ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପାରଳାଖେମୁଣ୍ଡିର କିଛି ଯୁବକ ଆର ଉଦୟଗିରି ବ୍ଲକରେ ଥିବା ମାଙ୍କଡଡିଆଁ ଜଳପ୍ରପାତକୁ ପିକନିକ କରିବା ପାଇଁ ଆସିଥିଲେ। ହେଲେ ଅପରାହ୍ନ ସମୟରେ ଯୁବକ ପାରଳାଖେମୁଣ୍ଡି ସହରସ୍ଥିତ ସେରି ସାହିର ଯୁବକ କଲ୍ୟାଣୀ ସତିଶ ଗାଧୋଇବା ବେଳେ କୌଣସି କାରଣବଶତଃ ଗୋଡ ଖସିଯିବା ଫଳରେ ପାଣିରେ ବୁଡି ଯାଇଥିଲେ। ସାଙ୍ଗସାଥି ବହୁ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ଆର ଉଦୟଗିରି ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ବିଳମ୍ବିତ ରାତି ପର୍ଯନ୍ତ ବହୁ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳି ନ ଥିଲା। ଯାହାକୁ ନେଇ ସୋମବାର ସକାଳୁ ପୁଣି ଜଳପ୍ରପାତରେ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ଏକ ପଥର କୋରଡ଼ରେ ଲାଗିଥିବା ଦେଖିବାକୁ ମିକିଥିଲା। ଯୁବକକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ଆର୍‌ ଉଦୟଗିରିର ଅଗ୍ନିଶମ ବିଭାଗ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ବସ୍‌ରେ ଚଢ଼ିବା ବେଳେ ଭ୍ୟାନିଟିରୁ ଲୁଟିନେଲେ ୩୦ ଲକ୍ଷର ସୁନାଗହଣା, ଥାନାରେ ପହଞ୍ଚିଲେ…

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ପୋଡ଼ାମାରି ରୋଡ଼ ଦାମୋଦର ନଗର ୨ୟ ଲେନରେ ରହୁଥିବା ଭୀଷ୍ମଗିରି ଗ୍ରାମର ଇ.ସସ୍ମିତା ପାତ୍ରଙ୍କ ଭ୍ୟାନିଟି...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri