ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ ଆଣବିକ ଆକ୍ରମଣକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ ମୁଖ୍ୟ ଇଗୋର କିରିଲୋଭ୍‌ଙ୍କ ହତ୍ୟା ପରେ ଏହି ବିପଦ ଆହୁରି ବଢୁଥିବା ଜଣାପଡିଛି। ଯଦିଓ ପରମାଣୁ ଆକ୍ରମଣ ବିଷୟରେ ରୁଷିଆ କିଛି କହିନାହିଁ, ତଥାପି ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିପାରିବ ବୋଲି ଆଲୋଚନା ହେଉଛି।
ମସ୍କୋରେ ହୋଇଥିବା ଆକ୍ରମଣ ପରେ ରୁଷିଆ ର ଆଣବିକ ଅସ୍ତ୍ର ବିଭାଗର ମୁଖ୍ୟ ଇଗୋର କିରିଲୋଭଙ୍କୁ ହତ୍ୟା କରାଯାଇଥିଲା। ୟୁକ୍ରେନ ଏଥିପାଇଁ ନଜକୁ ଦାୟୀ କରିଛି। ୟୁକ୍ରେନ ଉପରେ କ୍ରେମଲିନ ଆକ୍ରମଣ ପରଠାରୁ ରୁଷିଆର ଜଣେ ହାଇପ୍ରୋଫାଇଲ ଅଧିକାରୀଙ୍କ ହତ୍ୟା ମାମଲାରେ ଏହା ହେଉଛି ସବୁଠାରୁ ବଡ ମାମଲା।
ଦକ୍ଷିଣ-ପୂର୍ବ ମସ୍କୋର ଏକ ଆପାର୍ଟମେଣ୍ଟ ବିଲଡିଂ ନିକଟରେ ଯାଉଥିବା ସମୟରେ ଏକ ଇଲେକ୍ଟ୍ରିକ ସ୍କୁଟରରେ ଲୁଚି ରହିଥିବା ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାପରେ ଇଗୋର କିରିଲୋଭ ଏବଂ ତାଙ୍କ ସହାୟକଙ୍କର ମୃତ୍ୟୁ ଘଟିଥିଲା। ରୁଷିଆର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଏକ ଆପାର୍ଟମେଣ୍ଟ ବିଲଡିଂ ବାହାରେ ଏହି ବିସ୍ଫୋରଣ ଘଟିଛି।
ଇଗୋରଙ୍କ ହତ୍ୟା ପରେ ରାଗରେ ନିଆଁବାଣ ହୋଇପଡିଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆର ସାମରିକ ଅଧିକାରୀଙ୍କ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ସହ ପ୍ରତିଶୋଧ ନେବାକୁ ଏକ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ ହୋଇଛି। ରୁଷିଆ ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବରିଷ୍ଠ ସୁରକ୍ଷା ଅଧିକାରୀ ଦିମିତ୍ରୀ ମେଡଭେଡେଭ କହିଛନ୍ତି, ବର୍ତ୍ତମାନ ୟୁକ୍ରେନର ସାମରିକ ତଥା ରାଜନୈତିକ ନେତୃତ୍ୱକୁ ଏଥିପାଇଁ ଦାୟୀ କରିବାକୁ ପଡିବ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳ୍ପନାଜଳ୍ପନା କରାଯାଉଛି ଯେ, ରୁଷିଆ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri