Milk Production Odisha: ଦୁଗ୍ଧ ଉତ୍ପାଦନ: ରାଜ୍ୟରେ ବଢ଼ିଛି, ୧୩ ଜିଲାରେ କମିଛି

ଦେଶର ଅର୍ଥନୀତି ସୁଦୃଢ଼ କରିବାରେ ପ୍ରାଣିସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଗ୍ରାମାଞ୍ଚଳର ଅନେକ ପରିବାର ଦୁଗ୍ଧ ଉତ୍ପାଦନ କରି ଗୁଜରାଣ ମେଣ୍ଟାଉଛନ୍ତି। ଏହି କ୍ରମରେ ଭାରତ ବିଶ୍ୱର ସର୍ବୋଚ୍ଚ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଦେଶରେ ୨୦୨୩-୨୪ ଆର୍ଥିକବର୍ଷରେ ୨୩୯.୩୦ ନିୟୁତ ମେଟ୍ରିକ୍‌ ଟନ୍‌ (ଏମ୍‌ଏମ୍‌ଟି) ଦୁଗ୍ଧ ଉତ୍ପାଦନ ହୋଇଥିବା ମତ୍ସ୍ୟଚାଷ, ଦୁଗ୍ଧ ଓ ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୨ ତାରିଖରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଏ କ୍ଷେତ୍ରରେ ଓଡ଼ିଶାର ଅବଦାନ ୧.୧% ରହିବା ସହ ଦେଶରେ ଆମ ରାଜ୍ୟ ୧୬ ନମ୍ବର ସ୍ଥାନରେ ରହିଛି। ୨୦୦୯-୧୦ରୁ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କ୍ରମାଗତ ଭାବେ ବଢ଼ିଚାଲିଥିଲାବେଳେ ସଦ୍ୟତମ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ଏହା ୨୦୨୨-୨୩ ତୁଳନାରେ ୧୩ ଜିଲାରେ କମିଛି। ରାଜ୍ୟର ୪୩% ଜିଲାରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇବା ଗ୍ରାମୀଣ ଅର୍ଥନୀତିର ରୁଗ୍‌ଣ ଅବସ୍ଥାକୁ ଦର୍ଶାଉଛି। ନିକଟରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ କରିଥିବାରୁ ସ୍ଥିତିରେ ସୁଧାର ଆସିପାରେ ବୋଲି କୁହାଯାଉଛି।

ଭୁବନେଶ୍ୱର,୧୭ା୪(ଅନୁରାଧା ମହାରଣା):ଦେଶରେ ୨୦୨୩-୨୪ରେ ସର୍ବାଧିକ ଉତ୍ତରପ୍ରଦେଶରେ ୩୮,୭୮୦ ହଜାର ମେଟ୍ରିକ ଟନ୍‌ (ଟିଏମ୍‌ଟି) ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ଓଡ଼ିଶାରେ ଏହାର ପରିମାଣ ରହିଛି ୨,୬୩୬ ଟିଏମ୍‌ଟି। ଦେଶର ମୋଟ ଉତ୍ପାଦନରେ ଏହି ଦୁଇ ରାଜ୍ୟର ଅବଦାନ ଯଥାକ୍ରମେ ୧୬.୨୧% ଏବଂ ୧.୧% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୪୭୬.୪୨ ଟିଏମ୍‌ଟି ମେଟ୍ରିକ୍‌ ଟନ୍‌ ଦୁଗ୍ଧ ଉପତ୍ାଦନ ହୋଇଥିବାବେଳେ ୨୦୨୩-୨୪ରେ ୧୫୯.୫୮ ଟିଏମ୍‌ଟି ବୃଦ୍ଧି ପାଇଛି। ମାତ୍ର ୧୩ ଜିଲା ତଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇଛି। କଟକ ଜିଲାରେ ୧୪,୦୩,୨୦୪ କ୍ଷୀର ଦେଉଥିବା ପ୍ରାଣୀଙ୍କଠାରୁ ସର୍ବାଧିକ ୩୯୧ ଟିଏମ୍‌ଟି ଦୁଗ୍ଧ ଉପତ୍ାଦନ ହୋଇଛି। କନ୍ଧମାଳରେ ୪,୭୩,୧୯୯ ପ୍ରାଣୀଙ୍କଠାରୁ ସର୍ବନିମ୍ନ ୧୧.୧୧ ଟିଏମ୍‌ଟି କ୍ଷୀର ଉପତ୍ାଦନ ହୋଇଛି। ମୟୂରଭଞ୍ଜରେ କ୍ଷୀର ଦେଉଥିବା ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୩୭,୬୧,୧୨୮ ରହିଥିଲେ ମଧ୍ୟ ଦୁଗ୍ଧ ଉପତ୍ାଦନ ଖୁବ୍‌ କମ୍‌ ରହିଛି। ବର୍ଷକରେ ଉପତ୍ାଦିତ କ୍ଷୀର ପରିମାଣ ୭୨.୮୭ରୁ ୬୨.୭୮ ଟିଏମ୍‌ଟିକୁ ହ୍ରାସ ପାଇଛି। ଏହି ୧୩ ଜିଲାରେ ଦେଶୀ ଗାଈଙ୍କ ସଂଖ୍ୟା ଅଧିକ ରହିଛି। ଏହି ବର୍ଗର ଗାଈ କମ୍‌ କ୍ଷୀର ଦେଉଥିବାରୁୁ ସାମଗ୍ରିକ ଭାବେ ଏହି ସବୁ ଜିଲାରେ ଦୁଗ୍ଧ ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଉଛି।
ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏବେ ଓମ୍‌ଫେଡ୍‌ ଦୈନିକ ୫ ଲକ୍ଷ ୧୪ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଛି। ସେଥିରେ ଦେଶୀ ବା ବିଞ୍ଝାରପୁରୀ ଗାଈ କ୍ଷୀର ହେଉଛି ୨୫୦୦ ଲିଟର। ଅନ୍ୟାନ୍ୟ ଘରୋଇ କମ୍ପାନୀଗୁଡ଼ିକ ରାଜ୍ୟରୁ ଦୈନିକ ୨ ଲକ୍ଷ ୭୪ ହଜାର ଲିଟର ଦୁଗ୍ଧ ଦୈନିକ ସଂଗ୍ରହ କରୁଛନ୍ତି। ବର୍ଷ ସାରା ଓମଫେଡ୍‌ର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ମୁଣ୍ଡ ପିଛା କ୍ଷୀର ଆବଶ୍ୟକତା ପୂରଣ ପାଇଁ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ତେବେ କୁଲାଙ୍ଗେଙ୍କ କହିବାନୁସାରେ ରାଜ୍ୟ ବାହରର ବିଭିନ୍ନ ଘରୋଇ କମ୍ପାନୀ ଓଡ଼ିଶାର ଦୁଗ୍ଧଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରୁ ନ ଥିଲେ ମଧ୍ୟ ରାଜ୍ୟରେ ବିକ୍ରି କରିଛନ୍ତି। ସେହିପରି ଓମ୍‌ଫେଡ୍‌ ଦୁଗ୍ଧ ଓ ଦୁଗ୍ଧଜାତଦ୍ରବ୍ୟ ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ସହ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ କିଛି ମାତ୍ରାରେ ଯାଉଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri