ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ

(ଦୀନେଶ କୁମାର ଦେହୁରୀ)
ବନ୍ତଳା,୩ା୯

ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ ସହାୟତା। ଏପରି କି ରହିବା ପାଇଁ ଘର କି ଚଳିବା ପାଇଁ କାମ ଯୋଗାଇ ଦିଆଯାଇ ନ ଥିବାରୁ ସେ ବାଧ୍ୟ ହୋଇ ପୋଲିସ କ୍ୟାମ୍ପ ଛାଡ଼ି ଘରକୁ ପଳାଇ ଯାଇଛନ୍ତି। ଅନୁଗୋଳ ଜିଲା ସାତକୋଶିଆ ଜଙ୍ଗଲ ମଧ୍ୟରେ ତାଙ୍କ ଗଁା ହୋଇଥିବାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ପୁରୁଣାକୋଟ ଥାନା ମଝିପଡା ଗ୍ରାମର ଜଲି ଦେହୁରୀ (୧୮)।
ଜଲିଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ରେ ଅଭୟାରଣ୍ୟ ମଧ୍ୟରେ ମାଓବାଦୀ ବୈଠକ କରିବା ସହ ସରକାର, ପୋଲିସ, ବନ ବିଭାଗ ବିରୋଧରେ ବିଭିନ୍ନ କଥା କହି ଗଁା ଲୋକଙ୍କୁ ନିଜ ସଙ୍ଗଠନ ଆଡକୁ ଆକର୍ଷିତ କରିଥିଲେ। ସେହି ସମୟରେ ସେ ଘର ଛାଡ଼ି ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ। ଦିନରାତି ଘଞ୍ଚ ଜଙ୍ଗଲ ପାହାଡ଼ରେ ବୁଲିବା ସହିତ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରହିଥିଲେ। ଟିମ୍‌ ମୁଖ୍ୟ ସୁଶାନ୍ତ ଓ ଅନ୍ୟ ୩ ଝିଅଙ୍କ ସହ ତାଙ୍କୁ ମିଶାଇ ମୋଟ୍‌ ୧୦ ଜଣ ଗୋଟିଏ କ୍ୟାମ୍ପରେ ରହିଥିଲେ। ଦିନେ ଏସ୍‌ଓଜି ଓ ପୋଲିସ ସହିତ ମୁହାଁମୁହିଁ ହେବାରୁ ସେମାନେ ଅନ୍ୟ ଏକ ପାହାଡ଼କୁ ଖସି ଯାଇଥିଲେ। ମାଓବାଦୀ ସଙ୍ଗଠନରେ ମାସେ ରହିବା ପରେ ସେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ପୁରୁଷ ସାଥୀଙ୍କ ସହ ଲୁଚି ଚାଲିଆସି ଅନୁଗୋଳ ଡିଆଇଜି ଓ ତତ୍‌କାଳୀନ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ବେଳେ ତାଙ୍କୁ ସରକାରୀ ସହାୟତା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଥିଲା। ନିୟମ ଅନୁଯାୟୀ ୩ଲକ୍ଷ ୫୦ ହଜାର ଟଙ୍କା, ଅନୁଗୋଳ ସହରରେ ଜାଗା, ଘର ନିର୍ମାଣ ଓ ଚଳିବା ପାଇଁ କାମ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତାଙ୍କ ସହ ଆତ୍ମସମର୍ପଣ କରିଥିବା ପୁରୁଷ ସାଥୀଙ୍କୁ ମଧ୍ୟ ଛେଳିଆପଡା ରିଜର୍ଭ କ୍ୟାମ୍ପରେ ରଖାଯାଇଥିଲା। ୨୦୧୮ ଅକ୍ଟୋବର ୫ରେ ଗୋଟିଏ କିସ୍ତିରେ ୯୮ ହଜାର ଓ ଆଉ ଏକ କିସ୍ତିରେ ୫୦ ହଜାର ଏପରି ମୋଟ୍‌ ୧ ଲକ୍ଷ ୪୮ ହଜାର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। କିନ୍ତୁ ଏହା ପରଠୁ ଆଉ କୌଣସି ସହାୟତା ତାଙ୍କୁ ଏଯାଏ ମିଳିନାହିଁ। ଏପରି କି ଶିମିଳିପଡାଠରେ ସେ ଓ ତାଙ୍କ ପୁରୁଷ ସାଥୀ କରିଥିବା ଏକ ଚା ଦୋକାନକୁ ପୋଲିସ ପକ୍ଷରୁ ବନ୍ଦ କରି ଦିଆଯାଇଛି। ରୋଷେଇ କରି ଖାଇବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସାମଗ୍ରୀ ଯୋଗାଣ ବ୍ୟତୀତ ଆଉ କିଛି ସହାୟତା ଦିଆ ନ ଯିବାରୁ ସେ ବାଧ୍ୟ ହୋଇ ସପ୍ତାହେ ହେଲା ନିଜ ଗାଁକୁ ଫେରିଛନ୍ତି। ମା’ ବାପା ଗାଈ ଚରାଉଥିବା ବେଳେ ତାଙ୍କ ପରିବାରରେ ମୋଟ୍‌ ୧୦ ସଦସ୍ୟ ଅଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ସହରରେ ଜାଗା ଓ ଚଳିବା ପାଇଁ କାମ, ବକେୟା ଅର୍ଥ ପ୍ରଦାନ କରାଗଲେ ସେ ଉପକୃତ ହେବା ସହିତ ଏହା ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତ ଆଡ଼କୁ ଆକର୍ଷିତ କରିପାରନ୍ତା ବୋଲି ଜଲି କହିଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି, ଜଲିଙ୍କୁ ଜାଗା, ଘର, ପାଠପଢ଼ା, ବିବାହ ଓ ହାତ ଖର୍ଚ୍ଚ ପାଇଁ ଦେଢଲକ୍ଷ ଟଙ୍କା ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ ୨୦୧୯ ଅକ୍ଟୋବର ଓ ୨୦୨୦ ଅକ୍ଟୋବରରେ ଆଉ ୫୦ ହଜାର ଲେଖାଏ ଏବଂ ୨୦୨୧ ଅକ୍ଟୋବରରେ ଆଉ ଏକ ଲକ୍ଷ ଟଙ୍କା ଦିଆଯିବ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ କହିଛନ୍ତି, ଜଲିଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବା ପରେ ଯାହା କିଛି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri