Posted inଖେଳ

୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନୋନୀତ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ଖେଳାଳି ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥ୍‌ଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି। ଅନ୍ୟପକ୍ଷେ ୩୨ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯାଇଛି। ସେହିପରି ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତତ୍ୱ ନିଜ ନାମରେ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ। ତାଙ୍କୁ ମଧ୍ୟ ଖେଳ ରତ୍ନରେ ସମ୍ମାନିତ କରାଯାଇଛି।

ସେହିପରି ବିଶ୍ବ ଚେସ୍‌ ଚାମ୍ପିୟନଶିପ ଓ ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ବିଜେତା ଡି. ଗୁକେଶଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି। ବିଶ୍ବ ଚେସ ଚାମ୍ପିୟନଶିପର ଅନ୍ତିମ ରାଉଣ୍ଡରେ ଚାଇନାର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଅଦ୍ଭୂତପୂର୍ବ ବିଜୟ ସହ ଟାଇଟଲ ବିଜୟୀ ହୋଇଥିଲେ ଗୁକେଶ। ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ଏହି ଟାଇଟଲ ଜିତିଥିଲେ।

୩୪ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

ଜ୍ୟୋତି ୟାରାଜି- ଆଥଲେଟିକ୍ସ
ଅନୁ ରାଣୀ- ଆଥଲେଟିକ୍ସ
ନୀତୁ- ବକ୍ସିଂ
ସୱିଟି- ବକ୍ସିଂ
ଭାଣ୍ଟିକା ଅଗ୍ରୱାଲ- ଚେସ୍‌
ସାଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜର୍ମାନପ୍ରୀତ ସିଂହ- ହକି
ସୁଖଜିତ ସିଂହ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା-ଆଥଲେଟିକ୍ସ
ସଚିନ ସରଜେରାଓ ଖିଲାରି- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାଟୋ- ସେମା ପାରା ଆଥଲେଟିକ୍ସ
ସିମରନ- ପାରା ଆଥଲେଟିକ୍ସ
ନବଦୀପ- ପାରା ଆଥଲେଟିକ୍ସ
ତୁଳାସିମତି ମୁରୁଗେସନ- ପାରା ବ୍ୟାଡମିଣ୍ଟନ
ନିତ୍ୟ ଶ୍ରୀ ସୁମତି ସିଭାନ- ପାରା ବ୍ୟାଡମିଣ୍ଟନ
ମନୀଷା ରାମଦାସ- ପାରା ବ୍ୟାଡମିଣ୍ଟନ
କପିଲ ପରମାର- ପାରା ଜୁଡୋ
ମୋନା ଅଗ୍ରୱାଲ- ପାରା ସୁଟିଂ
ରୁବିନା ଫ୍ରାନ୍ସିସ- ପାରା ସୁଟିଂ
ସୱପ୍ନିଳ ସୁରେଶ କୁସାଲେ- ସୁଟିଂ
ସରବଜୋତ ସିଂହ- ଗୁଳିଚାଳନା
ଅଭୟ ସିଂହ- ସ୍କୱାସ
ସାଜନ ପ୍ରକାଶ – ପହଁରିବା
ଅମନ ସହୱାରତ – କୁସ୍ତି
ସୁଚା ସିଂହ (ଲାଇଫଟାଇମ) ଆଥଲେଟିକ୍ସ
ମୁରଲୀକାନ୍ତ (ଜୀବନକାଳ) – ରାଜାରାମ ପେଟକର ପାରା ପହଁରାଳି

୫ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ସୁଭାଷ ରାଣା- ପାରା ସୁଟିଂ (ନିୟମିତ)
ଦୀପାଳି ଦେଶପାଣ୍ଡେ- ସୁଟିଂ (ନିୟମିତ)
ସନ୍ଦୀପ ସାଙ୍ଗୱାନ- ହକି (ନିୟମିତ)
ଏସ ମୁରଲୀଧରନ- ବ୍ୟାଡମିଣ୍ଟନ (ଲାଇଫଟାଇମ)
ଆର୍ମାଣ୍ଡୋ ଆଗ୍ନେଲୋ କୋଲାକୋ- ଫୁଟବଲ (ଜୀବନକାଳ)


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri