Posted inଖେଳ

ମ୍ୟାଚ୍‌ ପରେ ପିଟିବି ବୋଲି ଧମକ ଦେଇଥିଲେ ଗୌତମ ଗମ୍ଭୀର, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ ମଧ୍ୟ ଦେଇଥିଲେ। କଥା ହାତାହାତି ଯାଏ ପହଞ୍ଚିଥାନ୍ତା। କିନ୍ତୁ ପୂର୍ବତନ ପାକିସ୍ତାନ ଅଧିନାୟକ ୱାସିମ ଆକ୍ରମ ପରିସ୍ଥିତିକୁ ଥଣ୍ଡା କରିଥିଲେ ବୋଲି ସେ ସାକ୍ଷାତକାରରେ ଦାବି କରିଛନ୍ତି।

ଲଲନ୍‌ଟପ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ମନୋଜ କହିଛନ୍ତି, ୨୪ ଅକ୍ଟୋବର ୨୦୧୫ରେ ମୁଁ ଏବଂ ଗମ୍ଭୀର ଏକ ରଣଜୀ ମ୍ୟାଚ୍‌ ଖେଳୁଥିଲୁ। ମୁଁ ମୋର ଗାର୍ଡ ନେଇଗଲି। ଗମ୍ଭୀର ସ୍ଲିପରେ ଠିଆ ହୋଇଥିଲେ। ସେଠାରୁ ସେ ମୋତେ ଏତେ ଖରାପ ଗାଳି କରିଥିଲେ ମୁଁ ସେସବୁ କହିପାରିବି ନାହିଁ। ସନ୍ଧ୍ୟାରେ ଖାଲି ଭେଟ ହୁଅ ମୁଁ ତୁମକୁ ପିଟିବି ବୋଲି ଗମ୍ଭୀର କହଥିଲେ । ଜବାବରେ ମୁଁ କହିଲି ଭାଇ, ସାରେ କାହିଁକି, ମୋତେ ଏବେ ମାର।

ସେହିଭଳି ମନୋଜ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର କୌଣସି କାରଣ ବିନା ତାଙ୍କ ପ୍ରତି ଈର୍ଷା କରୁଥିଲେ। ସେ କହିଥିଲେ, ’ମୁଁ ଅଷ୍ଟ୍ରେଲିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୧୨୯ ରନ କରିଥିଲି। ଗମ୍ଭୀର ସେହି ମ୍ୟାଚ୍‌ରେ ୧୦୫ କିମ୍ବା ୧୧୦ ରନ କରିଥିଲେ। ସେ ମୋ ଉପରେ ରାଗିଗଲେ। ସେ ମୋତେ ରାଗି କହିଲେ – ତୁମେ କଣ କରୁଛ, ତଳକୁ ଆସ। ମୁଁ ଯେତେବେଳେ ୱାସରୁମରେ ଥିଲି, ସେ ଆସି ମୋ ପଛରେ ଠିଆ ହୋଇ ରାଗିବାକୁ ଲାଗିଲେ। ସେ ମୋତେ କହିଲେ ଯେ ତୁମର ଏହି ଆଟିଚ୍ୟୁଡ୍‌ କାମ କରିବ ନାହିଁ। ମୁଁ ତୁମ ସହିତ ଏପରି କାମ କରିବି ଯେ ମୁଁ ତୁମକୁ କେବେ ଖାଇବାକୁ ଦେବି ନାହିଁ। ତା’ପରେ ୱାସିମ ଆକ୍ରମ ସେଠାକୁ ଆସିଲେ ଏବଂ ସେ ପରିସ୍ଥିତିକୁ ଶାନ୍ତ କଲେ। ସେହି ଦିନ ଝଗଡ଼ା ବଢ଼ିଯାଇଥାନ୍ତା।

ଏପରିକି ଯେତେବେଳେ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ବୋର୍ଡକୁ ଆସିଥିଲେ, ସେତେବେଳେ ମଧ୍ୟ ଗମ୍ଭୀରଙ୍କ ସମସ୍ୟା ଥିଲା। ସେ ଗାଙ୍ଗୁଲିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସୁପାରିଶ ବ୍ୟବହାର କରି ବୋର୍ଡକୁ ଆସିଛନ୍ତି ବୋଲି ଗମ୍ଭୀର କହିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri