ଯେମିତି କହିଲେ ସେମିତି କଲେ: ଭାଜପାରେ ଯୋଗଦେଲେ ଦେବାଶିଷ

ଭୁବନେଶ୍ୱର,୨୬।୫:ବରିଷ୍ଠ ରାଜନେତା ଦେବାଶିଷ ସାମନ୍ତରାୟ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ସୋମବାର ବିଜେଡିରୁ ଇସ୍ତଫା ଦେବା ସହ ଏମ୍‌ପି ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ଏମ୍‌ପି ଦେବାଶିଷ ସାମନ୍ତରାୟ।

ସୂଚନାଯୋଗ୍ୟ,  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଏହାର କିଛି ସମୟ ପରେ ସେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ଦେବାଶିଷଙ୍କ ଏଭଳି ପଦକ୍ଷେପ କଟକ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି। ଦେବାଶିଷ ଭାଜପାରେ ଯୋଗଦେବା ନେଇ ଅନୁମାନ କରାଯାଉଥିବାବେଳେ ସେ ମଧ୍ୟ ଏ ନେଇ ସବୁଜ ସଙ୍କେତ ଦେଇଥିଲେ।

ଏ ବାବଦରେ ଦେବାଶିଷ କହିଛନ୍ତି, ସେ ରାଷ୍ଟ୍ରୀୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ଦଳର ମୁଖ୍ୟଙ୍କଠାରୁ ଆଶ୍ୱାସନା ପାଇଛନ୍ତି ଏବଂ ଖୁବ୍‌କମ୍‌ ସମୟରେ ସେଥିରେ
ଯୋଗ ଦେବା ସମ୍ପର୍କରେ ସମସ୍ତେ ଜାଣିପାରିବେ। ସେ ସର୍ବଦା ବିଜେଡି ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି। କିନ୍ତୁ ଏବେ ଯୋଜନାବଦ୍ଧ ଭାବେ ଦଳ ତାଙ୍କୁ ଅଣଦେଖା କରୁଥିବା ଅନୁଭବ କରୁଛନ୍ତି। ଦଳ ମୋର ସେବା ଚାହୁଁ ନ ଥିବା ଅନୁଭବ କରୁଛନ୍ତି। ଦୀର୍ଘ ଦିନ ହେବ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ପାଇନାହାନ୍ତି। କାର୍ତ୍ତିକେୟାନ ପାଣ୍ଡିଆନ ବିଜେଡିକୁ ଏବେ ବି ପରିଚାଳନା କରୁଛନ୍ତି। ନିର୍ବାଚନ ସମୟରେ ନବୀନ ବାବୁ ପାଣ୍ଡିଆନଙ୍କୁ ତାଙ୍କ ଉତ୍ତରାଅଧିକାରୀ ନୁହଁନ୍ତି ବୋଲି କହିଥିଲେ, ହେଲେ ଏବେ ବିଜୁ ନବୀନ ଇନ୍‌ସ୍ପିରେଶନାଲ ଟ୍ରଷ୍ଟ ଗଠନ କରିବା ସହ ବିଜୁବାବୁଙ୍କ ପୈତୃକ ଦିଲ୍ଲୀସ୍ଥିତ ଔରଙ୍ଗଜେବ ରୋଡ୍‌ ଘରକୁ ମଧ୍ୟ ଟ୍ରଷ୍ଟକୁ ଦେଇଦେଲେ। ସେହି ଘର ଏବେ ପାଣ୍ଡିଆନ ଓ ରାଜ୍ୟ ସଭା ସଦସ୍ୟ ଡ. ସନ୍ତୃପ୍ତ ମିଶ୍ର ଭଳି ଦୁଇ ଅପରିଚିତ ଲୋକଙ୍କ ହାତରେ ରହିଛି। ଏହି ଦୁଇ ବ୍ୟକ୍ତି କେବେ ବିଜେଡିକୁ ଆଗକୁ ନେଇ ପାରିବେନାହିଁ। ତାମିଲ ଲୋକ ଓଡ଼ିଶାକୁ ଶାସନ କରିବା ଓଡ଼ିଆ ଅସ୍ମିତା ପ୍ରତି ଅପମାନ। ବିଜେଡି ଏବେ ନେତାଙ୍କୁ ନିଲମ୍ବନ କରିବାରେ ବ୍ୟସ୍ତ ରହିଛି। ନିର୍ବାଚନରେ ହାରିଥିବା ନେତାଙ୍କୁ ଏବେ ଯାଏଁ ନବୀନ ବାବୁ ଦେଖା କରି ଆଲୋଚନା କରିନାହାନ୍ତି। ପୂର୍ବପରି ଏବେ ଆଉ ଦଳର ସଙ୍ଗଠନ ଠିକ୍‌ ନାହିଁ। ଏଭଳି ଦଳରେ ସେ ରହିବା ଠିକ୍‌ ଭାବିଲେ ନାହିଁ ଏବଂ ଏଥିରେ ମୋର ଭବିଷ୍ୟତ ନାହିଁ। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଇସ୍ତଫା ନେଇ କୌଣସି ନେତା ତାଙ୍କୁ ଆକ୍ଷେପ କରି ପାରନ୍ତି, ହେଲେ ସେମାନେ ନିଜେ ନିଜର ସ୍ତରକୁ ମାପିକି ଟିପ୍ପଣୀ ଦେବା ହିଁ ଭଲ ହେବ ବୋଲି ସେ କହିଛନ୍ତି। ତେବେ ଦେବାଶିଷଙ୍କ ଏଭଳି ଦଳରୁ ଇସ୍ତଫା ଦେବା ପରେ କଟକ ମେୟର ସୁବାସ ସିଂ ତାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ଦେବାଶିଷ ବାବୁଙ୍କୁ ପୂର୍ବରୁ ଲୋକ ନାପସନ୍ଦ କରିବା ଆରମ୍ଭ କରି ଦେଇଥିଲେ। ଶେଷ ନିଃଶ୍ୱାସ ଯାଏ ଦଳ ସହ ରହିବାକୁ ନିଜେ ଦେବାଶିଷ ବାବୁ କହିଥିଲେ। ହେଲେ ଏବେ ନିଜ କଥା ସେ ନିଜେ ରଖି ପାରିଲେ ନାହିଁ। ବିଜେଡି ତାଙ୍କୁ ବହୁ କ୍ଷମତା ଦେଇଛି, ହେଲେ ସେ ଦଳକୁ ଠକିଛନ୍ତି। ଯିଏ ଅନ୍ୟ ଦଳ ସହ ସମ୍ପର୍କରେ ଥିଲେ, ସେମାନେ ଏବେ ନିଜ ପ୍ରକୃତ ରଙ୍ଗ ଦେଖାଉଛନ୍ତି। ସେ ପୂର୍ବରୁ ବହୁବାର ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି। ବାରବାଟୀ-କଟକ ହେଉ କି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡି ସୁଦୃଢ଼ ରହି ଆସିଛି। ସଂଗଠନ ଏବେ ଆହୁରି ଭଲ ଭାବେ ପରିଚାଳିତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦେବାଶିଷଙ୍କ ସପକ୍ଷରେ ବାହାରି ପୂର୍ବତନ ବିଜେଡି କଟକ ନଗର ସଭାପତି ମଧୁସୂଦନ ସାହୁ କହିଛନ୍ତି, ଦେବାଶିଷ ବାବୁଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛି। ସେ କଟକର ନେତୃତ୍ୱ ନେଉଥିଲେ। ଦଳ ପାଇଁ ବହୁ କାମ କରିଥିଲେ ହେଲେ, ଦଳ ଏଭଳି କୋଣଠେସା କରିବା ଉଚିତ୍‌ ନୁହେଁ। ଦେବାଶିଷ ବାବୁ ପୂର୍ବରୁ ବହୁବାର ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶେଷରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେବାଶିଷ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଏହି ଆସନ ଲାଗି ଆଉଥରେ ନିର୍ବାଚନ ଅନୁଷ୍ଠିତ ହେବ। ଦେବାଶିଷ ୨୦୨୪ ଫେବୃଆରୀରେ ବିଜେଡିରୁ ରାଜ୍ୟ ସଭାକୁ ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୩୦ ଫେବୃଆରୀରେ ସରିଥାନ୍ତା। ତାଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ସରିବାକୁ ଆହୁରି ପାଖାପାଖି ସାଢ଼େ ୩ ବର୍ଷରୁ ଅଧିକ ଦିନ ରହିଥିବା ବେଳେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ଏଭଳି ରାଜ୍ୟ ସଭା ସଦସ୍ୟ ଥାଇ ଦଳ ଛାଡ଼ିବା ନୂଆକଥା ନୁହେଁ। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ରାଜ୍ୟ ସଭା ଏମ୍‌ପି ଥିବା ମମତା ମହନ୍ତ ଏବଂ ସୁଜିତ୍‌ କୁମାର ସମାନ ଢଙ୍ଗରେ ଦଳ ଛାଡ଼ି ଭାଜପାରେ ଯୋଗଦେଇଥିଲେ। ସେମାନେ ରାଜ୍ୟ ସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ଭାଜପାରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ନେତାଙ୍କୁ ସଂଖ୍ୟାବଳରେ ଭାଜପା ରାଜ୍ୟ ସଭାକୁ ପଠାଇଥିଲା। ସେହିଭଳି ଦେବାଶିଷ ଭାଜପାରେ ଯୋଗଦେଲେ ଶାସକ ଦଳ ସମର୍ଥନରେ ରାଜ୍ୟ ସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦେବାଶିଷ ଯିବାପରେ ରାଜ୍ୟ ସଭାରେ ବିଜେଡି ସଂଖ୍ୟା ୫ରେ ପହଞ୍ଚତ୍ଛି। ଅନ୍ୟପଟେ ଦେବାଶିଷ ଭାଜପାରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଦେବାଶିଷ କହିଛନ୍ତି, ଭାଜପାରେ ଯୋଗଦେଲେ ଅସୁବିଧା କ’ଣ।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?