ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ କରି ତୈଳ ଯୋଗାଣ ପ୍ରକ୍ରିୟାକୁ ତୁରନ୍ତ ସ୍ବାଭାବିକ କରିବା ଲାଗି ଆଲୋଚନା ଆରମ୍ଭ ହେବାର ସୂଚନା ମିଳିବା ପରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ବ୍ରେଣ୍ଟ୍‌କ୍ରୁଡ୍‌ ଏବଂ ଡବ୍ଲ୍ୟୁଟିଆଇ( ହ୍ବାଇଟ୍‌ ଇଣ୍ଟରମିଡିଏଟ୍‌ ଟେକ୍ସାସ୍‌) ମୂଲ୍ୟରେ ଅନୂ୍ୟନ ୬ ପ୍ରତିଶତ ହ୍ରାସ ଘଟି ଏଗୁଡିକର ମୂଲ୍ୟ ଯଥାକ୍ରମେ ୯୭.୭୦ ଏବଂ ୯୦.୮୦ ଡଲାର ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାରରୁ କମ୍‌ ହେବା ନିଶ୍ଚିତ ଭାବେ ଏକ ବଡ଼ ଘଟଣା। କାରଣ ତୈଳ ମୂଲ୍ୟ ୧୦୦ ଡଲାର ଟପିଲେ ବଜାର ସ୍ଥିତି ଅସ୍ବାଭାବିକ ଦିଗକୁ ଗତି କରିଥାଏ। କିନ୍ତୁ ମୂଲ୍ୟ ୧୦୦ ଡଲାର ତଳକୁ ଖସିଲେ ବଜାର ସ୍ଥିତି ଅପେକ୍ଷାକୃତ ସ୍ବାଭାବିକ ରହିବା ସହ ପରୋକ୍ଷରେ ବୈଶ୍ୱିକ କାରବାର ଦିଗର ଅନେକ କ୍ଷେତ୍ରକୁ ସନ୍ତୁଳିତ କରିଥାଏ। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ସତ୍ତ୍ୱେ ଭାରତରେ କାହିଁକି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସୋମବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପୁଣି ବୃଦ୍ଧି କରାଯାଇଥିଲା ବେଳେ ମେ’ ୧୫ରୁ ୨୫ ମଧ୍ୟରେ ଉଭୟ ସାମଗ୍ରୀର ମୂଲ୍ୟ ୪ ଥର ବୃଦ୍ଧି କରାଯାଇ ଲିଟର ପିଛା ଅନୂ୍ୟନ ୭.୫୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୨୦୨୨ ମେ’ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାର ମୂଲ୍ୟ ହ୍ରାସ ପାଇଥିବାରୁ ଆଗକୁ ପେଟ୍ରୋଲ, ଡିଜେଲ ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବରଂ ମୂଲ୍ୟ ହ୍ରାସ ପାଇବା ବଦଳରେ ପୁଣି କିଛିଟା ବଢିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନି ବୋଲି ସେମାନେ କହିଛନ୍ତି।
ସେମାନେ କହିଛନ୍ତି, ଇରାନ-ଆମେରିକା ଯୁଦ୍ଧ ଆରମ୍ଭ ହେବା ପରେ ପ୍ରାୟ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ ପିଛା ମୂଲ୍ୟ ୧୨୦ ଡଲାର ନିକଟବର୍ତ୍ତୀ ହୋଇଥିଲା, ଯାହାକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ବିପୁଳ ମାତ୍ରାରେ କ୍ଷତିର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହି କ୍ଷତି ପୂରଣ କରିବାକୁ ତୈଳ କମ୍ପାନୀଗୁଡିକ ବର୍ଦ୍ଧିତ ମୂଲ୍ୟ ଜାରି ରଖିବେ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ତୁରନ୍ତ ନ କମିବାର ଅନ୍ୟ ୨ଟି ମୁଖ୍ୟ କାରଣ ହେଲା ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଏବଂ ଟିକସ ବ୍ୟବସ୍ଥା।

ବର୍ତ୍ତମାନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟର ସର୍ବାଧିକ ହ୍ରାସ ଘଟିବା ସହ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ତୈଳ କମ୍ପାନୀ ସମୂହ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ତୁରନ୍ତ ହ୍ରାସ କରିବାକୁ ଆଗ୍ରହୀ ହେବେ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ସହ ରାଜ୍ୟ ଭାଟ୍‌ ଏବଂ ଅନ୍ୟାନ୍ୟ ଟିକସ ଖାଉଟି ସ୍ତରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରୁଥିବାରୁ ଟିକସ ହ୍ରାସ ନ ହେଲେ ମୂଲ୍ୟ ହ୍ରାସ ପାଇବା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡୁଲା ବିଜେଡି ଗଡ଼; ସାମୂହିକ ଇସ୍ତଫା ଦେଲେ ୧୦ କାଉନସିଲର, ଜାଣନ୍ତୁ କାହିଁକି…

ଝାରସୁଗୁଡ଼ା,୧୪।୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼। ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର। ହିତେଶ ଠକରଙ୍କୁ ନିଲମ୍ବନ ପରେ କାଉନସିଲର ବିଜେଡି…

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

ରାଜଧାନୀରେ ମାତିଲେଣି ଲୁଟେରା, ଘରେ ପଶି ନେଇଗଲେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୪।୭: ରାଜଧାନୀ ଉପପଣ୍ଠରେ ମାତିଛନ୍ତି ଲୁଟେରା। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। କେତେଜଣ ଦୁର୍ବୃତ୍ତ ଜାମୁକୋଳି ଗାଁର ଏକ…

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ରାଉରକେଲା,୧୪।୭: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ଟ୍ରକ ବାଇକ୍‌କୁ ଧକ୍କା ଦେଇ ଉପରେ ଚଢ଼ିଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri