Posted inଖେଳ

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ ଖେଳିପାରିବେ କି ନାହିଁ ସେନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ଗସ୍ତର ଶେଷ ମ୍ୟାଚ୍‌ ସମୟରେ ସପ୍ରିତ ବୁମରା ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା। ସେହି ସମୟରେ, ବୁମରାହ ସମ୍ପ୍ରତି ତାଙ୍କ ପିଠି ସ୍କାନ କରିବା ପାଇଁ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସେଲେନ୍ସ ଯାଇଥିଲେ। ହେଲେ ଏବେ ସେ ଚାମ୍ପିଅନ୍ସ ଟ୍ରଫି ଖେଳିପାରିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।
ESPNcricinfoର ଏକ ରିପୋର୍ଟ ଅନୁଯାୟୀ, ଜସପ୍ରିତ ବୁମରା ଏପର୍ଯ୍ୟନ୍ତ ତାଙ୍କ ପିଠି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏଣୁ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ଯଦିଓ ବେଙ୍ଗାଲୁରୁରେ ବୁମ୍‌ରାଙ୍କ ସ୍କାନରେ କିଛି ଅସ୍ବାଭାବିକ ମିଳିନାହିଁ, ତଥାପି ସେ ବୋଲିଂ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହନ୍ତି। ସମ୍ଭବତଃ ସେ କିଛି ସପ୍ତାହ ମଧ୍ୟରେ ଦୌଡ଼ିବା ଆରମ୍ଭ କରିବେ। ତା’ପରେ ଧୀରେ ଧୀରେ ବୋଲିଂ ଆରମ୍ଭ କରିବେ। ସେପର୍ଯ୍ୟନ୍ତ ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖିବେ।
ସୂଚନାନୁଯାୟୀ, ଜାନୁଆରୀ ୧୮ ତାରିଖରେ ଘୋଷିତ ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଦଳରେ ବୁମରାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏବେ ବିସିସିଆଇକୁ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିବାକୁ ପଡିଛି। ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି, ଯାହାକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କ ବ୍ୟାକଅପ୍‌ ଭାବରେ ସାମିଲ କରାଯାଇଥିଲା। ଏହି ସିରିଜରେ ହର୍ଷିତ ରାଣା ମଧ୍ୟ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।

Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ, ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri