Posted inଜାତୀୟ

ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା

ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି, ଯେଉଁଥିରେ ଭାଜପା ଅଡୁଆରେ ପଡିଛି। ଶିନ୍ଦେ କିଛିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ସାଇଲେଣ୍ଟ ଓ୍ବାର କରୁଥିଲେ ମଧ୍ୟ ଖୋଲାଖୋଲି କିଛି କହି ନାହାନ୍ତି। କିନ୍ତୁ ଆଜି ସେ ସ୍ବୀକାର କରିଛନ୍ତି କି, ଯଦି ସେ ମୁଖ୍ୟମନ୍ତ୍ରୀ ହେଉ ନାହାନ୍ତି ତେବେ ତାଙ୍କର କିଛି ସର୍ତ୍ତ ରହିଛି। ଯାହାକୁ ନେଇ ଭାଜପା ଅଡୁଆରେ ପଡିଛି।

ହରଡଘଣାରେ ଭାଜପା। ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଝା ଲାଗି ରହିଛି। ଏହାରି ଭିତରେ ଶିନ୍ଦେ ଭାଜପା ଆଗରେ ରଖିଛନ୍ତି ବଡ଼ ସର୍ତ୍ତ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଜୋର ଧରିଛି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, ଶିନ୍ଦେ ତାଙ୍କ ନେତା ଓ କର୍ମୀଙ୍କୁ ମହାରାଷ୍ଟ୍ରର ସିଏମ ପଦବୀ ଦାବିରୁ ଓହରିବାକୁ କହିଛନ୍ତି। ସୂଚନାନୁସାରେ, ସିଏମ ପଦବୀ ବଦଳରେ ଶିନ୍ଦେ ମହାୟୁତି ସରକାରରେ ଏକ ବଡ଼ ଦାବି କରିଛନ୍ତି। ଯଦି ସେ ସିଏମ ନ ହୁଅନ୍ତି ତେବେ ଗୃହ ବିଭାଗକୁ ସିନ୍ଦେ କ୍ୟାମ୍ପକୁ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅର୍ଥାତ ମଙ୍ଗଳବାର ରାତିରେ ଶିନ୍ଦେ କ୍ୟାମ୍ପର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବାକୁ ଯାଇଥିଲେ। ସିନ୍ଦେ କ୍ୟାମ୍ପ ଦାବି କରିଛି ଯେ ଯଦି ଏକନାଥ ଶିନ୍ଦେ ସିଏମ ନ ହୁଅନ୍ତି, ତେବେ ତାଙ୍କୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ମିଳିବା ଉଚିତ।

ଏନେଇ କେନ୍ଦ୍ର ମନ୍ତ୍ରୀ ଅଠାୱାଲେ କହିଛନ୍ତି ଯେ, ଯେତେବେଳେ ଏକନାଥ ଶିନ୍ଦେ ଜାଣିବାକୁ ପାଇଲେ ଯେ ଭାଜପା ହାଇକମାଣ୍ଡ, ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ (ମହାରାଷ୍ଟ୍ରର) ଭାବରେ ମନୋନୀତ କରିଛନ୍ତି, ସେତେବେଳେ ସେ ଟିକେ ଅସନ୍ତୁଷ୍ଟ ଥିଲେ। ଯାହା ମୁଁ ବୁଝିପାରୁଛି। କିନ୍ତୁ ଭାଜପାକୁ ୧୩୨ଟି ଆସନ ମିଳିଛି ଏବଂ ତେଣୁ ମୁଁ ଭାବୁଛି କିଛି ଉପାୟ ବାହାର କରାଯିବା ଉଚିତ। ଦେବେନ୍ଦ୍ର ଫଡନାଭିସଙ୍କୁ ସିଏମ କରାଯିବା ଉଚିତ। ଏକନାଥ ଶିନ୍ଦେ ଡେପୁଟି ସିଏମ ଭାବରେ ଦାୟିତ୍ୱ ଗ୍ରହଣ କରିପାରିବେ। ଯଦି ସେ ଡେପୁଟି ସିଏମ ହେବାକୁ ଆଗ୍ରହୀ ନୁହଁନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ କେନ୍ଦ୍ର ମନ୍ତ୍ରୀ କରାଯାଇପାରିବ। ମହାରାଷ୍ଟ୍ରର ଲୋକମାନେ ଚାହୁଁଛନ୍ତି ଯେ ଦେବେନ୍ଦ୍ର ଫଡନାଭିସ ସିଏମ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri