ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ ପୋକ ତ ପୁଣି କେତେବେଳେ ତରକାରି ଓ ଉପମାରୁ ପୋକ, ମାଛି, ତେଲଗୁଣି ବାହାରୁଛି। ଏଭଳି ନିମ୍ନମାନର ଓ ଅସ୍ବାସ୍ଥ୍ୟକର ଖାଦ୍ୟକୁ ନେଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ସେମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେମାନଙ୍କ ସହ କେତେଜଣ ଅଭିଭାବକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। କାଳେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହେବେ, ସେହି ଭୟରେ ସେମାନେ ଅଭିଯୋଗ ସମୟରେ ନାମ ଗୋପନ ରଖିଛନ୍ତି।
ଅଭିଯୋଗ ଅନୁସାରେ, କଲେଜ ପରିସରରେ ଥିବା ଅଶୋକା ଛାତ୍ର ନିବାସରେ ଗତ ୩ ମାସ ହେବ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଇ ଛାତ୍ରଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳାଯାଉଛି। ଏହି ହଷ୍ଟେଲରେ ପାଖାପାଖି ୩ଶହରୁ ଅଧିକ ଛାତ୍ର ରହୁଛନ୍ତି। ଅଧିକାଂଶ ପିଲାଙ୍କ କହିବା କଥା, ଏଠାରେ ଭଲ ଖାଦ୍ୟ ଦିଆଯାଉ ନାହିଁ। ଖାଇବା ବାବାଦକୁ ମାସିକ ୩ହଜାର ଟଙ୍କା ଲେଖାଏ ଦେଉଛୁ। ହେଲେ ସେହି ପରିମାଣର ଖାଇବା ମିଳୁନାହିଁ। ଭାତରେ ଉଙ୍କୁଣିଆ ଓ ଧଳା ପୋକ ବାହାରୁଛି। ଗତ କିଛିଦିନ ତଳେ ଜଣେ ପିଲାଙ୍କ ଚିକେନ ତରକାରିରୁ ତେଲଗୁଣି ବାହାରିଥିଲା। ସେହିପରି ବିଭିନ୍ନ ସମୟରେ ବାଇଗଣ ସିଝାରେ ପୋକ, ତରକାରିରେ ମାଛି, ଉପମାରେ କଳା କଳା ପୋକ ବାହାରୁଛି। ମାଛ ପିସ୍‌ କାଗଜଭଳି ପତଳା କରିଦିଆଯାଉଥିବାବେଳେ ସେହିଦିନ ଆସୁଥିବା ମାଛର ମୁଣ୍ଡଙ୍କୁ ରଖି ଦୁଇଦିନ ପରେ ଘାଣ୍ଟ ତରକାରି କରି ଦିଆଯାଉଛି। ଆମ୍ବେଦକର ହଷ୍ଟେଲରେ ପିଲାଙ୍କୁ କମ୍‌ ଟଙ୍କାରେ ୩ ବେଳାର ଖାଦ୍ୟ ଦିଆଯାଉଥିବା ବେଳେ ଆମେ କିନ୍ତୁ ଅଧିକ ଟଙ୍କା ଦେଉଛୁ। ହେଲେ ଆମକୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟକୁ ନେଇ ଅଭିଯୋଗ କଲେ କିଛିଦିନ ଠିକ୍‌ଠାକ ଚାଲୁଛି। ଟେଣ୍ଡର ନେଇଥିବା କ୍ୟାଟରିଂ ବାଲା ଭଲ ଖାଇବା ଦେଉଛି। ତା’ପରେ ଯାହାକୁ ସେୟା।
ଏ ସମ୍ପର୍କରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ସୁଜିତ ମିଶ୍ରଙ୍କୁ ପରାରିବାରୁ ସେ କହିଲେ, ଗତ କିଛିଦିନ ତଳେ ଏଭଳି ଅଭିଯୋଗ ଆସିଥିଲା। ଏନେଇ ଖାଦ୍ୟ ଦେଉଥିବା ସଂସ୍ଥାକୁ ତାଗିଦ କରାଯାଇଛି। ପିଲାଙ୍କୁ ଯେପରି ଭଲ ଖାଇବା ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇଛି।
ବିଜେବି କଲେଜ ପ୍ରିନ୍ସିପାଲ ଝୁମକି ରଥ କହିଛନ୍ତି, ଏବେ ମୋ ପାଖକୁ ଏଭଳି ଅଭିଯୋଗ ଆସିନାହିଁ। ମଝିରେ ପିଲାମାନେ ଖାଦ୍ୟରେ ପୋକ ବାହାରୁଛି ବୋଲି ଜଣାଇଥିଲେ। ଆମେ ଟେଣ୍ଡର ନେଇଥିବା ସଂସ୍ଥା ସହିତ ଆଲୋଚନା କରି ତା’ର ସମାଧାନ କରିଛୁ। ଏହି ହଷ୍ଟେଲର ସମସ୍ତ ସିଟ୍‌ ପୂରଣ ହୋଇନାହିଁ। ସବୁ ସିଟ୍‌ ପୂରଣ ପରେ ପିଲାଙ୍କୁ ଆହୁରି ସୁବିଧା ମିଳିଯିବ। ଯଦି ଏଭଳି ପୋକ ବାହାରୁଥିବା ଘଟଣା ସମ୍ପର୍କରେ କିଛି ଅଭିଯୋଗ ଆସେ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri