ବଡ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନରୁ ସବୁ ଆମଦାନୀ ବନ୍ଦକଲା ଭାରତ, ମେଲ୍‌, ପାର୍ସଲ ବି ବନ୍ଦ…

ନୂଆଦିଲ୍ଲୀ,୪ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍‌ ଓ ପାର୍ସଲଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ସେତିକି ନୁହେଁ, ପାକିସ୍ତାନୀ ଜାହାଜଗୁଡ଼ିକ ଭାରତୀୟ ବନ୍ଦରରେ ନ ଲଗାଇବାକୁ କଟକଣା ଲଗାଯାଇଛି।
ବୈଦେଶିକ ବାଣିଜ୍ୟ ନୀତି (ଏଫ୍‌ଟିପି) ୨୦୨୩ର ନୂଆ ନିୟମାବଳୀ ଅନୁଯାୟୀ, ଆମଦାନୀ ଓ ଦ୍ରବ୍ୟ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ତୁରନ୍ତ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜାତୀୟ ସୁରକ୍ଷା ଏବଂ ଜନସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେବା ଜରୁରୀ ଥିଲା ବୋଲି ସରକାର କହିଛନ୍ତି। ଯଦି କୌଣସି ବ୍ୟତିକ୍ରମ ଆବଶ୍ୟକ ପଡ଼େ, ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ପଡ଼ିବ।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଅତ୍ୟନ୍ତ ସୀମିତ ଥିଲା। ଚଳିତ ଆର୍ଥିକ ବର୍ଷରେ ଭାରତ ସେଠାରୁ ମାତ୍ର ୦.୫ ନିୟୁତ ଡଲାର ମୂଲ୍ୟର ପଣ୍ୟ ଆମଦାନୀ କରିଥିବାବେଳେ ପ୍ରାୟ ୫୦୦ ନିୟୁତ ଡଲାରର ପଣ୍ୟ ରପ୍ତାନୀ କରିଥିଲା। ୨୦୧୯ ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନୀ ଆମଦାନୀ ସାମଗ୍ରୀ ଉପରେ ଭାରତ ୨୦୦ ପ୍ରତିଶତ ଟାରିଫ୍‌ ଲଗାଇ ଏହାକୁ ମହଙ୍ଗା କରିଦେଇଥିଲା। ଫଳରେ ୨୦୨୪ ଏପ୍ରିଲରୁ ୨୦୨୫ ଜାନୁଆରୀ ମଧ୍ୟରେ ସେଠାରୁ ଆମଦାନୀ ମାତ୍ର ୦.୪୨ ନିୟୁତ ଡଲାରକୁ ହ୍ରାସ ପାଇଥିଲା। ଏଥିସହିତ ପାକିସ୍ତାନ ସହ ବିମାନ ଓ ସ୍ଥଳପଥ ଯୋଗେ ହେଉଥିବା ସମସ୍ତ ମେଲ୍‌ ଓ ପାର୍ସଲ ଆଦାନପ୍ରଦାନକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଡାକ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପାକିସ୍ତାନୀ ପତାକା ଲାଗିଥିବା ଜାହାଜଗୁଡ଼ିକୁ ଭାରତୀୟ ବନ୍ଦର ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଭାରତୀୟ ପତାକା ଲାଗିଥିବା ଜାହାଜଗୁଡ଼ିକ ମଧ୍ୟ ପାକିସ୍ତାନ ବନ୍ଦରକୁ ଯିବେ ନାହିଁ। ଫଳରେ ୨ ଦେଶ ମଧ୍ୟରେ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri