Posted inଖେଳ

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ହୋଇଥିବା ଦଳ ଶୁକ୍ରବାର କ୍ୱାଲିଫାୟର-୨ ମ୍ୟାଚ୍‌ରେ ଏଲିମିନେଟର ବିଜେତା ଦଳକୁ ଭେଟିବ।

ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ହାସଲ କରିଥିଲେ। ହେଲେ ଆର୍‌ସିବି ଅପେକ୍ଷାକୃତ ଭଲ ନେଟ୍‌ ରନରେଟ୍‌ ଯୋଗୁ ଶୀର୍ଷରେ ରହିଥିଲା। ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ଗତ ସଂସ୍କରଣରେ ପ୍ରଥମ ଥର ଚାମ୍ପିୟନ ହୋଇଥିବା ଆର୍‌ସିବି ତା’ର ଦ୍ୱିତୀୟ ଟାଇଟଲଠାରୁ ଦୁଇ ପାଦ ଆଗରେ ରହିଛି।

ଳିତ ଆଇପିଏଲ୍‌ରେ ଆର୍‌ସିବି ଓ ଗୁଜରାଟ ସବୁଠୁ ସମ୍ପୂର୍ଣ୍ଣ ଦଳ। ଅଧିନାୟକ ରଜତ ପଟିଦାରଙ୍କ ନେତୃତ୍ୱରେ ଆର୍‌ସିବି ଆଟାକିଂ ବ୍ୟାଟିଂ ଓ ଗତ ସିଜନ ଅପେକ୍ଷା ଉନ୍ନତ ବୋଲିଂ ୟୁନିଟ୍‌ ଦମରେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି। ଡିଫେଣ୍ଡିଂ ଚାମ୍ପିୟନ ଦଳ ବାରମ୍ବାର ୨୦୦ ଅତିକ୍ରମ କରିଛି। ଦଳର ଆଇକନ ବିରାଟ କୋହଲି ବ୍ୟାଟରେ ଭଲ ପ୍ରଦର୍ଶନ ବରୁଥିବା ବେଳେ ଜୋଶ ହାଜେଲଉଡ୍‌ ଓ ଭୁବନେଶ୍ୱର କୁମାରଙ୍କ ପେସ ଯୋଡ଼ିର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଘର ବାହାରେ ଜିତିବା ଓ ମ୍ୟାଚ୍‌ର ଠିକଣା ସମୟରେ ଖେଳାଳିଙ୍କ ଦାୟିତ୍ୱର ସହ ପ୍ରଦର୍ଶନ ଯୋଗୁ ଲିଗ୍‌ ପର୍ଯ୍ୟାୟରେ ଦଳ ସ୍ଥିର ପ୍ରଦର୍ଶନ କରିଥିଲା। ପୂର୍ବରୁ ଆର୍‌ସିବି ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା। ଏଣୁ ଆର୍‌ସିବି ଫାଇଦାରେ ରହିପାରେ।

ଅନ୍ୟପକ୍ଷରେ ଗୁଜରାଟ ତା’ର ଘାତକ ବୋଲିଂ ୟୁନିଟ୍‌ ଓ ଟପ୍‌ ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ବଳରେ ଏପର୍ଯ୍ୟନ୍ତ ପହଞ୍ଚିଛି। ଅଧିନାୟକ ଶୁବମନ ଗିଲ, ସାଇ ସୁଦର୍ଶନ ଓ ଜୋଶ ବଟଲର ଦଳକୁ ଆବଶ୍ୟକ ଥିବା ଦୃଢ଼ତା ଓ ଦ୍ରୁତ ଗତିରେ ରନ ପ୍ରଦାନ କରିଛନ୍ତି। ମାତ୍ର ମହମ୍ମଦ ସିରାଜ, କାଗିସୋ ରାବାଡା, ପ୍ରସିଦ୍ଧ କ୍ରିଷ୍ଣା ନୂଆ ବଲରେ ପ୍ରତିପକ୍ଷ ଦଳକୁ ସମସ୍ୟାରେ ପକାଉଥିବା ବେଳେ ରଶିଦ ଖାନ ଓ ବାମହାତୀ ସ୍ପିନର ଆର ସାଇ କିଶୋର ମଧ୍ୟ ଓଭରକୁ ନିୟନ୍ତ୍ରଣ କରୁଛନ୍ତି। ଗୁଜରାଟ ତା’ର ଅନ୍ତିମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୮୯ ରନରେ ପରାସ୍ତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri