ଆମେରିକାରେ ପ୍ରବଳ ବର୍ଷା, ଅଧିକାଂଶ ନଦୀରେ ବନ୍ୟା

ଓ୍ବାଶିଂଟନ,୧୮।୨: ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ ଲୋକଙ୍କ ଜୀବନ ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୮ଜଣ ଲୋକ କେଣ୍ଟ ରାଜ୍ୟର ବାସିନ୍ଦା। ପରିସ୍ଥିତି ଏତେ ଖରାପ ଯେ ନଦୀଗୁଡ଼ିକ ଉଛୁଳି ପଡ଼ିଛି ଏବଂ ରାସ୍ତାରେ ପାଣି ପ୍ରବାହିତ ହୋଇଛି। ପାଗର ଏହି ପରିବର୍ତ୍ତନ ଯୋଗୁଁ ସମଗ୍ର ରାଜ୍ୟର ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଏହି ସମୟରେ, କେଣ୍ଟୁକି ରାଜ୍ୟପାଳ ଆଣ୍ଡି ବେସିଅର ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ବନ୍ୟାରେ ଫସି ରହିଥିବା ଶହ ଶହ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ବେସିଆର କହିଛନ୍ତି। ରାଜ୍ୟପାଳ ବେସିଆର କହିଛନ୍ତି ଯେ କାରରେ ପାଣି ପଣି ବୁଡିଯିବାରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ସାତ ବର୍ଷର ଶିଶୁ ଅନ୍ତର୍ଭୁକ୍ତ।
ସେ କହଛନ୍ତି ବନ୍ଧୁଗଣ, ଏବେ ରାସ୍ତାକୁ ବାହାରକୁ ଆସନ୍ତୁ ନାହିଁ ଏବଂ ସୁରକ୍ଷିତ ରୁହନ୍ତୁ। ସେ ଆହୁରି କହିଛନ୍ତି, ‘ଏହା ସନ୍ଧାନ ଏବଂ ଉଦ୍ଧାର ସମୟ।’ ମୁଁ ସମସ୍ତ କେଣ୍ଟୁକିଆନଙ୍କ ପାଇଁ ବହୁତ ଗର୍ବିତ ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି।
ଏହି ସମୟରେ, ଅଲବାମାର ପାଣିପାଗ ସେବା କହିଛି ଯେ ହେଲ କାଉଣ୍ଟିରେ ଏକ ଘୂର୍ଣ୍ଣିବାତ୍ୟା ହୋଇଛି। ଏହି ଘୂର୍ଣ୍ଣିବାତ୍ୟା ଏବଂ ଝଡ଼ ଯୋଗୁଁ ଅନେକ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହୋଇଛି। ଅନେକ ଅଞ୍ଚଳରେ ଗଛ ପଡ଼ିବାର ମଧ୍ୟ ଖବର ଅଛି। ଯାହା ଯୋଗୁଁ ବିଦ୍ୟୁତ୍‌ ତାରଗୁଡ଼ିକ ପ୍ରଭାବିତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଉତ୍ତର ସହର ଟୁସକୁମ୍ବିଆରେ ଅନେକ ଘରର ଛାତ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ ଲୋକଙ୍କୁ ଏହି ଅଞ୍ଚଳଗୁଡ଼ିକରୁ ଦୂରରେ ରହିବାକୁ କହିଛନ୍ତି।
ବନ୍ୟା ଯୋଗୁଁ ଏକ ବନ୍ଧ ଭାଙ୍ଗି ଯାଇଛି, ଯାହା ଫଳରେ ଟେନେସିର ଓବିଅନ କାଉଣ୍ଟିର କିଛି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାତୀୟ ପାଣିପାଗ ସେବା ଅନୁଯାୟୀ, ଉତ୍ତର ଡାକୋଟାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଶୂନ୍ୟରୁ ୫୦ ଡିଗ୍ରୀ ତଳେ ଖସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri