ଜଳବାୟୁ ପାଣ୍ଠିର ଭୂମିକା

ସାମ୍ପ୍ରତିକ ସମୟର ପ୍ରମୁଖ ଆହ୍ବାନକାରୀ ସମସ୍ୟା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ। ଏସବୁ ମାନବ ସ୍ବାସ୍ଥ୍ୟ, ବିଶ୍ୱ ଅର୍ଥନୀତି ଏବଂ ପ୍ରାକୃତିକ ପରିସଂସ୍ଥା ନିମନ୍ତେ ଗମ୍ଭୀର ବିପଦର ସୂତ୍ରପାତ କରୁଛି। ଏହି ପରିବେଶୀୟ ସମସ୍ୟାର ପ୍ରଭାବରେ ସଂଘଟିତ ବିଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ ପରିବ୍ୟାପ୍ତ ହୋଇଚାଲିଛି। ଏସବୁର ମୁକାବିଲା ନିମନ୍ତେ ଜାତିସଂଘ ଆନୁକୂଲ୍ୟରେ ନିୟମିତ ବିଶ୍ୱସ୍ତରୀୟ ଜଳବାୟୁ ସମ୍ମିଳନୀମାନ ଅନୁଷ୍ଠିତ ହେଉଛି। ବିନାଶକାରୀ ପ୍ରଭାବର ପ୍ରଶମନ ନିମନ୍ତେ ସମ୍ବଳରହିତ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ସାହାଯ୍ୟ ପ୍ରଦାନ ଲକ୍ଷ୍ୟରେ ଜାତିସଂଘ ଉଦ୍ୟମରେ ଗଠିତ ହୋଇଛି ଅନ୍ତର୍ଜାତୀୟ ‘ସବୁଜ ଜଳବାୟୁ ପାଣ୍ଠି’ (ଜିସିଏଫ୍‌)। ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ କନଭେନସନ (ୟୁଏନ୍‌ଏଫ୍‌ସିସି) ଦ୍ୱାରା ୨୦୧୦ରେ ପ୍ରତିଷ୍ଠିତ ହୋଇଥିବା ଏହି ପାଣ୍ଠି ହେଉଛି ବିଶ୍ୱର ସର୍ବବୃହତ ସମର୍ପିତ ପାଣ୍ଠି। ଗ୍ଲୋବାଲ ସାଉଥରେ ଜଳବାୟୁ-ସ୍ଥିର ଏବଂ ସ୍ବଳ୍ପତର-ନିର୍ଗମନ ବିକାଶକୁ ସମର୍ଥନ କରିବା ନିମନ୍ତେ ଧନୀ ରାଷ୍ଟ୍ରଗୁଡ଼ିକରୁ ଜଳବାୟୁ ପାଣ୍ଠି ଯୋଗାଡ଼ କରିବାରେ ଜିସିଏଫ ଏକ ପ୍ରମୁଖ ଭୂମିକା ନିର୍ବାହ କରେ। ମୁଖ୍ୟ ଲକ୍ଷ୍ୟ ହେଉଛି ବିକାଶଶୀଳ ଦେଶଗୁଡ଼ିକରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ନିର୍ଗମନକୁ ସୀମିତ ବା ହ୍ରାସ କରିବାର ପ୍ରୟାସକୁ ସମର୍ଥନ ଏବଂ ଦୁର୍ବଳ ସମାଜଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ଅନିବାର୍ଯ୍ୟ ପ୍ରଭାବ ସହିତ ଖାପ ଖୁଆଇବାରେ ସହାୟତା ପ୍ରଦାନ କରିବା। ପ୍ରଶମନ ଏବଂ ଅନୁକୂଳନର ଏହି ଦ୍ୱୈତ ଉଦ୍ଦେଶ୍ୟ ହେଉଛି ପ୍ୟାରିସ ଜଳବାୟୁ ଚୁକ୍ତିନାମା ୨୦୧୫ର ଲକ୍ଷ୍ୟ ପୂରଣ ଦିଗରେ ବିଶ୍ୱସ୍ତରୀୟ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦୁଇ ଡିଗ୍ରୀ ସେଲସିୟସ ତଳେ ନିୟନ୍ତ୍ରିତ କରିବାର ପ୍ରଚେଷ୍ଟାକୁ ଗୁରୁତ୍ୱ ପ୍ରଦାନ ସହ ଏହି ବୃଦ୍ଧିକୁ ଦେଢ଼ ଡିଗ୍ରୀ ମଧ୍ୟରେ ସୀମିତ ରଖିବାର ପ୍ରୟାସ ଜାରି ରଖେ।
ଜଳବାୟୁ ପାଣ୍ଠି ୨୪ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ବୋର୍ଡ଼ ଦ୍ୱାରା ପରିଚାଳିତ ହୁଏ, ଯେଉଁଥିରେ ଉଭୟ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କର ସମାନ ସଂଖ୍ୟକ ସଦସ୍ୟ ଅନ୍ତର୍ଭୁକ୍ତ ।
ଏହି ପାଣ୍ଠି ୟୁଏନଏଫ୍‌ସିସିର ମାର୍ଗଦର୍ଶନରେ କାର୍ଯ୍ୟ ସମ୍ପାଦନ କରେ ଏବଂ ଏହାର ମୁଖ୍ୟାଳୟ ଦକ୍ଷିଣ କୋରିଆର ସୋଙ୍ଗଡ଼ୋରେ ଅବସ୍ଥିତ। ଏହା ଫ୍ରେମୱାର୍କ କନ୍‌ଭେନସନ ବାର୍ଷିକ ସଦସ୍ୟ ସମ୍ମିଳନୀ (କପ୍‌) ପ୍ରତି ଉତ୍ତରଦାୟୀ ରହେ, କିନ୍ତୁ ଏହା ନିଜସ୍ବ କାର୍ଯ୍ୟକ୍ଷମ ନୀତି ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଏକ ସ୍ବାଧୀନ ଆଇନଗତ ସଂସ୍ଥା ଭାବରେ କାର୍ଯ୍ୟ ସମ୍ପାଦନ କରେ। ବିକଶିତ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ବଦାନ୍ୟ ଦାତାମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରତିଶ୍ରୁତି ମାଧ୍ୟମରେ ଏହି ପାଣ୍ଠିକୁ ଅର୍ଥ ଯୋଗାଇ ଦିଆଯାଏ। ୨୦୨୪ ସୁଦ୍ଧା, ଜିସିଏଫ ଏହାର ପ୍ରତିଷ୍ଠା ପରଠାରୁ ୨୦ ବିଲିୟନ ଡଲାରରୁ ଅଧିକ ପ୍ରତିଶ୍ରୁତି ସଂଗ୍ରହ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ ଏବଂ ଫ୍ରାନ୍ସ ଭଳି ଧନିକ ରାଷ୍ଟ୍ର ସର୍ବାଧିକ ଅର୍ଥ ପ୍ରଦାନକାରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ।
ଏହି ପାଣ୍ଠି ଜଳବାୟୁ ସ୍ଥିରତାକୁ ପ୍ରୋତ୍ସାହିତ କରୁଥିବା ଏବଂ ଅଙ୍ଗାରକ ନିର୍ଗମନ ହ୍ରାସ କରୁଥିବା ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରେ। ଏଥିରେ ନବୀକରଣୀୟ ଶକ୍ତି ଉତ୍ପାଦନ, ସହନୀୟ କୃଷି ପଦ୍ଧତି, ଉନ୍ନତ ଜଳ ପରିଚ଼ାଳନା, ପ୍ରାରମ୍ଭିକ ବିପର୍ଯ୍ୟୟ ଚେତାବନୀ ବ୍ୟବସ୍ଥା ଏବଂ ଜଳବାୟୁ-ସ୍ଥାପକ ଭିତ୍ତିଭୂମି ନିର୍ମାଣରେ ଅର୍ଥ ନିବେଶ ଅନ୍ତର୍ଭୁକ୍ତ। ଏହି ପାଣ୍ଠି ଏକ ରାଷ୍ଟ୍ରର ସ୍ବତ୍ୱାଧିକାର ଉପରେ ଗୁରୁତ୍ୱ ପ୍ରଦାନ କରେ, ଅର୍ଥାତ ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କର ନିଜସ୍ବ ଜଳବାୟୁ ପ୍ରାଥମିକତା ଏବଂ ପ୍ରସ୍ତୁତ ଯୋଜନା ଆଧାରରେ ପ୍ରକଳ୍ପଗୁଡ଼ିକର ନେତୃତ୍ୱ ନେବେ। ପାଣ୍ଠିର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଜଳବାୟୁ ଅନୁକୂଳନ (ଖାପ ଖୁଆଇବା) ଏବଂ ପ୍ରଶମନ ପ୍ରୟାସ ମଧ୍ୟରେ ସମାନ ଭାବରେ ପାଣ୍ଠିର ସନ୍ତୁଳିତ ବଣ୍ଟନକୁ ସୁନିଶ୍ଚିତ କରିବା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତବତା ଯେ ବନ୍ୟା ପ୍ରତିରକ୍ଷା ପଦ୍ଧତିର ନିର୍ମାଣ କିମ୍ବା ମରୁଡ଼ି ପ୍ରତିରୋଧୀ ଫସଲର ବିକାଶ ପରି ଅନୁକୂଳନ ପ୍ରକଳ୍ପମାନ, ସୌରଶକ୍ତି ଫାର୍ମ ବା ପବନ ଟର୍ବାଇନ ପ୍ରକଳ୍ପ ପରି ପ୍ରଶମନ ପଦକ୍ଷେପ ତୁଳନାରେ କମ୍‌ ପାଣ୍ଠି ପାଇଥାନ୍ତି। ଅଧିକନ୍ତୁ ବ୍ୟବସ୍ଥାର ଅତି କମ୍‌ରେ ୫୦% ଅନୁକୂଳନ ପାଣ୍ଠିକୁ ସବୁଠାରୁ ଦୁର୍ବଳ ଦେଶଗୁଡ଼ିକୁ ପ୍ରଦାନ କରାଯାଏ, ଯେଉଁଥିରେ ସର୍ବନିମ୍ନ ବିକଶିତ ରାଷ୍ଟ୍ର, କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶମାନେ ଅନ୍ତର୍ଭୁକ୍ତ। ଏହି ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବର୍ଦ୍ଧିତ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି, କିନ୍ତୁ ଆର୍ଥିକ ଏବଂ ବୈଷୟିକ ସମ୍ବଳର ଅଭାବ ପରିପ୍ରେକ୍ଷୀରେ ପ୍ରଭାବଶାଳୀ ଭାବରେ ଏହା ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣରେ ପ୍ରାୟତଃ ଅସମର୍ଥ ହୁଅନ୍ତି।
ନିକଟରେ ଘାନା, ମାଳଦ୍ୱୀପ ଏବଂ ମୌରିଟାନିଆରେ ଜଳବାୟୁ ସ୍ଥିରତାକୁ ସୁଦୃଢ଼ କରିବା ନିମନ୍ତେ ସବୁଜ ଜଳବାୟୁ ପାଣ୍ଠି ୧୨୦ ନିୟୁତ ଡଲାରରୁ ଅଧିକ ଅର୍ଥ ନୂତନ ଭାବେ ଅନୁମୋଦନ କରିଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ପ୍ରକୃତି-ଆଧାରିତ ସମାଧାନ, ଜଳବାୟୁ-ସ୍ଥାପକ କୃଷି, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ଉନ୍ନତ ଜଳ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ଗମ୍ଭୀର ପ୍ରଭାବକୁ ପୂର୍ବାନୁମାନ କରିବା ଏବଂ ଅନୁକୂଳନ କରିବାରେ ଦୁର୍ବଳ ସମ୍ପ୍ରଦାୟଗୁଡ଼ିକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ବିକଶିତ କରିଛି। ଆଗ୍ରହୀ ରାଷ୍ଟ୍ରମାନେ ବହୁପକ୍ଷୀୟ ବିକାଶ ବ୍ୟାଙ୍କ, ଜାତିସଂଘର ବିବିଧ ସଂସ୍ଥା, ରାଷ୍ଟ୍ରୀୟ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ ସଂଗଠନ ସମେତ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥା ମାଧ୍ୟମରେ ପାଣ୍ଠି ହାସଲ କରିପାରିବେ। ଏହି ସଂସ୍ଥାମାନଙ୍କ ମାଧ୍ୟମରେ ଦାଖଲ ହୋଇଥିବା ପ୍ରକଳ୍ପ ପ୍ରସ୍ତାବ ଜଳବାୟୁ ପାଣ୍ଠି ବୋର୍ଡ଼ ଦ୍ୱାରା ସମୀକ୍ଷା ଏବଂ ଅନୁମୋଦିତ ହୋଇଥାଏ। ପରିବେଶଗତ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପ୍ରକଳ୍ପକୁ କଠୋର ମୂଲ୍ୟାଙ୍କନ ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡ଼େ। ଏହା ସହିତ ଜଳବାୟୁ ପାଣ୍ଠି ଦେଶଗୁଡ଼ିକୁ ସେମାନଙ୍କର ସାଂଗଠନିକ କ୍ଷମତାକୁ ସୁଦୃଢ଼ କରିବା, ରଣନୈତିକ ଢାଞ୍ଚା ବିକଶିତ କରିବା ଏବଂ ଉଚ୍ଚମାନର ପ୍ରକଳ୍ପ ପ୍ରସ୍ତାବସବୁର ନିର୍ମାଣ କରିବାରେ ଆବଶ୍ୟକ ପ୍ରସ୍ତୁତି ସହାୟତା ପ୍ରଦାନ କରେ।
ଏହାର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟାଦେଶ ସତ୍ତ୍ୱେ, ଜଳବାୟୁ ପାଣ୍ଠି ସମ୍ପ୍ରତି ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଏଥିରେ ଥିବା ପ୍ରତିବନ୍ଧକ ମଧ୍ୟରେ ପାଣ୍ଠି ବଣ୍ଟନରେ ବିଳମ୍ବ, ଜଟିଳ ଆବେଦନ ପ୍ରକ୍ରିୟା ଏବଂ ପ୍ରଶାସନିକ ଅପାରଗତା ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ, ବିକାଶଶୀଳ ଦେଶ ଏବଂ ନାଗରିକ ସମାଜ ସଂଗଠନମାନେ ଅଧିକ ସ୍ବଚ୍ଛତା, ସରଳୀକୃତ ପ୍ରକ୍ରିୟା ଏବଂ ପାଣ୍ଠିର ପ୍ରତ୍ୟକ୍ଷ ଉପଲବ୍ଧତା ବୃଦ୍ଧି ନିମନ୍ତେ ଆହ୍ବାନ ଜଣାଉଛନ୍ତି। ଅନ୍ୟପକ୍ଷରେ, କିଛି ବିକଶିତ ରାଷ୍ଟ୍ର ସେମାନଙ୍କର ଆର୍ଥିକ ପ୍ରତିଶ୍ରୁତି ପୂରଣ କରିବାରେ ମନ୍ଥରତା ପ୍ରଦର୍ଶନ କରୁଛନ୍ତି, ଯାହା ଜଳବାୟୁ ଆର୍ଥିକ ବ୍ୟବସ୍ଥାର ନିଶ୍ଚିତତା ଏବଂ ପର୍ଯ୍ୟାପ୍ତତା ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିବିଧ ପ୍ରତିବନ୍ଧକର ସମ୍ମୁଖୀନ ହେବା ସତ୍ତ୍ୱେ, ଏକ ନ୍ୟାୟସଙ୍ଗତ, ଯଥାର୍ଥ ଏବଂ ସହନୀୟ ଜଳବାୟୁ ପରିବର୍ତ୍ତନ ସମାଧାନକୁ ସକ୍ଷମ ଓ କାର୍ଯ୍ୟକାରୀ କରିବାରେ ଏହି ପାଣ୍ଠିର ଭୂମିକା ଅପରିହାର୍ଯ୍ୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri