ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ, ଆଡ଼ଭାନୀଙ୍କ ଯୋଗୁ ନବୀନ ସାଂସଦ ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ଭାଜପାକୁ ଗଲେ ଅସୁବିଧା କ’ଣ ? ପାଣ୍ଡିଆନ ମୋତେ ନବୀନ ବାବୁଙ୍କ ସହ ଦେଖା କରାଇ ଦେଲେନି।ନବୀନ ବାବୁଙ୍କ ଲୋକପ୍ରିୟତାକୁ ଜଳାଞ୍ଜଳି ଦେଇଦେଲେ ଭିକେ ପାଣ୍ଡିଆନ। ନବୀନ ବାବୁଙ୍କୁ ହରେଇବା ଲୋକ ସିଏ, ତଥାପି ସେ ବୁଝି ପାରୁନାହାଁନ୍ତି। ନବୀନଙ୍କ ସହ ଭଲ ସମ୍ପର୍କ ଥିଲା, ପାଣ୍ଡିଆନଙ୍କ କଥାରେ ମୋତେ ଦୂରେଇଦେଲେ। ନବୀନ ବାବୁ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ କଥାରେ ପରିଚାଳିତ। ଭାଜପା ରାଷ୍ଟ୍ରୀୟ ସଭାପତି ଯେବେ ନିଷ୍ପତ୍ତି ନେବେ ସେବେ ଭାଜପାରେ ମିଶିବି ବୋଲି ଦେବାଶିଷ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ରାଜ୍ୟ ସଭା ଏମ୍ପି ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।

