Posted inଜାତୀୟ

ଫଡନଭିସଙ୍କ ଠାରୁ ଅଧିକ ଧନୀ ଶିନ୍ଦେ, ପାଖରେ ଅଛି ନଗଦ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ଆଉ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମହା ସସପେନ୍ସର ଅନ୍ତ ଘଟିଛି। ଆଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିଛି। ଦେବେନ୍ଦ ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି। ଏଥିସହ ଅଜିତ ପାଓ୍ବାର ଓ ଏକନାଥ ଶିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ଯଦି ଶିନ୍ଦେ ଓ ଫଡନଭିସଙ୍କ ସମ୍ପର୍କରେ ଆଲୋଚନା କରାଯାଏ ତେବେ ଦହେଁ ସୂଚାରୁ ରୂପେ ନିଜର କାର୍ଯ୍ୟକାଳ ସମ୍ଭାଳିଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଶିନ୍ଦେଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଆଉ ଫଡନଭିସଙ୍କ ଦଳ ଉପରେ ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷତା ପ୍ରଶଂସନୀୟ ଭାବେ ଦେଖିଛନ୍ତି। କିନ୍ତୁ ଦୁହିଁଙ୍କ ନେଟଓ୍ବର୍ଥ ବିଷୟରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସମ୍ପତ୍ତି ମୂଲ୍ୟ ଅଧିକ ରହିଛି।

ଫଡନଭିସ ମହାରାଷ୍ଟ୍ର ବିଧାନସଭାକୁ ନାଗପୁରର ଦକ୍ଷିଣ-ପଶ୍ଚିମ ଆସନରୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ନିଜ ସ୍ବୀକାରୋକ୍ତି ପତ୍ରରେ ସେ ନିଜ ସମ୍ପତ୍ତି ୧୩.୨୭ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ। ୨୦୨୩-୨୪ ନିର୍ବାଚନ ସମୟରେ ତାଙ୍କର ମୋଟ ଆୟ ୭୯.୩ ଲକ୍ଷ ଟଙ୍କା ଥିଲା। ଯେତେବେଳେ କି ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ଆୟ ୯୨.୪୮ ଲକ୍ଷ ଟଙ୍କା ରହିଥିଲା। ଫଡନଭିସ କୌଣସି ନିବେଶ ବଣ୍ଡ, ମ୍ୟୁଚିଆଲ ଫଣ୍ଡ କିମ୍ବା କୌଣସି ଶେୟାରରେ ନିବେଶ କରି ନାହାନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଅମୃତା ଫଡନଭିସଙ୍କ ପାଖରେ ପାଖାପାଖି ୫.୬୩ କୋଟିର ବଣ୍ଡ, ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ ରହିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪୫୦ ଗ୍ରାମ୍‌ ଓ ଅମୃତାଙ୍କ ପାକରେ ୯୦୦ ଗ୍ରାମ୍‌ ସୁନା ରହିଛି। ଯାହାର ଦାମ୍‌ ପାଖାପାଖି ଏକ କୋଟି ଟଙ୍କା।

ଫଡନଭିସ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପୂର୍ବରୁ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ନିର୍ବାଚନ ଆୟୋଗକୁ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ, ୫୪ ବର୍ଷିୟ ଫଡନାଭିସ ଏବଂ ତାଙ୍କ ପରିବାରର ୧୩ କୋଟି ୨୭ ଲକ୍ଷ ୪୭ ହଜାର ୭୨୮ ମୂଲ୍ୟର ଚଳନ ତଥା ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଅନୁଯାୟୀ, ୨୦୨୩-୨୪ ରେ ତାଙ୍କର ମୋଟ ଆୟ ୭୯,୩୦,୪୦୨ ଟଙ୍କା ଥିବାବେଳେ ୨୦୨୨-୨୩ ମସିହାରେ ଏହା ୯୨,୪୮,୦୯୪ ଟଙ୍କା ଥିଲା।
ଫଡନଭିସ ତାଙ୍କ ନାମରେ ୫୬,୦୭,୮୬୭ ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ନାମରେ ୬,୯୬,୯୨,୭୪୮ ଟଙ୍କା ଏବଂ ତାଙ୍କ ଝିଅ ନାମରେ ୧୦,୨୨,୧୧୩ ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି। ଫଡନାଭିସଙ୍କ ନଗଦ ୨୩,୫୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କର ୧୦,୦୦୦ ଟଙ୍କା ନଗଦ ଅଛି। ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଜମା ପରିମାଣ ୨,୨୮,୭୬୦ ଟଙ୍କା। ଏଥିରେ ଆର୍ଥିକ ପ୍ରତିଷ୍ଠାନ, NBFC ଏବଂ ସମବାୟ ସମିତିରେ ସ୍ଥିର ଜମା ଏବଂ ଜମା ଅନ୍ତର୍ଭୁକ୍ତ। ତାଙ୍କ ପତ୍ନୀଙ୍କର ୧,୪୩,୭୧୭ ଟଙ୍କା ଅଛି। ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଫଡନାଭିସ, ଏନ୍‌ଏସ୍‌ଏସ୍‌, ଡାକ ସଞ୍ଚୟ, ବୀମା ପଲିସି ଏବଂ ଆର୍ଥିକ ଉପକରଣରେ ୨୦,୭୦,୬୦୭ ଟଙ୍କା ବିନିଯୋଗ କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ୫,୬୨,୫୯,୦୩୧ ଟଙ୍କା ବିନିଯୋଗ କରିଛନ୍ତି।

ସୂଚନାନୁସାରେ, ଫଡନଭିସରେ ୪୫୦ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୩୨,୮୫,୦୦୦ ଟଙ୍କା। ତାଙ୍କ ପତ୍ନୀଙ୍କ ପାଖରେ ୬୫ ଗ୍ରାମ ସୁନା ଅଳଙ୍କାର ୬୫,୭୦,୦୦୦ ଟଙ୍କା ରହିଛି। ସେହିଭଳି ଫଡନଭିସ ତାଙ୍କ ନାମରେ ୪,୬୮,୯୬,୦୦୦ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ଚନ୍ଦ୍ରପୁରର କୃଷି ଜମି, ନାଗପୁରର ଧରମେଥରେ ଆବାସିକ କୋଠା ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅନ୍ତର୍ଭୁକ୍ତ। ତାଙ୍କ ପତ୍ନୀଙ୍କ ନାମରେ ୯୫,୨୯,୦୦୦ ଟଙ୍କା ସମ୍ପତ୍ତି ଅଛି। ଫଡନଭିସ ତାଙ୍କ ସ୍ତ୍ରୀଙ୍କଠାରୁ ୬୨,୦୦,୦୦୦ ଟଙ୍କା ଋଣ ନେଇଛନ୍ତି। ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ତାଙ୍କର ଅନ୍ୟ କୌଣସି ଋଣ କିମ୍ବା ଦେୟ ନାହିଁ। ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ନାମରେ କୌଣସି କାର ନାହିଁ। ଫଡନଭିସ ମାସକୁ ୩.୪ ଲକ୍ଷ ଟଙ୍କା ଦରମା ପାଆନ୍ତି।

ଅନ୍ୟପଟେ ଶିନ୍ଦେଙ୍କ ମୋଟ ସମ୍ପତ୍ତି ୧୪.୮୩ କୋଟି ଟଙ୍କା। ଯେତେବେଳେ କି ୫ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୯ରେ ତାଙ୍କର ନେଟଓ୍ବର୍ଥ୫.୪୪ କୋଟି ଟଙ୍କା ଥିଲା। ତାଙ୍କ ପାଖରେ ପ୍ରାୟ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ରହିଛି। ଏଥିସହ ତାଙ୍କ ପାଖରେ ଏକ ପିସ୍ତଲ ରହିଛି ଯାହାର ଦାମ୍‌ ୨.୨୫ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri