କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର ଗତି ସହିତ ତୁଳନା କରି ଲଘୁ ମନ୍ତବ୍ୟ ଦେବା ଏକ ଜଣାଶୁଣା କଥା। ଯେପରି ବିଳମ୍ବରେ ପ୍ରାପ୍ତ ଚିଠି, ମନି ଅର୍ଡର ବା ଯୋଜନାର ସୁଫଳ। ଏଭଳି ତୁଳନାର ଉତ୍ପତ୍ତି କେବେ ହୋଇଥିଲା ଜଣା ଥାଉ କି ନ ଥାଉ କିପରି ହୋଇଥିଲା ତା’ର ପୃଷ୍ଟଭୂମି ଅନ୍ତତଃ ପକ୍ଷେ ସମସ୍ତେ ଜାଣନ୍ତି ଏବଂ ତାହା ହେଲା ଲୋକପ୍ରିୟ ‘ଠେକୁଆ କଇଁଛ କଥା’ ଯାହାର ଉଦାହରଣ କଥା କଥାକେ ଦେବା ଏକ ସାଧାରଣ ଅନୁଭୂତି ହୋଇ ରହିଯାଇଛି। ପାଠ ପଢ଼ାରେ, ଖେଳ କସରତରେ କିମ୍ବା କୌଣସି ପ୍ରତିଯୋଗିତାରେ ହେଳା କରୁଥିବା ଶିଶୁଟିକୁ ତା’ର ମାତାପିତା, ଗୁରୁଜନ ଓ ଶିକ୍ଷକ ସମସ୍ତେ ଏହି କାହାଣୀଟି ଶୁଣେଇ ଥାନ୍ତି କିମ୍ବା ପଢ଼େଇ ଥାନ୍ତି। ଉଭୟଙ୍କର ଗତିଶକ୍ତି ଉପରେ ଗୁରୁତ୍ୱ ଆରୋପ କରିଥାନ୍ତି। କାହିଁ କ୍ଷିପ୍ର ଗତିଶୀଳ ଠେକୁଆ କାହିଁ ମନ୍ଥର ଗତିରେ ଚାଲୁଥିବା କଇଁଛ। ଅଥଚ ଉଭୟ ପରସ୍ପର ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରିବା ପାଇଁ ସ୍ଥିର କଲେ। କଇଁଛଟି ନିଜର ଅପାରଗତା ଜାଣି ବି ତା’ର ଗଭୀର ଆତ୍ମବିଶ୍ୱାସ ଓ ପରିଶ୍ରମ ଉପରେ ଭରସା ରଖି ସେଥିରେ ଭାଗ ନେବାକୁ ରାଜି ହେଲା। ଠେକୁଆର ଅଳସୁଆମି ଓ କଇଁଛଟିର ଧୈର୍ଯ୍ୟ ହେତୁ ଶେଷରେ କଇଁଛଟି ଜିତିଲା ଏବଂ କଥା ରହିଗଲା ‘କଚ୍ଛପ ଗତି’ ଯାହା ମନ୍ଥର ହୋଇପାରେ କିନ୍ତୁ ଲକ୍ଷ୍ୟ ସ୍ଥଳରେ ଅବଶ୍ୟ ପହଞ୍ଚାଏ। ଏହି ଗଳ୍ପଟି ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆ ଯାଏ ଯେ ହେଳା କଲେ ଭେଳା ବୁଡ଼େ, ଧୀର ପାଣି ପଥର କାଟେ ବା ଆଦୌ ନ ପହଞ୍ଚିବା ଅପେକ୍ଷା ବିଳମ୍ବରେ ପହଞ୍ଚିବା ଶ୍ରେୟସ୍କର। ଏଭଳି ବଚନିକାର ଉଦ୍ଦେଶ୍ୟ ଯାହା ହେଉନା କାହିଁକି ଏଥିରେ ନିହିତ ବାର୍ତ୍ତା ହେଲା ସାଧନାରେ ନିଷ୍ଠା ଥିଲେ ସିଦ୍ଧି ଲାଭ ନିଶ୍ଚିତ।
କଚ୍ଛପର ଗତି କେବଳ ଏହି କାହାଣୀଟିରେ ସୀମିତ ନୁହେଁ। ଅଲିଭ୍‌ ପତ୍ର ଭଳି ସବୁଜ ରଙ୍ଗର ଆବରଣ (ଖୋଳ) ଯୋଗୁ ଅଲିଭ ରିଡ୍‌ଲେ ନାମରେ ପରିଚିତ ଏକ ଜଣାଶୁଣା ପ୍ରଜାତିର କଇଁଛ ସେମାନଙ୍କର ଗତିଶୀଳତା ପାଇଁ ବେଶ୍‌ ଚର୍ଚ୍ଚିତ। ସମୁଦ୍ର ଗର୍ଭରେ ହଜାର ହଜାର ମାଇଲ ଯାତ୍ରା କରି ଏମାନେ ନିର୍ଭୁଲ ଭାବରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ଅଣ୍ଡା ଦିଅନ୍ତି। କଚ୍ଛପର ଗତିପଥ କେବଳ ଜଳ ଭାଗରେ ସୀମିତ ନୁହେଁ। ଏକ ଉଭୟଚର ପ୍ରାଣୀ ଭାବରେ ଏମାନେ ସ୍ଥଳଭାଗରେ ବି ସ୍ବଚ୍ଛନ୍ଦରେ ଯାତାୟାତ କରନ୍ତି ତଥା ଶାକାହାରୀ ଓ ମାଂସାହାରୀ ଭାବରେ ଉଭୟ ପ୍ରକାରର ଖାଦ୍ୟ ଖାଆନ୍ତି। ସ୍ଥଳଭାଗରେ କଚ୍ଛପର ଗତି ଉପରେ ଅନେକ କାହାଣୀ ରହିଛି ଯେଉଁଥିରୁ ମନ୍ଥରକ ନାମକ କଚ୍ଛପର ଗତିବିଧି ସମ୍ପର୍କରେ ବିଖ୍ୟାତ ସଂସ୍କୃତ କଥା ହିତୋପଦେଶ ଅନ୍ୟତମ।
ଇଏ ତ ହେଲା କଇଁଛର ବାହ୍ୟ ଗତି। ତା’ର ଆଭ୍ୟନ୍ତରୀଣ ଗତି ମଧ୍ୟ ତତ୍ତୁଲ୍ୟ ଶିକ୍ଷାପ୍ରଦ। କଇଁଛର ସାରା ଦେହ ଏପରି କଠିନ ଆବରଣ ଭିତରେ ସୁରକ୍ଷିତ ଯେ ତାହା ତାକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଢାଲ ଭଳି କାର୍ଯ୍ୟ କରେ। କିନ୍ତୁ ତା’ର ପାଦ ଓ ମୁଖ ଅପେକ୍ଷାକୃତ କୋମଳ ଉପାଦାନରେ ଗଠିତ ହୋଇଥିବାରୁ ତାହା ତା’ର ଏକ ଦୁର୍ବଳତା। ହେଲେ ତା’ ଉପରେ ଆକ୍ରମଣର ସୁରାକ ପାଇଲେ ତାକୁ ସେ ଶରୀରର ଟାଣ ଖୋଳପା ଭିତରକୁ ପୂରେଇ ଦେଇ ଆତ୍ମରକ୍ଷା କରେ ଏବଂ ଭୟର ଆଶଙ୍କା ଟଳିଗଲେ ସେ ସବୁକୁ ପୁଣି ବାହାରକୁ କାଢି କାମରେ ଲଗାଏ। କଇଁଛର ଏପରି କୌଶଳ ମନୁଷ୍ୟ ପାଇଁ ଉପଲବ୍ଧ ଦୁଇଟି ଆତ୍ମରକ୍ଷା ଉପାୟ ଯଥା ବେତସ ବୃତ୍ତି ଓ ଭୁଜଙ୍ଗ ବୃତ୍ତି ସହିତ ତୁଳନୀୟ। ଝଡ଼ ବତାସରେ ନଇଁ ପଡ଼ି ଓ ତା’ ପରେ ମୁଣ୍ଡ ଟେକି ବେତ ବୃକ୍ଷ ତିଷ୍ଠି ରହେ ଅଥଚ ଶତ୍ରୁ ସମ୍ମୁଖରେ ଫଣାକୁ ଟେକି ରଖି ସର୍ପଟିଏ ପ୍ରାଣ ହାରେ। କଇଁଛଟି ବେତ ଗଚ୍ଛ ପରି ନିଜର ଅଙ୍ଗ ଚାଳନା କରି ବିପଦରୁ ନିଜକୁ ରକ୍ଷା କରେ। କଚ୍ଛପର ଏଭଳି ବିଚିତ୍ର ଗତିର ସାମଞ୍ଜସ୍ୟ ସଂସାରର ଗତି ସହିତ ରହିଛି। ”ସମ୍ୟକ୍‌ ସରତି ଇତି ସଂସାର“ ଅର୍ଥାତ୍‌ ଧୀରେ ଧୀରେ ଗତି କରୁଥିବାରୁ ନାମ ସଂସାର। କଚ୍ଛପ ଗତିର ସବୁଠାରୁ ସ୍ବତନ୍ତ୍ର ବିଶେଷତ୍ୱ ହେଉଛି ଏହା ଧୀରେ ଚାଲେ କିନ୍ତୁ ପଛେଇ ଚାଲେନା ଅର୍ଥାତ୍‌ ଅନ୍ୟ ପ୍ରାଣୀଙ୍କ ଭଳି ଏହାର ପଶ୍ଚାତ ଗତି ନାହିଁ। ଅତଏବ କଇଁଛଟିଏ ଏହି ଶିକ୍ଷା ଦିଏ ଯେ ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ ପଛଘୁଞ୍ଚା ଦେବା ଉଚିତ ନୁହେଁ।
ପ୍ରକୃତିର ଜୈବ ବିବିଧତା ରକ୍ଷା ପାଇଁ କଇଁଛର ଯଥେଷ୍ଟ ଅବଦାନ ରହିଛି। ବିଭିନ୍ନ ବିଷାକ୍ତ ଗଛଲତା ଓ କୀଟ ପତଙ୍ଗଙ୍କୁ ଖାଇଦେଇ ଏହା ପ୍ରାକୃତିକ ଭାରସାମ୍ୟ ରକ୍ଷାକରେ। ମାତ୍ର ପରିତାପର ବିଷୟ ମାଂସାହାରୀ ମନୁଷ୍ୟ ଖାଦ୍ୟ ଲୋଭରେ ଏହାକୁ ମାରି ଖାଇ ଚାଲିଛି ଯାହା ଫଳରେ ଏହାର ସଂଖ୍ୟା କମି କମି ଯାଉଛି। ଏକ ପଣ୍ୟଦ୍ରବ୍ୟ ଭାବେ ହଜାର ହଜାର ସଂଖ୍ୟାରେ କଇଁଛ ରପ୍ତାନି ଆମଦାନୀ କରାଯାଉଛି। ପରିସ୍ଥିତି ଏପରି ଉଦ୍‌ବେଗଜନକ ହେଲାଣି ଯେ ଶେଷରେ ମିଳିତ ଜାତିସଂଘ ଏଥିରେ ହସ୍ତକ୍ଷେପ କରି ଏହାକୁ ଏକ ସଙ୍କଟାପନ୍ନ ଜୀବ (ଏଣ୍ଡେଞ୍ଜର୍ଡ ସ୍ପେସି) ଭାବରେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଜେନେଭାର ପ୍ରଥମ ପରିଶିଷ୍ଟରେ (କ୍ଷୟମାଣ ଜୀବ) ୫ା୧୦ା୧୯୪୮ରୁ ତାଲିକାଭୁକ୍ତ କରିଛି। ସେହିପରି ଲଣ୍ଡନ ସ୍ଥିତ ସିଆଇଟିଇଏସ୍‌ ସଂଗଠନ ସମସ୍ତ ସଙ୍କଟାପନ୍ନ ଜୀବଙ୍କର ବିକାକିଣାକୁ ଅନ୍ତର୍ଜାତୀୟ ସ୍ତରରେ ନିଷିଦ୍ଧ କରିଛି। ଭାରତରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୯୧ରେ ମଧ୍ୟ ଏହା ପ୍ରଥମ ପରିଚ୍ଛେଦରେ(ସଙ୍କଟାପନ୍ନ ଜୀବ ତାଲିକା) ସ୍ଥାନ ପାଇଛି। ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଚରାଭୂଇଁ ତଥା ଅଣ୍ଡାଦାନ ସ୍ଥଳୀ ଭାବେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଭିତର କନିକାର ଗହୀରମଥା ଅଞ୍ଚଳ କେବଳ ଏହି ଜାତୀୟ କଇଁଛଙ୍କ ପାଇଁ ସାରା ବିଶ୍ୱରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଛି। ତେଣୁ ପ୍ରତିବର୍ଷ ସେମାନଙ୍କର ଅଣ୍ଡା ଦେବା ଋତୁରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ସମ୍ପୃକ୍ତ ଅଞ୍ଚଳ ଦର୍ଶକଙ୍କ ପାଇଁ ବନ୍ଦ ରହେ। ମହାବିଷ୍ଣୁଙ୍କର ଦ୍ୱିତୀୟ ଅବତାର କଇଁଛ ଭଳି ଏକ ନିରୀହ ଉପକାରୀ ଜୀବକୁ ସୁରକ୍ଷା ପ୍ରଦାନ ନ କଲେ କ୍ରମେ ଏହା ଲୋପ ପାଇଯିବ ଏବଂ ତା’ର କୁପରିଣାମ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ।

ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri