Posted inଫୁରସତ

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ ଶହଶହ ପରିବାର ବାସ କରନ୍ତି। ଏହା ବିଶ୍ୱର ଏକମାତ୍ର ଗାଁ ବୋଲି ବିଶ୍ୱାସ କରାଯାଏ ଯେଉଁଠାରେ କେବଳ ଯମଜ ବା ଯାଆଁଳା ସନ୍ତାନ ଜନ୍ମ ହୁଅନ୍ତି। ଏହି ଗାଁରେ ପ୍ରାୟ ୨୦୦ ଯମଜ ସନ୍ତାନ ଅଛନ୍ତି। ଏହା ପଛରେ ରହସ୍ୟ କ’ଣ? ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା ବୈଜ୍ଞାନିକ ଖୋଜି ପାଇନାହାନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଜାଣନ୍ତୁ ଏ ବିଷୟରେ…

କେରଳର ମଲାପୁରମ ଜିଲାର ୨୦୦୦ ଲୋକ ବସବାସ କରୁଥିବା ଏକ ଛୋଟ ଗାଁ କୋଡିନିହି। ଯେଉଁଠି ଯମଜ ସନ୍ତାନ ଜନ୍ମ ହେବାର ହାର ଅସାଧାରଣ ଭାବରେ ଅଧିକ। ଏହି ଗାଁର ପ୍ରାୟ ପ୍ରତ୍ୟେକ ଘରେ ଅତି କମ୍‌ରେ ଗୋଟିଏ ଯାଆଁଳା ସନ୍ତାନ ଜନ୍ମ ହୁଅନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଭାରତରେ ହାରାହାରି ଜନ୍ମହାର ପ୍ରତି ୧୦୦୦ ଜନ୍ମରେ ୮ରୁ ୯ ଯାଆଁଳା ସନ୍ତାନ ଜନ୍ମ ହୁଏ, କିନ୍ତୁ କୋଡିନିହିରେ ହାରାହାରି ୪୨ରୁ ୪୫।

ଅନେକ ବୈଜ୍ଞାନିକ ଏହି ଗାଁ ବିଷୟରେ ବହୁ କିଛି ଅଧ୍ୟୟନ କରିଛନ୍ତି କିନ୍ତୁ ସେମାନେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ନିର୍ଣ୍ଣୟ କରିପାରି ନାହାନ୍ତି। କିଛି ତତ୍ତ୍ୱ ସୂଚାଇ ଦିଏ ଯେ ଖାଦ୍ୟ, ପାଣି କିମ୍ବା ଜେନେଟିକ୍ସ ଭଳି କାରଣଗୁଡ଼ିକ ଯମଜ ସନ୍ତାନ ଜନ୍ମର ଉଚ୍ଚ ହାରରେ ବୃଦ୍ଧି ହେଉଛି। ତଥାପି ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପ୍ରମାଣ ବୈଜ୍ଞାନିକଙ୍କୁ ମିଳିନାହିଁ।

ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗର୍ବ ଏବଂ ସ୍ବୀକୃତିର ପ୍ରତୀକ। ଏହି ଅନନ୍ୟ ଗାଁ ବିଷୟରେ ବିଶ୍ୱବ୍ୟାପୀ ଡକ୍ୟୁମେଣ୍ଟାରୀ, ବୈଜ୍ଞାନିକ ପ୍ରବନ୍ଧ ଏବଂ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଏହା ବୈଜ୍ଞାନିକମାନଙ୍କୁ ଆକର୍ଷିତ କରେ ଏବଂ ଆଶ୍ଚର୍ଯ୍ୟ ବି କରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଧିମାଛଗାଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା,୯।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ...

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ...

ଏପି ଢିଲୋନ୍ ଇମ୍ପାକ୍ଟ: ତାରା ସୁତାରିଆ, ବୀର ପାହାରିଆ ବ୍ରେକଅପ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କ ‘ଏପି...

ଚାଷୀଙ୍କ ମୁଣ୍ଡରେ ଚଡ଼କ, ନାମକୁ ମାତ୍ର ଉଠିଲା ଧାନ: ମିଲରଙ୍କ ଧର୍ମଘଟ ପ୍ରତ୍ୟାହାର ପରେ ବି ମିଳୁନି ନ୍ୟାୟ

ବଲାଙ୍ଗୀର,୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲାରେ ଧାନକିଣାରେ ଅଚଳାବସ୍ଥା ଜାରି ରହିଛି। ଚାଷୀମାନେ ଧାନବିକ୍ରି କରି ନ ପାରି ଅଡୁଆ ସ୍ଥିତିରେ ରହିଛନ୍ତି। ମିଲରମାନଙ୍କ ଧର୍ମଘଟ ଯୋଗୁ...

ଧର୍ମାନ୍ତର ବିବାଦକୁ ନେଇ ହୋଇପାରୁନି ସତ୍କାର, ୨୫ ଘଣ୍ଟା ଧରି ପଡି ରହିଛି ଶବ

ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା...

ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି।...

ଏପ୍ରିଲ ପହିଲା ଯାଏ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ, ଟୋଲ ଗେଟରେ ବି….

କଟକ,୯।୧(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri