ନୂଆଦିଲ୍ଲୀ,୧୨।୫: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଏକ ବଡ଼ ଘୋଷଣା କରିଛନ୍ତି କିଙ୍ଗ କୋହଲି। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି।
ବିରାଟ କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, ‘ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ବ୍ୟାଗି ବ୍ଲୁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ ମୋତେ ଏତେ ଦୂରକୁ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋର ପରୀକ୍ଷା ନେଇଛି, ମୋତେ ଗଠନ କରିଛି ଏବଂ ମୋତେ ଏପରି ଶିକ୍ଷା ଦେଇଛି ଯାହାକୁ ମୁଁ ଜୀବନ ସାରା ମୋ ସହିତ ବହନ କରିବି।’
କୋହଲି ଆହୁରି ଲେଖିଛନ୍ତି, ‘ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।’

ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ।
ବିରାଟ କୋହଲିଙ୍କ ଶେଷ ଟେଷ୍ଟ ମ୍ୟାଚ ଥିଲା। ଜାନୁଆରୀ ୩ରୁ ଜାନୁଆରୀ ୫ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୧୭ ରନ କରିଥିଲେ। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ୬ରନ କରିଥିଲେ।


