Posted inଫୁରସତ

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି। ଏହି ଫୁଲଦାନିଟି ପ୍ରସିଦ୍ଧ ଜର୍ମାନ-ବ୍ରିଟିଶ ମୃତ୍ତିକା ଶିଳ୍ପୀ ହାନ୍ସ କୋପରଙ୍କ ଏକ ବିରଳ କଳାକୃତି ହୋଇଥିବା ନେଇ ଜଣାପଡ଼ିବା ପରେ ନିଲାମରେ ଏହାକୁ କିଣିବାକୁ ପ୍ରତିଯୋଗିତା ବଢ଼ିଥିଲା। ୧୯୬୪ ମସିହାରେ ନିର୍ମିତ ହୋଇଥିବା ଏହି ୪ ଫୁଟ ଉଚ୍ଚତା ବିଶିଷ୍ଟ ଫୁଲଦାନି ଲଣ୍ଡନର ଏକ ବଗିଚାରେ ଅନେକ ବର୍ଷ ଧରି ପଡ଼ି ରହିଥିଲା।
୧୯୩୯ରେ ଜର୍ମାନୀରୁ ବ୍ରିଟେନ୍‌ ଆସିଥିଲେ। ନିଜର ଜଣେ ମହିଳା ଗ୍ରାହକଙ୍କ ଅନୁରୋଧ କ୍ରମେ ସେ ଏହି ଫୁଲଦାନିଟିକୁ ତିଆରି କରି ତାଙ୍କୁ ଦେଇଥିଲେ। ମହିଳା ଜଣକ ଏହି ଫୁଲଦାନିକୁ ବହୁ ବର୍ଷ ଧରି ସାଇତି ରଖିଥିଲେ, କିନ୍ତୁ ସମୟ କ୍ରମେ ଏହା ନଷ୍ଟ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁର ଦୀର୍ଘବର୍ଷ ପରେ ଏକଦା ଉକ୍ତ ବଗିଚାରୁ ତାଙ୍କ ନାତି ଏବଂ ନାତୁଣୀ ଏହି ଫୁଲଦାନିଟିକୁ ଭାଙ୍ଗିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା କୌଣସି ବିଶେଷ ବସ୍ତୁ ହୋଇଥିବା ନେଇ ସେମାନେ ଅନୁଭବ କରିଥିଲେ। ତେଣୁ ସେମାନେ ଏହାର ମୂଲ୍ୟକୁ ଯାଞ୍ଚ କରିବା ପାଇଁ ଲଣ୍ଡନସ୍ଥିତ ଚିସ୍‌ୱିକ୍‌ ଅକ୍ସନ ସହ ଯୋଗାଯୋଗ କରିଥିଲେ। ସେଠାରେ ମୃତ୍ତିକା ବିଶେଷଜ୍ଞ ଜୋ ଲୟଡ୍‌ ଏହି ଫୁଲଦାନିକୁ ଯାଞ୍ଚ କରିଥିଲେ। ଏହି ଫୁଲଦାନିଟି କୌଣସି ସାଧାରଣ ବସ୍ତୁ ନୁହେଁ ବୋଲି ସେ ଜାଣିପାରିଥିଲେ। ଏହା ବିଶିଷ୍ଟ କୁମ୍ଭକାର ଶିଳ୍ପୀ ହାନ୍ସ କୋପରଙ୍କ ନିର୍ମିତ ଏକ ଐତିହାସିକ କଳାକୃତି ବୋଲି ସେ କହିଥିଲେ। ଫଳରେ ଫୁଲଦାନିଟିକୁ ନିଲାମ କରିବାକୁ ମହିଳାଙ୍କ ନାତି ଏବଂ ନାତୁଣୀ ନିଷ୍ପତ୍ତି ନେଇଥିଲେ। ନିଲାମ ପୂର୍ବରୁ ଏହି ଫୁଲଦାନିଟି ୬.୭ରୁ ୧୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେବ ବୋଲି ଚିସ୍‌ୱିକ୍‌ ଅକ୍ସନ ପକ୍ଷରୁ ଅନୁମାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri