍ରସ୍ତୁତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶନାମାକୁ ନେଇ ଚଳିତମାସ ୩ରେ ଏକ ନିର୍ଦ୍ଦେଶନାମା ସଂପୃକ୍ତ ବିଭାଗୀୟ ସଚିବଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଲାଗି ଶିଶୁବାଟିକା ତଥା ପ୍ରାକ୍‌ ଶିକ୍ଷାନୁଷ୍ଠାନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ଖୁସିକେନ୍ଦ୍ର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଏହାସହିତ ଶିଶୁମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଖେଳନାଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମନୋରଞ୍ଜନ ସାମଗ୍ରୀ ରହିବ। କିଛି ସମୟରେ ଶିଶୁମାନଙ୍କୁ ନିକଟସ୍ଥ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପରିଭ୍ରମଣ କରାଇ ଆନନ୍ଦ ଜନ୍ମାଇବାକୁ ପଡ଼ିବ। ଏକାଠି ବସି ତିଥି ଭୋଜନ କରିବେ। ଶିଶୁମାନଙ୍କ ମଧ୍ୟରେ ପୋଷଣ ପ୍ରତିଯୋଗିତା ମଧ୍ୟ କରାଯାଇପାରିବ। ଏହିଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କୁ ବିଦ୍ୟାଳୟ ପ୍ରତି ଆଗ୍ରହ ଜନ୍ମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ପରାମର୍ଶରେ ପ୍ରାଥମିକ ବିଦ୍ୟାଳୟସ୍ତରରେ ଇଣ୍ଟରନେଟ୍‌, ବିଜ୍ଞାନ ଉପକରଣ, ଆଇସିଟି ଲ୍ୟାବ୍‌ ପ୍ରଭୃତି ବ୍ୟବସ୍ଥା ରହିବାକୁ କୁହାଯାଇଛି। ବିଦ୍ୟାଳୟରେ ଯେପରି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସୁଛନ୍ତି, ସେମାନଙ୍କର ଏବଂ ସେମାନଙ୍କ ଅଭିଭାବକଙ୍କ ମାନସିକତା ପରୀକ୍ଷା କରାଯିବ। ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଏବଂ ଗୋଟିଏ ଶ୍ରେଣୀରେ କେତେ ପିଲା ପଢ଼ିପାରିବେ ତାହାର ନିର୍ଦ୍ଦିଷ୍ଟତା ରହିବ। ମଧ୍ୟମ ପାଠ ପଢ଼ିବା ପର୍ଯ୍ୟନ୍ତ ଶିଶୁଙ୍କ ମନସ୍ତାତ୍ତ୍ୱିକ ପରୀକ୍ଷା କରାଯିବ। ସବୁଠାରୁ ବଡ଼କଥା ହେଲା, ଗ୍ରାମାଞ୍ଚଳ ବିଦ୍ୟାଳୟରେ ଯେପରି ସହରାଞ୍ଚଳ ସୁବିଧା ରହିବ ତାହାକୁ ଦୃଷ୍ଟି ଦେବାକୁ ହେବ। ସେହିପରି ମହାବିଦ୍ୟାଳୟସ୍ତରରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି।
ସେଥିମଧ୍ୟରେ ଶିଳ୍ପ-ଶିକ୍ଷା ମଧ୍ୟରେ ସହଯୋଗ ସୁଦୃଢ଼, ଇଣ୍ଟର୍ନଶିପ୍‌ ଓ ଆପ୍ରେଣ୍ଟିସିପ୍‌ ବ୍ୟବସ୍ଥାକୁ ଶକ୍ତ କରିବା
ସହିତ କୃଷି, ଉଚ୍ଚ ଶିକ୍ଷା ପରିବେଶର ଭବିଷ୍ୟତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହାସହିତ ଇନ୍‌କ୍ୟୁବେଶନ୍‌ ସେଣ୍ଟର ମାଧ୍ୟମରେ ରାଜ୍ୟ ପ୍ରାଦ୍ୟୋଗିକ ସଂସ୍ଥାଗୁଡ଼ିକର ନବୋନ୍ମେଷ ପରିବେଶକୁ ଶକ୍ତ କରିବା, ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ମଡେଲ୍‌ ଫିନିଶିଂ ସ୍କୁଲ୍‌ ଭାବେ ଉନ୍ନୀତ କରିବା
ଓ ଆତ୍ମହତ୍ୟା ରୋକିବା ପାଇଁ ମାନସିକ ପରାମର୍ଶ ସେବା ପ୍ରଦାନ କରିବା ଭଳି ବ୍ୟବସ୍ଥା ଆପଣାଇବାକୁ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଗଲା ମାନବିକତା: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ମାରି ଝୁଲାଇଦେଲେ

କବିସୂର୍ଯ୍ୟନଗର,୯।୧(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ରେଞ୍ଜ୍ ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଫସଲ ନଷ୍ଟ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଓଡ଼ିଶାବାସୀଙ୍କୁ ବଡ଼ ଆଶ୍ଵସ୍ତି, ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ

କଟକ,୯।୧(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି...

ଦେଢ ମାସ ତଳେ ଚୋରି କରିଥିଲେ ଗହଣା: ପୋଲିସ ଧରିବା ପରେ…

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସଦର ଥାନା ଅନ୍ତର୍ଗତ ଶ୍ରୀହରି ନଗରରୁ ଗତବର୍ଷ ନଭେମ୍ବରରେ ହୋଇଥିବା ସୁନା ଗହଣା ଚୋରି ଘଟଣାରେ ଗୁରୁବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

ରାଜ୍ୟରେ ଶୀତ ଲହରୀ: ଏହି ଜିଲାରେ ଗୋଟିଏ ମାସ ସକାଳୁଆ ସ୍କୁଲ ବନ୍ଦ

ଭୁବନେଶ୍ୱର,୯।୧: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲା...

ଶୁକ୍ରବାରରେ କନ୍ୟା ରାଶି ସମେତ ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା, ପୂରଣ ହେବ…

ବର୍ତ୍ତମାନ କନ୍ୟା ରାଶିରେ ଚନ୍ଦ୍ର ଥିବାରୁ, ଧ୍ୟାନ ସ୍ୱାଭାବିକ ଭାବରେ କ୍ରମ, ଦକ୍ଷତା, ସ୍ୱାସ୍ଥ୍ୟ ଏବଂ ଦାୟିତ୍ୱ ଆଡ଼କୁ ମୁହାଁଏ। ଏହି ଦିନଟି ବଡ଼ ପରିବର୍ତ୍ତନ...

ସରିଲା ଧନୁଯାତ୍ରା ମହୋତ୍ସବ, ବଢ଼ିଲା ପ୍ରଦୂଷଣ ଚିନ୍ତା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଗତ ୩ତାରିଖ ଶେଷ ହୋଇଛି। ଇତିମଧ୍ୟରେ ଉଦ୍‌ଯାପନୀକୁ ୪ଦିନ ବିତି ଯାଇଛି। ମହୋତ୍ସବ ସରିଛି ସତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri