Posted inଖେଳ

ଆଶେସ ଚତୁର୍ଥ ଟେଷ୍ଟ: ବନର୍‌ସ, ରୁଟ୍‌ଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୨୧୧ ରନର ଦ୍ୱିଶତକୀୟ ପାଳି ସହ ୧୨୬ ଓଭରରେ ୮ ଉଇକେଟ ହରାଇ ୪୯୭ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭୪ ଓଭରରେ ୫ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୫ ଉଇକେଟ ହାତରେ ରଖି ଏବେ ୨୯୭ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଇନ୍‌ଫର୍ମ ବେନ୍‌ ଷ୍ଟୋକ୍ସ ୭ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨ ରନ କରି ଅପରାଜିତ ରହିଛନ୍ତି।
୨୫ ରନରେ ୨ ଉଇକେଟ ହରାଇ ଇଂଲଣ୍ଡ ଆରମ୍ଭରୁ ଝଟ୍‌କା ଖାଇଥିଲା। ଓପନର ଜୋ ଡେନଲି ୪ ରନ କରି ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ଶର୍ଟ ଲେଗ୍‌ରେ ମାଥ୍ୟୁ ଓ୍ବେଡଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ନାଇଟ୍‌ ଓ୍ବାଚ୍‌ମ୍ୟାନ୍‌ ଭାବେ ବ୍ୟାଟିଂ କରିବାକୁ ଆସିଥିବା କ୍ରେଗ୍‌ ଓଭରଟନ ୫ ରନ କରିଥିବା ବେଳେ ଦ୍ୱିତୀୟ ସ୍ଲିପ୍‌ରେ ସ୍ମିଥ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଓପନର ରୋରି ବନର୍‌ସ ୮୧ ଓ ଅଧିନାୟକ ଜୋ ରୁଟ ୭୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୪୧ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଶେଷରେ ଜାସନ ରୟ ୨୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓଭରଟନଙ୍କ ସମେତ ବନର୍‌ସ, ରୁଟ ଓ ରୟ ଜୋଶ ହାଜେଲଉଡଙ୍କ ଶିକାର ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ହାଜେଲଉଡ ୪ ଓ ପ୍ୟାଟ କୁମିନ୍ସ ଗୋଟିଏ ଉଇକେଟ ହାସଲ କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩/୧ରୁ ଇଂଲଣ୍ଡ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ସ୍କୋର ୧୫ରୁ ଖେଳ ଆରମ୍ଭ କରି ବନର୍‌ସ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ୩ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୨ ରନ ଅଧିକ ସଂଗ୍ରହ କରି ଓଭରଟନ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଦିବସରେ ମଧ୍ୟ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା ଓ ଓଦା ଗ୍ରାଉଣ୍ଡ ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହୋଇଥିଲା। ଲଞ୍ଚ୍‌ ପର୍ଯ୍ୟନ୍ତ ଖେଳ ସମ୍ଭବପର ହୋଇ ନ ଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୨୬ ଓଭରରେ ୪୯୭/୮ ଇନିଂସ ଘୋଷଣା
(ଷ୍ଟିଭ୍‌ ସ୍ମିଥ୍‌- ୨୧୧, ମାର୍ନସ ଲାବୁସ୍କାନ- ୬୭, ଟିମ୍‌ ପେନ- ୫୮, ଷ୍ଟୁଆର୍ଟ ବ୍ରଡ- ୩/୯୭, ଜ୍ୟାକ ଲିଚ୍‌- ୨/୮୩, କ୍ରୋଗ ଓଭରଟନ- ୨/ ୮୫)।
ଇଂଲଣ୍ଡ ପ୍ରଥମ ଇନିଂସ- ୭୪ ଓଭରରେ ୨୦୦/୫
(ରୋରି ବନର୍‌ସ- ୮୧, ଜୋ ରୁଟ- ୭୧, ଜୋଶ ହାଜେଲଉଡ- ୪/୪୮, ପ୍ୟାଟ୍‌ କୁମିନ୍ସ- ୧/୩୭ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦେଶର ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ, ଉପହାସ କଲେ ପ୍ରଶଂସକ

ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ପ୍ରମୁଖ ଫୁଟବଲ୍ କ୍ଲବ୍ ନାଁ ଜାଣିନାହାନ୍ତି ଭାରତର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବିୟ। ଏକ ପ୍ରେସ୍ କନଫରେନ୍ସରେ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ୍‌ର...

ଆଇପିଏଲରୁ ମୁସ୍ତାଫିଜୁରଙ୍କୁ ବିଦା କରାଯିବା ପରେ ପ୍ରତିଶୋଧ ନେଲା ବାଂଲାଦେଶ, ଏହି ଭାରତୀୟଙ୍କୁ….

ନୂଆଦିଲ୍ଲୀ,୫।୧: ବଦଳୁଥିବା ପରିସ୍ଥିତିକୁ ଉଦ୍ଧୃତ କରି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ ଆଙ୍କର ରିଧିମା ପାଠକଙ୍କୁ ଚଳିତ ବାଂଲାଦେଶ ପ୍ରିମିୟର ଲିଗର ପ୍ରେଜେଣ୍ଟେସନ ପ୍ୟାନେଲରୁ ହଟାଇ...

IPLରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନର ହାତ ଧରିଲେ ମୁସ୍ତାଫିଜୁର ରହମାନ, ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ,୭।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ ଦିଆଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, BCCI କେକେଆରକୁ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ…

ନୂଆଦିଲ୍ଲୀ,୭।୧: ୨୦୨୬ର ICC ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର୍‌ ମିଚେଲ ସାଣ୍ଟନରଙ୍କୁ କିୱି ଦଳର ଦାୟିତ୍ୱ ଦିଆଯାଇଛି। ମନୋନୀତ...

ବାଂଲାଦେଶ କ୍ରିକେଟ ବୋର୍ଡକୁ ଝଟକା ଦେଲା ICC: ହରଡ଼ଘଣାରେ ପଡିଲା ବିସିବି, ଏବେ କରିବ କ’ଣ…

ନୂଆଦିଲ୍ଲୀ,୭।୧: ସୁରକ୍ଷା ଦୃଷ୍ଟିରୁ ୨୦୨୬ ଟି୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମ...

ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ...

ବିରାଟଙ୍କୁ କ’ଣ କହିଲେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ୟୁଟ୍ୟୁବର MrBeast? ଏବେ ଏହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୧: ସାରା ବିଶ୍ୱରେ MrBeast ନାମରେ ପରିଚିତ ଏହି YouTuber, ଯାହାଙ୍କ ପ୍ରକୃତ ନାମ ଜେମ୍ସ ଷ୍ଟିଫେନ ଡୋନାଲ୍ଡସନ, ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ...

ମୁସ୍ତାଫିଜୁର ରହମାନଙ୍କୁ ହଟାଇ ନାହିଁ BCCI! ତେବେ କାହା ଇସାରାରେ IPLରୁ ବିଦା ଦେଲେ ବାଂଲାଦେଶୀ ଖେଳାଳି? ଜାଣନ୍ତୁ…

ନୂଆଦିଲ୍ଲୀ,୬।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ରୁ ବାହାର କରିବାର ନିଷ୍ପତ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ନିଆଯାଇ ନଥିଲା। ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri