ଭାଜପାରେ ଯୋଗଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ଦେବାଶିଷ ,“ଗୁଣ୍ଡୁଚି ମୂଷା” ଭଳି …

ଭୁବନେଶ୍ୱର,୨୫।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ପରେ ଦେବାଶିଷ ସାମନ୍ତରାୟ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ଭାଜପାରେ ଯୋଗ ଦେବାକୁ ସିଦ୍ଧାନ୍ତ ନେଇଥିଲେ।

ଏହା ସହ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସହିତ ଓଡ଼ିଶା ମଧ୍ୟ ବିକାଶର ପଥରେ ଆଗକୁ ବଢ଼ୁଛି। ଏହି ଭିଜନର ଅଂଶୀଦାର ହେବା ପାଇଁ ସେ ଭାଜପାକୁ ଚୟନ କରିଛନ୍ତି।ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, “ଗୁଣ୍ଡୁଚି ମୂଷା” ଭଳି ଛୋଟ ଭାବରେ ହେଉଥିଲେ ମଧ୍ୟ ଦେଶ ଓ ରାଜ୍ୟର ଉନ୍ନତିରେ ସହଯୋଗ କରିବା ପାଇଁ ସୁଯୋଗ ମିଳିଥିବାରୁ ସେ କୃତଜ୍ଞ।

ଏହା ସହିତ, ସେ ଆଗାମୀ ଦିନରେ ଓଡ଼ିଶାରେ ଭାଜପା ପାଇଁ ନିଷ୍ଠାର ସହ କାମ କରିବା ସହ ଦଳକୁ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପ ବୋଲି କହିଛନ୍ତି।

ସୂଚନାଯୋଗ୍ୟ,  ସୋମବାର ବିଜେଡିରୁ ଇସ୍ତଫା ଦେବା ସହ ଏମ୍‌ପି ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଏହାର କିଛି ସମୟ ପରେ ସେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ଦେବାଶିଷଙ୍କ ଏଭଳି ପଦକ୍ଷେପ କଟକ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଦେବାଶିଷ ଭାଜପାରେ ଯୋଗଦେବା ନେଇ ଅନୁମାନ କରାଯାଉଥିବାବେଳେ ସେ ମଧ୍ୟ ଏ ନେଇ ସବୁଜ ସଙ୍କେତ ଦେଇଥିଲେ।

ଏ ବାବଦରେ ଦେବାଶିଷ କହିଛନ୍ତି, ସେ ରାଷ୍ଟ୍ରୀୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ଦଳର ମୁଖ୍ୟଙ୍କଠାରୁ ଆଶ୍ୱାସନା ପାଇଛନ୍ତି ଏବଂ ଖୁବ୍‌କମ୍‌ ସମୟରେ ସେଥିରେ
ଯୋଗ ଦେବା ସମ୍ପର୍କରେ ସମସ୍ତେ ଜାଣିପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri