ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ ଥାନା ଘେରାଉ କରିଥିଲେ। ତାଙ୍କ ପୁଅକୁ କାହିଁକି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି, ତାଙ୍କୁ କାହିଁକି ପରିବାର ଲୋକଙ୍କୁ ଦେଖିବାକୁ ଦିଆଯାଉ ନାହିଁ ଏବଂ ପୁଅକୁ ନ ଫେରାଇବା ପର୍ଯ୍ୟନ୍ତ ସେମାନେ ଥାନା ଆଗରୁ ହଟିବେ ନାହିଁ ବୋଲି ପରିବାର ଲୋକେ ଚେତାବନୀ ଦେଇଥିଲେ। ଏପରି କି ଥାନା ହାଜତରେ ପୁଅକୁ ପିଟି ପିଟି ମାରି ଦିଆଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଖବରପାଇ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏକାଧିକ ଏସିପି ବୁଝାଶୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଥମି ନ ଥିବା ଜଣାପଡ଼ିଛି।

ଗତ ୨୧ତାରିଖ ଗୁରୁବାର ବାରଙ୍ଗ ଥାନା ଅଧୀନ ବ୍ରାହ୍ମଣୀ ଗାଁ ପାଖ କାଠଯୋଡ଼ି ନଦୀ ବାଲିରୁ ଜଣେ ମହିଳାଙ୍କ ଅଧା ପୋତା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ତେବେ ମୃତ ମହିଳାଙ୍କ ପ୍ରକୃତ ପରିଚୟ ପୋଲିସ ଏଯାବତ୍‌ ପାଇ ପାରିନାହିଁ। ଏଭଳିସ୍ଥିତିରେ ଚଣ୍ଡୀପ୍ରସାଦ ଗ୍ରାମର ଜଣେ ବିବାହିତ ମହିଳା ନିଖୋଜ ଥିବା ନେଇ ଗତ ୧୬ତାରିଖରେ ବାରଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିଲା। ତେବେ କାଠଯୋଡ଼ି ନଦୀବାଲିରୁ ମିଳିଥିବା ମୃତଦେହ ନିଖୋଜ ମହିଳାଙ୍କ ବୋଲି ପୋଲିସ ସନ୍ଦେହ କରି ସେହିଦିନ ଉକ୍ତ ମହିଳାଙ୍କ ସ୍ବାମୀ ରାକେଶ ବେହେରା, ଶାଶୁ ଲକ୍ଷ୍ମୀପ୍ରିୟା ଓ ସାଙ୍ଗ ମିଥୁନ ବେହେରାଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା। ପରବର୍ତ୍ତୀ ସମୟରେ ନିଖୋଜ ମହିଳାଙ୍କ ସହ ପରିବାର ପକ୍ଷରୁ ଭିଡିଓ କଲ୍‌ରେ କଥା କରାଇବା ପରେ ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ମିଥୁନ୍‌ଙ୍କୁ ଛାଡ଼ିଥିବାବେଳେ ରାକେଶଙ୍କୁ ଛାଡ଼ି ନ ଥିଲା। ପୋଲିସ ମହିଳାଙ୍କ ଭିଡିଓ କଲ୍‌କୁ ବିଶ୍ୱାସ କରି ନ ଥିଲା। ଗୁରୁବାରଠାରୁ ରାକେଶଙ୍କୁ ଥାନା ହାଜତରେ ରଖି ପୋଲିସ ନିର୍ଯାତନା ଦେବା ସହ ମାଡ଼ ମାରିଥିଲା। ସୋମବାର ଦ୍ୱିପ୍ରହରରେ ଲକ୍ଷ୍ମୀପ୍ରିୟା ପୁଅ ପାଇଁ ଖାଇବାକୁ ଆଣି ଥାନାକୁ ଆସିଥିଲେ। ହେଲେ ପୁଅକୁ ଥାନାରେ ପାଇ ନ ଥିଲେ। ଏନେଇ ସେଠାରେ ଉପସ୍ଥିତ ପୋଲିସଙ୍କୁ ପଚାରିବାରେ ନିଖୋଜ ହୋଇଥିବା ବୋହୂ ନିକଟକୁ ରାକେଶଙ୍କୁ ନିଆଯାଇଥିବା ଥାନା ପକ୍ଷରୁ କୁହାଯାଇଥିଲା। ଏହାପରେ ଲକ୍ଷ୍ମୀପ୍ରିୟା ପୁଅକୁ ନ ଦେଖି ନିରାଶରେ ଘରକୁ ଫେରିଥିଲେ। କିନ୍ତୁ ରାକେଶଙ୍କୁ ଫୁଲନଖରାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦିନବେଳେ ଭର୍ତ୍ତି କରାଯିବା ଏବଂ ସେଠାରୁ ରାତିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା, ପୋଲିସର ଥାର୍ଡ ଡିଗ୍ରୀ ଯୋଗୁ ସେ ଗୁରୁତର ହୋଇଥିବା ନେଇ ଖବର ପ୍ରଚାର ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ରାତିରେ ରାକେଶଙ୍କ ପରିବାର ଲୋକ ପୁଅକୁ ଦେଖା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା, ସେମାନଙ୍କୁ ପୋଲିସ ସୁଯୋଗ ଦେଇ ନ ଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚଣ୍ଡୀପ୍ରସାଦ ଗ୍ରାମବାସୀ ଥାନାକୁ ଆସି ରୁଣ୍ଡ ହୋଇ ତୁରନ୍ତ ରାକେଶଙ୍କୁ ଫେରାଇବାକୁ ଦାବି କରି ହୋହହ୍ଲା କରିଥିଲେ। ହସ୍ପିଟାଲ୍‌ରେ ପୁଅକୁ ଦେଖାଇ ଦିଆଯାଉ ନ ଥିବାରୁ ତାଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି। ଅନ୍ୟପଟରେ ରାକେଶ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପୋଲିସ କହୁଛି। ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବା ପାଇଁ ଥାନାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri