Posted inଖେଳ

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ହୋଇଥିବା ଦଳ ଶୁକ୍ରବାର କ୍ୱାଲିଫାୟର-୨ ମ୍ୟାଚ୍‌ରେ ଏଲିମିନେଟର ବିଜେତା ଦଳକୁ ଭେଟିବ।

ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ହାସଲ କରିଥିଲେ। ହେଲେ ଆର୍‌ସିବି ଅପେକ୍ଷାକୃତ ଭଲ ନେଟ୍‌ ରନରେଟ୍‌ ଯୋଗୁ ଶୀର୍ଷରେ ରହିଥିଲା। ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ଗତ ସଂସ୍କରଣରେ ପ୍ରଥମ ଥର ଚାମ୍ପିୟନ ହୋଇଥିବା ଆର୍‌ସିବି ତା’ର ଦ୍ୱିତୀୟ ଟାଇଟଲଠାରୁ ଦୁଇ ପାଦ ଆଗରେ ରହିଛି।

ଳିତ ଆଇପିଏଲ୍‌ରେ ଆର୍‌ସିବି ଓ ଗୁଜରାଟ ସବୁଠୁ ସମ୍ପୂର୍ଣ୍ଣ ଦଳ। ଅଧିନାୟକ ରଜତ ପଟିଦାରଙ୍କ ନେତୃତ୍ୱରେ ଆର୍‌ସିବି ଆଟାକିଂ ବ୍ୟାଟିଂ ଓ ଗତ ସିଜନ ଅପେକ୍ଷା ଉନ୍ନତ ବୋଲିଂ ୟୁନିଟ୍‌ ଦମରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି। ଡିଫେଣ୍ଡିଂ ଚାମ୍ପିୟନ ଦଳ ବାରମ୍ବାର ୨୦୦ ଅତିକ୍ରମ କରିଛି। ଦଳର ଆଇକନ ବିରାଟ କୋହଲି ବ୍ୟାଟରେ ଭଲ ପ୍ରଦର୍ଶନ ବରୁଥିବା ବେଳେ ଜୋଶ ହାଜେଲଉଡ୍‌ ଓ ଭୁବନେଶ୍ୱର କୁମାରଙ୍କ ପେସ ଯୋଡ଼ିର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଘର ବାହାରେ ଜିତିବା ଓ ମ୍ୟାଚ୍‌ର ଠିକଣା ସମୟରେ ଖେଳାଳିଙ୍କ ଦାୟିତ୍ୱର ସହ ପ୍ରଦର୍ଶନ ଯୋଗୁ ଲିଗ୍‌ ପର୍ଯ୍ୟାୟରେ ଦଳ ସ୍ଥିର ପ୍ରଦର୍ଶନ କରିଥିଲା। ପୂର୍ବରୁ ଆର୍‌ସିବି ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା। ଏଣୁ ଆର୍‌ସିବି ଫାଇଦାରେ ରହିପାରେ।

ଅନ୍ୟପକ୍ଷରେ ଗୁଜରାଟ ତା’ର ଘାତକ ବୋଲିଂ ୟୁନିଟ୍‌ ଓ ଟପ୍‌ ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ବଳରେ ଏପର୍ଯ୍ୟନ୍ତ ପହଞ୍ଚିଛି। ଅଧିନାୟକ ଶୁବମନ ଗିଲ, ସାଇ ସୁଦର୍ଶନ ଓ ଜୋଶ ବଟଲର ଦଳକୁ ଆବଶ୍ୟକ ଥିବା ଦୃଢ଼ତା ଓ ଦ୍ରୁତ ଗତିରେ ରନ ପ୍ରଦାନ କରିଛନ୍ତି। ମାତ୍ର ମହମ୍ମଦ ସିରାଜ, କାଗିସୋ ରାବାଡା, ପ୍ରସିଦ୍ଧ କ୍ରିଷ୍ଣା ନୂଆ ବଲରେ ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଉଥିବା ବେଳେ ରଶିଦ ଖାନ ଓ ବାମହାତୀ ସ୍ପିନର ଆର ସାଇ କିଶୋର ମଧ୍ୟ ଓଭରକୁ ନିୟନ୍ତ୍ରଣ କରୁଛନ୍ତି। ଗୁଜରାଟ ତା’ର ଅନ୍ତିମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୮୯ ରନରେ ପରାସ୍ତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?