ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା କଲ୍ୟାଣ ମଣ୍ଡପଠାରେ ଶନିବାର ପ୍ରଥମ ଦିବାରାତ୍ର କୋମନା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସର୍ବସମ୍ମତି କ୍ରମେ ପାସା ମହାନ୍ଦଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଛି। ରାହୁଳ ଭୋଇ ସମ୍ପାଦକ, ସନ୍ତୋଷ ଶଗରିଆ ଉପ ସଭାପତି, ଅନୁରାଗ ବୁକ ସହ ସମ୍ପାଦକ ଓ ଶହରୁଖ କାନଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରଯାଇଛି। ମିତ୍ରଭାନୁ ପ୍ରଧାନ, ବଳରାମ ସରାଫ, କୈଳାସ ଚନ୍ଦ୍ର ବାଗ, ଚନ୍ଦ୍ରଧ୍ୱଜ ମାଝି ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି ା ଆସନ୍ତା ୨୧ରୁ ଖେଳ ଆରମ୍ଭ ହେବ। ଏଥିରେ କେବଳ କୋମନା ବ୍ଲକର ୮ଟି ଟିମ ଭାଗ ନେବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି ା ବର୍ତ୍ତମାନ ୧୬୦ ଜଣ ଖେଳାଳି ସେମାନଙ୍କ ନାମ ପଞ୍ଜୀକୃତ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି ା


