ଅଚାନକ୍ ମଣ୍ଡି ପରିଦର୍ଶନ କଲେ ଭଞ୍ଜନଗର ଉପ ଜିଲାପାଳ, ନୋଡାଲ ଅଫିସର- କ୍ବାଲିଟି ଆନାଲିସିସଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ):  ଗଞ୍ଜାମ ଜିଲାରେ ବର୍ତ୍ତମାନ ମଣ୍ଡି ଗୁଡ଼ିକରେ ଧାନ କିଣା ଚାଲିଛି । କିନ୍ତୁ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଏନେଇ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରାଙ୍କ ପାଖରେ ମଧ୍ୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଫଳରେ ଉପ ଜିଲାପାଳ ଉମା ଶଙ୍କର ବେହେରା ଶନିବାର ଅଚାନକ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ୫ ଟି ମଣ୍ଡିରେ ପହଞ୍ଚି ଭିତ୍ତିଭୂମି ସମେତ କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ମଣ୍ଡି ଗୁଡ଼ିକରେ ନାନା ଅବ୍ୟବସ୍ଥା ଦେଖି ଉପ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏଥିସହ ମଣ୍ଡି ପରିଦର୍ଶନ ସମୟରେ ୩ ଜଣ ନୋଡାଲ ଅଫିସର ଓ ୪ ଜଣ କ୍ବାଲିଟି ଆନାଲିସିସ୍ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ। ଉକ୍ତ କର୍ମଚାରୀମାନଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଉପ ଜିଲାପାଳ। ଉତ୍ତର ସନ୍ତୋଷ ଜନକ ନହେଲେ ସେମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ନିଆଯିବା ସମ୍ଭାବନା ରହିଛି । ଭଞ୍ଜନଗର ଉପଖଣ୍ଡର ଆହୁରି ଅନେକ ମଣ୍ଡିରେ ଏହିଭଳି ଅବ୍ୟବସ୍ଥା ଲାଗି ରହିଛି। ବାରମ୍ବାର ଏହିଭଳି ଚଢ଼ାଉର ଆବଶ୍ୟକତା ରହିଛି। ତାହେଲେ ଯାଇ ମଣ୍ଡି ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରି ହେବାସହ ଚାଷୀମାନେ ତାହାର ସୁଫଳ ପାଇପାରିବେ ଏବଂ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।

ଉପ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଭଞ୍ଜନଗର ତହସିଲଦାର ଅଭିପସା ପଟ୍ଟନାୟକ, ବେଲଗୁଣ୍ଠା ତହସିଲଦାର, ଏଆରସିଏସ୍ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷେ ଆଗାମୀ ଦିନରେ ଯଦି କୌଣସି ମଣ୍ଡିରେ ଅବ୍ୟବସ୍ଥା ପରିଲକ୍ଷିତ ହୁଏ ତେବେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ଏଠାରେ ସୂଚନା ଦେଇଛନ୍ତି । ଉପ ଜିଲାପାଳ ଆଜି ମଣ୍ଡି ପରିଦର୍ଶନ ସମୟରେ ଭିତ୍ତିଭୂମି ତଦାରଖ କରିଛନ୍ତି। ଏଥିସହ ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହ ଧାନ କିଣା ବାବଦରେ ଆଲୋଚନା କରିଥିଲେ । ଉପଜିଲାପାଳ ପ୍ରଥମେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡକୋଦଣ୍ଡା, ସାନକୋଦଣ୍ଡା ପ୍ୟାକ୍ସ ଓ ଜିଲୁଣ୍ଡି ମା ତାରାତାରିଣୀ ଏସଏଚଜିଙ୍କ ଦ୍ବାରା ପରିଚାଳିତ ମଣ୍ଡି ପରିଦର୍ଶନ କରିଥିଲେ। ପରେ ବେଲଗୁଣ୍ଠା ବ୍ଲକ ଅଧିନ ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ଏବଂ ବେଲଗୁଣ୍ଠା ବ୍ଲକର ଗୋବରା ଓ କ୍ଷତ୍ରିୟବରପୁର ମଣ୍ଡି ନୋଡାଲ ଅଫିସର ଅନୁପସ୍ଥିତି ଥିଲେ। ଏଥିସହ ୪ ଟି ମଣ୍ଡିରେ କ୍ବାଲିଟି ଆନାଲିସିସ୍ ମଧ୍ୟ ଅନୁପସ୍ଥିତି ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକାର ସର୍ତ୍ତ ନ ମାନିଲେ ଭୋଗିବାକୁ ପଡ଼ିବ ମାଦୁରୋଙ୍କ ଭଳି ପରିଣାମ’, ଭେନେଜୁଏଲା ଉପରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ,୫।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ମଧ୍ୟ, ଟ୍ରମ୍ପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପରି ମନେ ହେଉଛି। ଏବେ, ସେ...

ପରବର୍ତ୍ତୀ ଟାର୍ଗେଟ କ୍ୟୁବା, ମେକ୍ସିକୋ, କଲମ୍ବିଆ: ଟ୍ରମ୍ପ୍‌

ଓ୍ବାଶିଂଟନ,୫ା୧: ଆମେରିକା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ସ୍ତ୍ରୀ ସିଲିଆ ଫ୍ଲୋରେସ୍‌ଙ୍କୁ ନାର୍କୋ ଟେରରିଜମ୍‌ ଅଭିଯୋଗର ବିଚାର ପାଇଁ...

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ବନ୍ଧା ହେଲେ ୩ ଅଭିଯୁକ୍ତ

ବରଗଡ଼,୪।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲି ରାସ୍ତାରେ ଯୁବକ ଚନ୍ଦନ ରାଉତଙ୍କୁ ଅତି ନିର୍ମମ ଭାବେ...

କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି।...

ବେଙ୍ଗାଲୁରୁରେ ନାବାଳିକାଙ୍କୁ ଗଣବଳାତ୍କାର: ଗିରଫ ହେଲେ ୩ ଅଭିଯୁକ୍ତ

ବେଙ୍ଗାଲୁରୁ,୪ା୧: କର୍ନାଟକର ହୁବ୍‌ଲିରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ୩ ଜଣ ନାବାଳକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ବୟସ ୧୪ରୁ ୧୫ ବର୍ଷ...

୮୦ ବର୍ଷ ବୟସରେ ଖଡିଆଳ ରାଜାଙ୍କ ପରଲୋକ, ସୁନ୍ଦର ନଦୀ ଘାଟରେ ଶେଷକୃତ୍ୟ ସମ୍ପନ୍ନ

ଖଡ଼ିଆଳ,୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳରେ...

ଦେଢ଼ବର୍ଷରେ ଭାଙ୍ଗିଗଲା ସୁନାର ସଂସାର, ଫ୍ୟାନରେ ଶାଢ଼ୀ ଲଗାଇ ଝୁଲି ପଡିଲେ ନବବିବାହିତା

ଉମରକୋଟ,୪।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ଏକ ପରିବାରର ସ୍ୱପ୍ନକୁ ଚୂରମାର୍‌ କରିଦେଇଛି। ଦେଢ଼ ବର୍ଷ ତଳେ...

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri