Posted inଖେଳ

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଚୟନ ନୀତୀରେ ମାତୃତ୍ୱ ଲାଭ ପରେ ଫେରୁଥିବା ଭିନେଶଙ୍କ ଭଳି ଖେଳାଳିଙ୍କ ବିଚାର କରିବା ଲାଗି ବିବେକର ଅଭାବ ରହିଥିବା କହିଛନ୍ତି।

ମୁଖ୍ୟ ବିଚାରପତି ଡି କେ ଉପାଧ୍ୟାୟ ଓ ଜଷ୍ଟିସ ତେଜସ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୩୦ ଓ ୩୧ ତାରିଖରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)ର ଜଣେ ଲେଖାଏ ଅବଜରଭରଙ୍କ ଉପସ୍ଥିତିରେ ଚୟନ ପ୍ରକ୍ରିୟା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ଦ୍ୱାରା ଏହାର ଭିଡିଓ ରେକର୍ଡିଂ କରାଯିବା ଦରକାର।

ଆସନ୍ତା ୩୦ ଓ ୩୧ ତାରିଖରେ ହେବାକୁ ଥିବା ଆଗାମୀ ଏସିଆନ ଗେମ୍ସ ସିଲେକ୍ସନ ଟ୍ରାଏଲ୍ସରେ ଭାଗ ନେବାକୁ ଅନୁମତି ଦିଆଯିବା ଉଚିତ। ଫେଡେରେଶନ ପକ୍ଷରୁ ଜାରି କରାଯାଇଥିବା ଚୟନ ନୀତୀ ଓ ସର୍କ୍ୟୁଲାରରେ ମାତୃତ୍ୱ ଲାଭ ପରେ ଫେରୁଥିବା ଆବେଦନକାରୀଙ୍କ ଭଳି ଖେଳାଳିଙ୍କୁ କୌଣସି ବିଶେଷ ଅଧିକାର ଦିଆଯାଇ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଫେଡେରେଶନ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ସମ୍ପର୍କରେ କୋର୍ଟ କହିଛନ୍ତି, ଏହା ପୂର୍ବ ନିୟୋଜିତ ଯୋଜନା ଓ ବନ୍ଦ ପଡ଼ିଥିବା ବିଷୟକୁ ପୁଣି ଥରେ ଖୋଲାଯାଇଥିବା ହୃଦବୋଧ ହେଉଛି। ଖେଳ ଓ ନ୍ୟାୟର ହୀତ ଦୃଷ୍ଟିରୁ ଆବେଦନକାରୀଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ଦିଆଯିବା ଆବଶ୍ୟକ। ଗତ ୧୮ ତାରିଖରେ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଭିନେଶ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

ମେମୁ ଟ୍ରେନରୁ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର

ନୟାଗଡ଼,୮।୧୦(ଲୋକନାଥ ମିଶ୍ର): ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରୁ ଶରଣକୁଳ କଲେଜ ପ୍ରିନ୍ସପାଲ ମହେଶ୍ୱର ମହାପାତ୍ର(୫୬)ଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ଦଶପଲ୍ଲା ଷ୍ଟେଶନରେ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ…

Nana Lover Story: ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ନାନା!, ରାଇଟର କଲେ ଖୁଲାସା…

ମୁମ୍ୱାଇ: ବଲିଉଡର ଦିଗ୍‌ଜ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ନିଜ ଦୀର୍ଘ ଅଭିନୟ କ୍ୟାରିୟରରେ ନାନା ପାଟେକରଙ୍କ ନାଁ କିଛି…

୧୩ ବର୍ଷ ବୟସରେ କମାଉଥିଲେ ୩୫ ଟଙ୍କା! ପ୍ରତିଦିନ ୮ କିମି ପାଦରେ ଚାଲି କେଉଁଠିକୁ ଯାଉଥିଲେ ନାନା ପାଟେକର?

ମୁମ୍ୱାଇ: ଦିଗ୍‌ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ)…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?