ମହଙ୍ଗା ପଡିଲା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା: ଜେଲଗଲେ ଲାଞ୍ଚୁଆ ଉପଜିଲାପାଳ

ଭବାନୀପାଟଣା,୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ସେଠାରେ ଜେରା କରାଯାଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ ପାରିବାରୁ ତଥା ସଠିକ ଉତ୍ତର ଦେଇ ପାରି ନ ଥିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ଜେଲ ଯିବାକୁ ପଡିଛି। ସେହିପରି ବର୍ତ୍ତମାନ ମଧ୍ୟ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଟକ ଭିଜିଲାନ୍ସ ସେଲ ଡିଭିଜନର ଏସପି ଏମ.ରାଧାକ୍ରୀଷ୍ଣା ସୂଚନା ଦେଇଛନ୍ତି।
ଏପଟେ ଅଧିକ ତଦନ୍ତ ପାଇଁ ଧର୍ମଗଡ଼ ସ୍ଥିତ ଉପଜିଲାପାଳଙ୍କ ଅଫିସରେ ଭିଜିଲାନ୍ସ ବିଭାଗର ତିନି ଜଣିଆ ସ୍ଵତନ୍ତ୍ର ଟିମ୍ ଛାନବିନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ୍‌ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଧର୍ମଗଡ଼ ଉପଜିଲାପାଳ ଚକମା ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରବିବାର ରାତିରେ ଉପଜିଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଅଭିଯୋଗକାରୀଙ୍କୁ ଉପଜିଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ। ପରେ ଉକ୍ତ ଟଙ୍କାକୁ ତାଙ୍କ ବାସଭବନ ଅଫିସ ଟେବୁଲ୍‌ ଡ୍ରୟର ଭିତରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ଚଢ଼ଉ କରି ଉପଜିଲାପାଳଙ୍କ ହାତ ଧୋଇବା ଓ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ୪୭ ହଜାର ୬ଶହ ଟଙ୍କା ଜବତ ହୋଇଥିଲା। ଏ ନେଇଁ ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୬/୨୦୨୫) ରୁଜୁ ହୋଇଛି। ଏହି ଚଢାଉ ରେ ଦୁଇଜଣ ସେଲ୍ ଏସପି ଓ ୪ ଜଣ ଡିଏସପି ସାମିଲ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୁଚନା ଦେଇଛି। ସୂଚନା ଯୋଗ୍ୟ,
ଗତ ୨୦୨୪ ଜାନୁୟାରୀ ମାସରୁ ଧର୍ମଗଡ଼ ଉପଜିଲାପାଳ ଭାବେ ଚକମା ଦାୟିତ୍ବ ନେଇଥିଲେ। ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଚକ୍‌ମା ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଆଇ ଏ ଏସ ପାଇବା ପୂର୍ବରୁ ସେ ଆଇ ଏଫ ଏସ ପାଇ (୨୦୧୯ ବ୍ୟାର୍ଚ୍ଚ) ମୟୁରଭଞ୍ଜ ଜିଲା ବାରିପଦା ରେ ଏସିଏଫ ଭାବେ ଜୁନ ୨୦୨୧ ପ୍ରଯ୍ୟନ୍ତ କାର୍ଯ୍ୟରତ ଥିଲେ । ପରେ ଆଇ ଏ ଏସ ପାଇ ଧର୍ମଗଡ଼ ଉପଜିଲାପାଳ ଭାବେ ଯୋଗଦେଇଥିଲେ। ଅନ୍ୟପଟେ, ଜଣେ ଆଇଏଏସ ଲାଞ୍ଚ ନେଇଁ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri