ଏଇ ଭାରତରେ

ତାମିଲନାଡୁର ୪୧ ବର୍ଷୀୟ ଥୋକାପ୍ପିୟାନ ଶିବରାଜ ଜଣେ କନ୍‌ଷ୍ଟେବଲ। ଘର ତାମିଲନାଡୁର ଭିଲ୍ଲୁପୁରମା କପ୍ପୁରରେ। ଶିବରାଜ ତାଙ୍କ ଫାର୍ମଲାଣ୍ଡକୁ ଏକ ଫ୍ରି ଏକାଡେମୀରେ ପରିଣତ କରିଦେଇଛନ୍ତି। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ପରେ ଆଗକୁ ପଢ଼ିବାକୁ ତାଙ୍କର ଇଚ୍ଛା ଥିଲେ ବି ଅର୍ଥାଭାବ ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳରେ ରୋଜଗାର ଲକ୍ଷ୍ୟରେ ସେ ସରକାରୀ ଚାକିରିର ପ୍ରସ୍ତୁତି ଆରମ୍ଭ କରିଥିଲେ। ଶେଷରେ ଶିବରାଜ ୨୦୧୦ରେ ତାମିଲନାଡୁ ପୋଲିସରେ କନଷ୍ଟେବଲ ଭାବେ ଭର୍ତ୍ତି ହୋଇଥିଲେ। ସେ ଭୋଗିଥିବା କଷ୍ଟ ଓ ଅଭାବ ଆଉକାହା ଜୀବନରେ ନ ଆସୁ, ସେଥିପାଇଁ ସରକାରୀ ଚାକିରି କରିବାକୁ ଚାହଁୁଥିବା ପିଲାଙ୍କୁ ଶିକ୍ଷା ଓ ବିଭିନ୍ନ ଧନ୍ଦାମୂଳକ ଟ୍ରେନିଂ ବ୍ୟବସ୍ଥା କରିଛନ୍ତି। ସେ ୧ ଏକର ଚାଷ ଜମିକୁ ଟ୍ରେନିଂ ଗ୍ରାଉଣ୍ଡ କରିଦେଇଛନ୍ତି। ଶିବରାଜ ଏହା ପାଇଁ ତାଙ୍କ ସଞ୍ଚିତ ଅର୍ଥରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ଶିବରାଜଙ୍କ ପୂରା ପରିବାର ପିଲାମାନଙ୍କୁ ପଢ଼ାଉଛନ୍ତି। ସେ ଟ୍ରେନିଂ ସେଣ୍ଟରର ନାମ ରଖିଛନ୍ତି ପୁଥିୟା ସିରାଗୁଗଲ ଅର୍ଥାତ୍‌ ‘ନ୍ୟୁ ଓ୍ବିଙ୍ଗସ’। ୨୦୧୩ରେ ଏହାକୁ ପ୍ରତିଷ୍ଠା କରିଥିଲେ। ଏବେ ସୁଦ୍ଧା ୪୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ଯୁବକ ଏଠାରେ ଟ୍ରେନିଂ ନେଇ ସରକାରୀ ଚାକିରି ପାଇ ସାରିଲେଣି। ତାଙ୍କ ଭାଇ ସତ୍ୟରାଜ ଶାରୀରିକ ଟ୍ରେନିଂ ଦେଉଛନ୍ତି। ଶିବରାଜଙ୍କ ଭଉଣୀ ଜୀବିତା ଟାଇପିଂ, କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି । ପ୍ରଥମେ ସେ ୩୩ ପିଲାଙ୍କୁ ଟ୍ରେନିଂ ଦେଉଥିଲେ । ଏବେ ୬୩ ପିଲା ଟ୍ରେନିଂ ନେଉଛନ୍ତି। ପିଲାମାନଙ୍କୁ ସେଠାରେ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri