ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୭ା୨:ହାତରେ ହ୍ୟାଣ୍ଡ୍‌କଫ୍‌, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍‌ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ ସମସ୍ତେ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟର୍ପିତ ଏହି ଭାରତୀୟମାନେ ବୁଧବାର ପଞ୍ଜାବର ଅମୃତସର ଏୟାରପୋର୍ଟରେ ପହଞ୍ଚତ୍ବା ପରେ ଯାଇ ସେମାନଙ୍କ ହାତ ଓ ଗୋଡ଼ରୁ ଲୁହା ଶିକୁଳି ଖୋଲାଯାଇଥିଲା। ପ୍ରବାସୀମାନେ ସେମାନଙ୍କ ପ୍ରତି କରାଯାଇଥିବା ଆଚରଣ ଓ ନିର୍ଯାତନାର କାହାଣୀ ବଖାଣିଛନ୍ତି ଗଣମାଧ୍ୟମ ସମ୍ମୁଖରେ। ଟ୍ରମ୍ପ୍‌ ପ୍ରଶାସନର ଏଭଳି ଆଚରଣକୁ ଭାରତର ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ସଂସଦରେ ମଧ୍ୟ ଉଠିଛି ବିରୋଧୀଙ୍କ ସ୍ବର।
କଂଗ୍ରେସର ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ନେତା ଭାରତୀୟଙ୍କ ପ୍ରତି ଆମେରିକୀୟ କର୍ତ୍ତୃପକ୍ଷଙ୍କ ଆଚରଣକୁ ନିନ୍ଦା କରିବା ସହ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରି କି କେତେଜଣ ବିରୋଧୀ ନେତା ନିଜ ହାତରେ ହ୍ୟାଣ୍ଡ୍‌କଫ୍‌ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ନେତାମାନେ ଧରିଥିବା ପ୍ଲାକାର୍ଡରେ ଲେଖାଥିଲା, ‘ହ୍ୟୁମାନ୍ସ, ନୋ ପ୍ରିଜ୍‌ନର୍ସ’। ଭାରତ ପ୍ରତି ଏଭଳି ଅପମାନକୁ ସେମାନେ ସହିବେ ନାହିଁ କହି ସେମାନେ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ, ‘ଇଣ୍ଡିଆନ୍ସ ଇନ୍‌ସଲ୍ଟେଡ୍ଳ, ଇଣ୍ଡିଆ ଓଣ୍ଟ୍‌ ଷ୍ଟେ ସାଇଲେଣ୍ଟ’। କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଆମେ ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ଭାରତୀୟ ନାଗରିକଙ୍କ ସହ ଏପରି ଅମାନବୀୟ ବ୍ୟବହାରକୁ ବରଦାସ୍ତ କରିବୁ ନାହିଁ। ଏହି ପ୍ରତ୍ୟର୍ପଣ ଉପରେ ମୋଦି ସରକାର ବିସ୍ତୃତ ବିବୃତି ଜାରି କରନ୍ତୁ। ଭାରତୀୟମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦାର ସହ ସ୍ବଦେଶକୁ ଫେରାଇ ଆଣିବା ପାଇଁ ସରକାର କାହିଁକି ନିଜସ୍ବ ବିମାନ ପଠାଇଲେ ନାହିଁ। ଏକ ବିଦେଶୀ ବିମାନ ଭାରତ ଭୂଇଁରେ କାହିଁକି ଅବତରଣ କଲା ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ସେହିପରି ଲୋକ ସଭାର ବିରୋଧୀ ନେତା ରାହୁଲ ସାମାଜିକ ଗଣମାଧ୍ୟରେ ପ୍ରତ୍ୟର୍ପିତ ବ୍ୟକ୍ତିମାନେ ନିଜ ଦୁର୍ଦ୍ଦଶା ବଖାଣୁଥିବାବେଳେର ଭିଡିଓକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ, ଏମାନଙ୍କ ଯନ୍ତ୍ରଣାକୁ ଶୁଣନ୍ତୁ। ଭାରତୀୟମାନେ ସମ୍ମାନ ଓ ମର୍ଯ୍ୟାଦା ପାଇବାକୁ ହକ୍‌ଦାର, ହ୍ୟାଣ୍ଡ୍‌କଫ୍‌ ନୁହେଁ। ଓ୍ବାୟନାଡ୍‌ ଏମ୍‌ପି ପ୍ରିୟଙ୍କା ପାର୍ଲାମେଣ୍ଟ ପରିସରରେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବନ୍ଧୁତାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରତ୍ୟର୍ପିତଙ୍କ ପ୍ରତି ଏପରି ବ୍ୟବହାର କାହିଁକି କରାଗଲା, ସେନେଇ ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବେ ଜବାବ ରଖିବା ଆବଶ୍ୟକ। ଅଖିଳେଶ ପ୍ରଶ୍ନ କରିଛନ୍ତି, ଏହି ଭାରତୀୟମାନେ ନିଜ ଦେଶ ଛାଡ଼ି ପଳାୟନ କରିବାକୁ କାହିଁକି ବାଧ୍ୟ ହୋଇଥିଲେ? ଏହା କେବଳ ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ପ୍ରଶ୍ନ ନୁହେଁ। ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ଲୋକଙ୍କୁ ସ୍ବପ୍ନ ଦେଖାଉଥିବା ନେତାମାନେ ଏବେ ଚୁପ୍‌ ହୋଇଯାଇଛନ୍ତି। ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ କ’ଣ କରୁଛି? ମହିଳା ଓ ଶିଶୁଙ୍କୁ ଅମାନବୀୟ ବ୍ୟବହାରରୁ ରକ୍ଷା କରିବା ପାଇଁ ସରକାର କିଛି ପଦକ୍ଷେପ ନେଇନାହାନ୍ତି।
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ କହିଲେ, ସରକାର ଉପଯୁକ୍ତ ସମୟରେ ଏହା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଏହା ଏକ ନୀତିଗତ ନିଷ୍ପତ୍ତି, ଯାହାକୁ ନେଇ ବିରୋଧୀ ରାଜନୀତି କରିବା ଅନୁଚିତ। ଶିବସେନା ୟୁବିଟିର ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ କହିଲେ, ପ୍ରତ୍ୟର୍ପିତ ଭାରତୀୟଙ୍କ ପ୍ରତି ଟ୍ରମ୍ପ୍‌ ପ୍ରଶାସନର ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଆମ ସରକାର ଲୋକଙ୍କୁ ନିଯୁକ୍ତି ଦେଇପାରୁ ନ ଥିବାରୁ ଲୋକେ ଆମେରିକା ଯାଉଛନ୍ତି। ପୁଣି ନିଜ ଦେଶର ବିଫଳ ବହିର୍ବ୍ୟାପାର ସମ୍ପର୍କ ଓ ନୀତି ଯୋଗୁ ସେମାନେ ଏଭଳି ଅବସ୍ଥାରେ ଫେରୁଛନ୍ତି। କଂଗ୍ରେସର ଗୌରବ ଗୋଗୋଇ ଏହାକୁ ଭାରତ ସରକାରଙ୍କ ଦୁର୍ବଳତା ବୋଲି ଦର୍ଶାଇ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri