ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ)କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନ୍‌ଙ୍କ ଦ୍ୱାରା ପରୀକ୍ଷା ସଂସ୍କାର ଅଣାଯିବା ଦିଗରେ ଗଠିତ କମିଟିର ସୁପାରିସ କେତେ ମାତ୍ରାରେ ପାଳନ କରାଯାଇଛି ତାହା ଉପରେ ଜାଣିବାକୁ ଚାହିଁଛନ୍ତି। କେବଳ ସେତିକି ନୁହେଁ, ଆଗାମୀ ୩ ଦିନ ମଧ୍ୟରେ ଉଭୟ ଏନ୍‌ଟିଏ ଓ ରାଧାକ୍ରିଷ୍ଣନ୍‌ ସତ୍ୟପାଠ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ କଂଗ୍ରେସ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି। ଏହିପରି ଦାବି ୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ କରାଯାଇଥିଲା। ବାସ୍ତବତା ଦେଖିଲେ ଭାରତବର୍ଷରେ ଯେତେ ପ୍ରକାର ଅନିୟମିତତା, ଦୁର୍ନୀତି ବା ଅସଙ୍ଗତି ଦେଖାଦେଲେ କେବଳ ତଳତଳିଆଙ୍କୁ ପ୍ରଥମେ ଦାୟୀ କରାଯାଇଥାଏ। ଯେତେବେଳେ ଉପରସ୍ତରରେ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେବ, ବ୍ୟବସ୍ଥାକୁ କଳୁଷିତ କରିଦେବା ପାଇଁ ଦୁର୍ନୀତିର ଠିକାଦାରମାନେ ପଶିଆସିବା ଥୟ। ଅପରପକ୍ଷରେ ରାଜନୈତିକ ନେତୃତ୍ୱ ଏହିଭଳି ପିଲାଙ୍କ ଭବିଷ୍ୟତ ସହିତ ଜଡ଼ିତ ସମ୍ବେଦନଶୀଳ ବିଷୟରେ କୌଣସି ନୀତି ନିୟମ ନିର୍ଦ୍ଧାରଣ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସେହି ବର୍ଷ ଜୁନ୍‌ରେ ରାଧାକ୍ରିଷ୍ଣନ୍‌ କମିଟି ଗଠନ କରାଯାଇ ଅକ୍ଟୋବରରେ ଉପସ୍ଥାପିତ ପରୀକ୍ଷା ସଂସ୍କାର ରିପୋର୍ଟରେ ଅନେକ ସୁପାରିସ କରାଯାଇଥିଲା। ସେଥିମଧ୍ୟରୁ ପ୍ରମୁଖ ଥିଲା ଏନ୍‌ଇଇଟିର ବହୁସ୍ତରୀୟ ପରୀକ୍ଷା ବ୍ୟବସ୍ଥା। ଅର୍ଥାତ୍‌ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ଅବଲମ୍ବନ କରାଯାଉଥିବା ପ୍ରକ୍ରିୟା ଭଳି ପ୍ରିଲିମ୍‌ନାରୀ ଓ ମୁଖ୍ୟ ପରୀକ୍ଷା ଲାଗି କମିଟି ପ୍ରସ୍ତାବ ଦେଇଥିଲା। ପରୀକ୍ଷାରେ ଅସ୍ବାଭାବିକତାକୁ ଦୂର କରିବା ସକାଶେ ସରକାରୀ ଶିକ୍ଷାନୁଷ୍ଠାନ ବିଶେଷକରି କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ପରିଚାଳନା କରିବା ଲାଗି ସୁପାରିସ କରାଯାଇଥିଲା। କିନ୍ତୁ ସେହି ଦିଗରେ ସରକାର ନୀରବଦ୍ରଷ୍ଟା ହୋଇ ବସିରହିଲେ। ୨୦୨୬ରେ ପୂର୍ବଭଳି ଗୋଟିଏ ଦିନରେ ପରୀକ୍ଷା ହେବା ସହ ପରୀକ୍ଷା କେନ୍ଦ୍ର ଚୟନରେ କମିଟିର ସୁପାରିସକୁ ଗ୍ରହଣ କରାଯାଇ ନ ଥିବା ଦେଖାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ୨୦୨୬ ମେ’୩ରେ ହୋଇଥିବା ପରୀକ୍ଷାରେ ଦେଶବ୍ୟାପୀ ୫,୪୦୦ କେନ୍ଦ୍ରରେ ୨୨ ଲକ୍ଷ ୭୦ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୨୦୨୫ ତଥ୍ୟ ଅନୁଯାୟୀ ଭାରତରେ ୧,୨୫୭ କେନ୍ଦ୍ରୀୟ ବିଦ୍ୟାଳୟ ଥିବାରୁ ଉପରୋକ୍ତ ସଂଖ୍ୟାର ପିଲାଙ୍କ ଲାଗି ପ୍ରତି କେନ୍ଦ୍ରରେ ୧,୮୦୬ ପିଲା ପରୀକ୍ଷା ଦେଇପାରିଥାନ୍ତେ। କେତେକେ କହିପାରନ୍ତି ଯେ, ସରକାରୀ ବିଦ୍ୟାଳୟରେ ପରୀକ୍ଷା କରାଗଲେ ଅସାଧୁ ବ୍ୟକ୍ତିଙ୍କ ପ୍ରବେଶକୁ ରୋକାଯାଇ ପାରିବ ବୋଲି କିଛି ସୁନିଶ୍ଚିତତା ନାହିଁ। ଅବଶ୍ୟ ଏହି ଯୁକ୍ତିକୁ ଅସ୍ବୀକାର କରିହେବ ନାହିଁ। ଅନ୍ୟପକ୍ଷରେ କହିଲେ ସରକାରୀ ବ୍ୟବସ୍ଥାର ଉପରସ୍ତରରେ ଆନ୍ତରିକତାର ଅଭାବ ରହୁଛି ବୋଲି ଦେଶର ଶିକ୍ଷିତ ଯୁବପିଢ଼ିକୁ ଏହି ଅନ୍ଧକାରମୟ ଭବିଷ୍ୟତ ସରକାରୀ ଉପାଧି ଭାବେ ମିଳୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?