‘ଛି ଛି ଛିରେ ମୋହନ ସରକାର ଛି’ ବିଧାନସଭାରେ ଏ କ’ଣ କହିଦେଲେ ତାରା

ଭୁବନେଶ୍ୱର,୨୫।୩: ନିକଟରେ ନିଲମ୍ବନ ପ୍ରତ୍ୟାହାର ଉଠିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାକୁ ଫେରିଛନ୍ତି। ଫେରିବା ପ୍ରଥମ ଦିନରୁ ହିଁ କଂଗ୍ରେସ ବିଧାୟକମାନେ କଳା ଡ୍ରେସ ପିନ୍ଧି ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାରାଙ୍କୁ କଳାଡ୍ରେସ ପିନ୍ଧି ଘଣ୍ଟା ମହୂରି ବଜାଉଥିବାର ଦେଖିବାକୁ ମିଳିଥିଲା।

ମଙ୍ଗଳବାର ବିଧାନସଭାରେ କାର୍ଯ୍ୟକାଳ ସରଗରମ ଥିବାବେଳେ ତାରାଙ୍କୁ ମଧ୍ୟ ଆକ୍ସନ ମୁଡରେ ଦଖିବାକ ମିଳଥିଲା। ତାରା ଗଣମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିଥିଲେ। ଏବଂ ଛି ଛି ରେ ମୋହନ କହି ଗୀତ ବୋଲି କଟାକ୍ଷ କରିଥିଲେ। ଗୀତ ମାଧ୍ୟମରେ ସେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଛି ଛି ଛିରେ ମୋନସରକାର ଛି।

ରାଜ୍ୟରେ ବର୍ତମାନ ଚର୍ଚ୍ଚାରେ ଥିବା ଗୀତ ‘ଛି ଛି ଛିରେ ନନୀ’ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କୋରାପୁଟିଆ ଭାଷାକୁ ସ୍ବୀକୃତି ଦେବାକୁ ବାଚସ୍ପତିଙ୍କୁ ସେ ଅପିଲ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୀତ ବିଷୟରେ ଆଲୋଚନା କରନ୍ତୁ ଓ ପଦକ୍ଷେପ ନଅନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରୁଛି। ସମସ୍ତେ ଏହି ଗୀତରେ ଏବେ ରିଲ୍ସ ମଧ୍ୟ କରୁଛନ୍ତି। କିନ୍ତୁ ଏହି ଗୀତ ୨୪ ବର୍ଷ ତଳେ ବୋଲାଯାଇଥିଲା। ଯାହା ୨୦୨୫ ନୂଆବର୍ଷରେ ବେଶ ଭାଇରାଲ ହେଉଛି। ତେବେ ୨୪ ବର୍ଷ ତଳର ଏ ଗୀତ ହଠାତ କାହିଁକି ସମସ୍ତଙ୍କ ମନକୁ ଛୁଉଁଛି ।

ଏହି ଗୀତ ହେଉଛି ପ୍ରେମ ଓ ଧୋକା ସହ ଜଡିତ କିଛି ପୁରୁଣା ଗୀତ ଭାଇରାଲ ହେଲେ ଲୋକେ ସେଥିରେ ରିଲ୍ସ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ଛି ଛି ଛିରେ ନନୀ ଛି ଛି ଗୀତଟି ବେକ୍ରଅପ୍‌ ଗୀତ ହୋଇଥିବାରୁ ଏଥିରେ ଯୁବବର୍ଗ ଅଧିକ ପ୍ରଭାବିତ ହୋଇ ରିଲ୍ସ ମଧ୍ୟ କରୁଛନ୍ତି। ୬ ବର୍ଷ ତଳେ କ୍ୟାସେଟ କାହାଣୀରୁ ବାହାରି ଡିଜିଟାଲ ଦୁନିଆଁ ଦେଖିଲା । ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହେଲା । ହେଲେ ୨୦୨୫ ଯେ, ‘ଛି ଛି ଛିରେ ନନୀ ଛି…’ ପାଇଁ ଗୋଲଡେନ୍ ଇୟର ପାଲଟିଯିବ ଏକଥା କିଏ କେବେ ଭାବିପାରିବ ? କୋରାପୁଟିଆ ବିରହ ଗୀତଟିକୁ ଲେଖିଥିଲେ ଏବଂ ଗାଇଥିଲେ। ସାତବର୍ଷ ପୂର୍ବେ ଏ ଗୀତକୁ ଏ ଘରୋଇ ଚ୍ୟାନେଲରେ ମଧ୍ୟ ରିଲିଜ କରାଯାଇଥିଲା । ତେବେ ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ତଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri