Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୨ା୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ବୁଧବାର ଖେଳାଯିବ। ଏଥିରେ ବିଜୟ ହାସଲ ସହ ୩ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍‌ ସୁଇପ୍‌ ହାସଲ କରିବା ଘରୋଇ ଦଳର ଲକ୍ଷ୍ୟ ରହିବ। ଏହି ମ୍ୟାଚ ସହିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଦୁଇଦେଶର ପ୍ରସ୍ତୁତି ପର୍ବ ଶେଷ ହେବ। ଇଂଲଣ୍ଡ ଏହି ମ୍ୟାଚ ଜିତି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଏହାର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟ ବର୍ତ୍ତମାନ ନୀରବ ରହିଛି। ଟୁର୍ନାମେଣ୍ଟ ପୂର୍ବରୁ ଦେଶର ଖେଳପ୍ରେମୀମାନେ ଏହି ମ୍ୟାଚରେ ତାଙ୍କରଠାରୁ ଏକ ବଡ଼ ସ୍କୋର ଆଶା କରୁଛନ୍ତି। ପ୍ରଥମ ଦୁଇଟି ମ୍ୟାଚ ସମାନ ୪ ଉଇକେଟରେ ବିଜୟ ଲାଭ କରି ଭାରତ ୨-୦ରେ ଅଗ୍ରଣୀ ରହିଛି। ରୋହିତ ଶର୍ମାଙ୍କ ଦଳ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଜୟ ହାସଲ କରିବାକୁ ଆପ୍ରାଣ ଚେଷ୍ଟା କରିବ, କାରଣ ଏହି ଷ୍ଟାଡିୟମରେ ସେମାନେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିଲେ। ବିଶ୍ୱର ଶ୍ରେଷ୍ଠ ୮ଟି ଦଳକୁ ନେଇ ଚାମ୍ପିୟନ୍ସ ଟ୍ରଫି କରାଚୀଠାରେ ଫେବୃଆରୀ ୧୯ରେ ଆରମ୍ଭ ହେବ। ହାଇବ୍ରିଡ୍‌ ମଡେଲ ଅନୁସାରେ ଭାରତ ଏହାର ପରଦିନ ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ଗତ ମ୍ୟାଚରେ ରୋହିତ ଫର୍ମକୁ ଫେରିଥିବାରୁ ଭାରତ ଅନେକ ପରିମାଣରେ ଆଶ୍ୱସ୍ତ ହୋଇଛି। ଦୀର୍ଘଦିନ ହେଲା ସେ ଭଲ ସ୍କୋର କରିପାରୁ ନ ଥିଲେ, ଯାହାକି ଦଳ ପାଇଁ ଚିନ୍ତାର କାରଣ ଥିଲା। ଅନ୍ୟପକ୍ଷରେ କୋହଲି ସମ୍ପୂର୍ଣ୍ଣ ବ୍ୟାଟିଂ ଟଚ୍‌ରେ ନାହାନ୍ତି ବୋଲି କହିହେବନି। ସେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରୁନାହାନ୍ତି। ବଡ଼ ସ୍କୋର ପାଇଁ ସେ କ୍ରିଜ୍‌ରେ ଅଧିକ ସମୟ ରହିବା ଜରୁରୀ। ଯଦି ସେ କ୍ଲିକ୍‌ କରନ୍ତି ତେବେ କୋହଲିଙ୍କ ପାଇଁ ଆଉ ଏକ ରେକର୍ଡର ସୁଯୋଗ ରହିଛି। ଖେଳର ଇତିହାସରେ ତୃତୀୟ ବ୍ୟାଟର ଭାବେ ୧୪,୦୦୦ ରନ ପୂରଣ କରିବା ଲାଗି ସେ ଆଉ ମାତ୍ର ୮୯ରନ ପଛରେ ରହିଛନ୍ତି। ଭାରତ ଏହି ସିରିଜରେ ଏହାର ପ୍ରତିଭା ଖେଳାଳିଙ୍କର ଠିକଣା ଉପଯୋଗ କରିଛି। ସେଭଳି କୌଣସି ତ୍ରୁଟି କରିଥିବା ଭଳି ମନେ ହେଉନାହିଁ। କହିବାକୁ ଗଲେ ଘାତକ ସ୍ପିନ ବୋଲିଂ କରିପାରୁଥିବା ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫି ପାଇଁ ଅତିରିକ୍ତ ଅସ୍ତ୍ର ହୋଇ ଉଭା ହୋଇଛନ୍ତି। ଦୀର୍ଘଦିନ ଧରି ଆଘାତଜନିତ ସମସ୍ୟାରେ ରହିଥିବା ମହମ୍ମଦ ଶାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଉପଲବ୍ଧ ହୋଇପାରିବେ କି ନା ସେ ନେଇ ସନ୍ଦେହ ରହିଛି। ଟୁର୍ନାମେଣ୍ଟ ପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ପ୍ରକାଶ କରିବାର ଶେଷ ଦିନ ବୁଧବାର ରହିଛି। ବୁମ୍‌ରାଙ୍କୁ ତୃତୀୟ ଦିନିକିଆରେ ଖେଳାଇବା ଯୋଜନା ରହିଛି। ତେଣୁ ବୁମ୍‌ରା ଚାମ୍ପିୟନ୍ସ ଟ୍ରଫି ଖେଳିବେ କି ନା ତାହା ବୁଧବାର ସ୍ପଷ୍ଟ ହୋଇଯିବ। ମଙ୍ଗଳବାର ଉଭୟ ଭାରତ ଓ ଇଂଲଣ୍ଡ ଦଳ ଅଭ୍ୟାସ ନ କରି ବିଶ୍ରାମ ନେବାକୁ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri