ରାସ୍ତାରେ ବୋହୁଛି ଡ୍ରେନ ପାଣି, ଦୁର୍ଗନ୍ଧରେ ଫାଟି ପଡୁଛି ପାଡୁଆ ବଜାର

ନନ୍ଦପୁର/ ପାଡୁଆ,୨୬।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ):  କୋରାପୁଟ ଜିଲା ନନ୍ଦପୁର ବ୍ଲକର ବ୍ୟବସାୟିକ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ପାଡୁଆ ବଜାର ଦୁର୍ଗନ୍ଧରେ ଫାଟି ପଡୁଛି । ରାସ୍ତାର ଦୁଇପାର୍ଶ୍ୱରେ ଥିବା ଡ୍ରେନରେ ଅଳିଆ ଆବର୍ଜନା ସାଙ୍ଗକୁ ମଇଳା ପାଣିର ଜମାଟ ବାନ୍ଧିଛି । ଡ୍ରେନର ମଇଳା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଫଳତଃ ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜ୍ୟ ରାଜପଥରେ ଥିବା ପାଡୁଆ ବଜାର ବର୍ତ୍ତମାନ ଦୁର୍ଗନ୍ଧମୟ ହୋଇଛି ।

ବଜାରରେ ଟିକେ ସମୟ ଛିଡା ହେଲେ ମୁସ୍କିଲ ବୋଲି କୌଣସି ସାମଗ୍ରୀ କିଣିବାକୁ ଆସୁଥିବା ଗ୍ରାହକ ଓ ଗାଡ଼ି ମୋଟର ଅପେକ୍ଷାରେ ଥିବା ଯାତ୍ରୀ ଅଭିଯୋଗ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ୱ ଡ୍ରେନକୁ କିଛି ବ୍ୟବସାୟୀ ଜବର ଦଖଲ କରି ଦୋକାନ ସାମଗ୍ରୀ ରଖୁଥିବା କହିଛନ୍ତି। ଅଳିଆ ଆବର୍ଜନା ଗୋଟିଏ ଜାଗାରେ ଏକାଠି ସଂଗ୍ରହ କରିବାକୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ତରଫରୁ ପାଡୁଆ ବଜାର କ୍ଷେତ୍ରରେ ଡଷ୍ଟବିନ ରଖିବା ବ୍ୟବସ୍ଥା କରାଯାଇ ନାହିଁ।

ଫଳତଃ ବ୍ୟବସାୟୀ, ଗ୍ରାହକ, ପଥଚାରୀ ଓ ଗ୍ରାମବାସୀ ରାସ୍ତା କଡ଼ର ଡ୍ରେନରେ ଅଳିଆ ପକାଇ ଥିବାରୁ ଡ୍ରେନ ଜାମ୍ ହୋଇ ରହିଛି। ରାସ୍ତା ଦେଖାରଖା କରୁଥିବା ପୂର୍ତ୍ତବିଭାଗ ମଧ୍ୟ ଡ୍ରେନ୍ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଡ୍ରେନ ପାଣି ରାସ୍ତାରେ ପ୍ରବାହିତ ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ଯାତ୍ରୀ, ଗ୍ରାହକ ଓ ବ୍ୟବସାୟୀ କହିଛନ୍ତି । ପାଡୁଆ ପଞ୍ଚାୟତ, ନନ୍ଦପୁର ବ୍ଲକ ଓ ଜିଲ୍ଲା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବ୍ୟବସାୟିକ କେନ୍ଦ୍ର ପାଡୁଆ ବଜାରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ମର୍ମନ୍ତୁଦ ଦୁର୍ଘଟଣା; ସ୍କୁଲ ଭ୍ୟାନକୁ ପିଟିଲା ପାସେଞ୍ଜର ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକାତା,୧୭।୭:ପଶ୍ଚିମବଙ୍ଗର ମୁର୍ଶିଦାବାଦ ବରହମପୁରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍ । ଏହି…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri