ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ବାଘପାଲି ଗ୍ରାମର ଦୀନବନ୍ଧୁ ମେହେର ଚୋରାରେ ଗ୍ରାମରେ ମଦ ବିକ୍ରି କରୁଥିବା ବେଳେ ଗ୍ରାମର ଭାଗିରଥୀ ଭୋଇ ଏବଂ ତାଙ୍କର ଆଉ ଜଣେ ସହଯୋଗୀ ବିରୋଧ କରିଥିଲେ ।

ଏହି ଘଟଣାକୁ ନେଇ ସୋମବାର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାଫଳରେ ମଦ ବ୍ୟବସାୟୀ ଦୀନବନ୍ଧୁ ମେହେର ଉତକ୍ଷିପ୍ତ ହୋଇ ତାଙ୍କ ପରିବାର ସହିତ ଭାଗିରଥୀ ଭୋଇ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ବିଭିନ୍ନ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟେ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪୫ ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ବିବାହର ୧୦ ବର୍ଷ ପରେ ସେ ଗର୍ଭବତୀ ଅଛନ୍ତି। ୪୫ ବର୍ଷ ବୟସରେ ସେ ସରୋଗେସି…

ଶେଷ ସମୟରେ ଓଲଟିଯିବ ବାଜି: ହାରୁ ହାରୁ ଜିତିଯିବେ ମମତା! ଭାଜପାର ନିଦ ହଜାଇଲା ଏହି ସଙ୍କେତ

କୋଲକାତା,୩୦।୪: ରାଜନୀତିରେ ଆମ ଆଖି ଆଗରେ ବହୁତ କିଛି ଘଟେ, ଏବଂ ସମୟ ସହିତ ନୀରବରେ ବହୁତ କିଛି ନିଷ୍ପତ୍ତି ନିଆଯାଇଥାଏ। ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ଏକ…

ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା, ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଛତ୍ରପୁର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପୌରପରିଷଦରେ ରାଜନୈତିକ ଆକ୍ରୋଶ ରଖି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ…

ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିବା ଘଟଣା, ରିୟାନ ପରାଗଙ୍କୁ ମିଳିଲା ଏହି ଦଣ୍ଡ

ନୂଆଦିଲ୍ଲୀ,୩୦।୪: ରାଜସ୍ଥାନ ରୟାଲ୍ସ ଅଧିନାୟକ ରିୟାନ ପରାଗଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଡ୍ରେସିଂ ରୁମ୍ ଭିତରେ ଇ-ସିଗାରେଟ୍ ଟାଣିବା ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି…

ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଛତ୍ରପୁର,୩୦ା୪(ଦିଲ୍ଲୀପ ସାମଲ): ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଗଞ୍ଜାମ ଜିଲାର ଛତ୍ରପୁର ସହର ଚଳଚଞ୍ଚଳ। ସହରର ନୀଳ କଣ୍ଠେଶ୍ୱର ସାହିରେ ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ…

ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣା: ତ୍ୱରିତ ନ୍ୟାୟିକ ତଦନ୍ତ ସହ ଏତେ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା କଂଗ୍ରେସ

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି…

ମୋହନାରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଭାଙ୍ଗ, ବାଟରେ ମାଡ଼ିବସିଲେ ଅବକାରୀ କର୍ମଚାରୀ

ମୋହନା,୩୦ା୪(ମନ୍ମଥ ମିଶ୍ର): ଗଜପତି ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ରା.ଉଦୟଗିରି ଅବକାରୀ ଓଆଇସି ଏନ୍‌. ତ୍ରିପତି…

ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…

ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri