Posted inଖେଳ

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ ହେବ। ଏଥିପାଇଁ ଶୁକ୍ରବାର ୫୭୪ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ତନ୍ମଧ୍ୟରେ ୩୬୬ ଭାରତୀୟ ଖେଳାଳି ଅଛନ୍ତି। ଖେଳାଳିଙ୍କ ଟପ୍‌ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି। ଏଥିରେ ରିଷଭ ପନ୍ତ, ଶ୍ରେୟସ ଆୟର ଓ ଅର୍ଶଦୀପ ସିଂଙ୍କ ଚାହିଦା ରହିବ ବୋଲି ଆଶା କରାଯାଉଛି। ନିଲାମିରେ ଭାଗ ନେବାକୁଥିବା ସର୍ବକନିଷ୍ଠ ଖେଳାଳି ହେଲେ ଭାରତର ୧୯ ବର୍ଷ ବର୍ଷରୁ କମ୍‌ କ୍ରିକେଟର ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମେ ୧୫୭୪ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରିଥିଲା। ଶୁକ୍ରବାର ଏହୀ ସଂଖ୍ୟା ୫୭୪କୁ ହ୍ରାସ କରିଥିଲା। ଏଥିରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ୨୦୮ ରହିଛି। ବର୍ତ୍ତମାନର ସମସ୍ତ ଭାରତ ଖେଲାଳି ଟପ୍‌ ବେସ୍‌ ପ୍ରାଇସ୍‌ ବ୍ରାକେଟରେ ରହିଛନ୍ତି। ପନ୍ତ ସବୁଠାରୁ ଦାମି ଖେଳାଳି ହେବାକୁ ଯାଉଛନ୍ତି। ତାଙ୍କୁ ହୁଏତ ପଞ୍ଜାବ କିଙ୍ଗ୍ସ ଭଳି ଦଳ କ୍ରୟ କରିପାରେ, ଯାହା ପାଖରେ ଖେଳାଳି କ୍ରୟ ପାଇଁ ସର୍ବାଧିକ ୧୧୦.୫ କୋଟି ଟଙ୍କା ରହିଛି। ଅନ୍ୟ ଯେଉଁ ବଡ଼ ଖେଳାଳିମାନଙ୍କର ଚାହିଦା ରହିବ ସେମାନଙ୍କ ମଧ୍ୟରେ ଆଇପିଏଲ ବିଜୟୀ ଅଧିନାୟକ ଶ୍ରେୟସ ଆୟର, ଦକ୍ଷ ଅନ୍ତର୍ଜାତୀୟ ଟି୨୦ ବୋଲର ଅର୍ଶଦୀପ ସିଂ, କେ.ଏଲ୍‌ ରାହୁଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଓ ଆଭେଶ ଖାନ୍‌। ଖବର ଅନୁସାରେ ୮୧ ଖେଳାଳି ଟପ୍‌ ବ୍ରାକେଟରେ ରହିଥିବା ବେଳେ ୨୭ଜଣ ୧.୫ କୋଟି କାଟେଗୋରିରେ ଅଛନ୍ତି। ସେହିପରି ୧୮ଜଣ ୧.୨୫ କୋଟି କାଟେଗୋରିରେ ରହିଥିବା ବେଳେ ୨୩ଜଣଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରହିଛି। ଇଂଲଣ୍ଡର ଜୋସ ବଟଲର ଏବଂ ତାଙ୍କ ଦେଶର ହ୍ୟାରି ବ୍ରୁକ୍‌ ଓ ଜନି ବେୟାରଷ୍ଟୋଙ୍କ ନାମ ୧କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ବ୍ରାକେଟରେ ସ୍ଥାନ ପାଇଛନ୍ତି। ସେହିପରି ଅବସର ନେଇଥିବା ଜେମ୍ସ ଆଣ୍ଡରସନଙ୍କ ବେସ୍‌ ପ୍ରାଇସ୍‌ ୧.୨୫ କୋଟି ଟଙ୍କା ରଖାଯାଇଛି। ନିଲାମିରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ୪୮ ଏବଂ ନିଜ ଦେଶରୁ ଖେଳିଥିବା ୧୯୩ ବିଦେଶୀଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ପୂର୍ବତନ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବର୍ତ୍ତମାନ ଜଣେ ସହଯୋଗୀ ସଦସ୍ୟ ରାଷ୍ଟ୍ର ଖେଳାଳି। ସେ ଏବଂ ସିମର ସୌରଭ ନେଥ୍ରାଭାଲ୍‌କର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇ ନାହାନ୍ତି। ସେହିପରି ଏମ୍‌ଆଇ ଏମିରେଟ୍ସ ତରଫରୁ ଖେଳୁଥିବା ଇଯାଲୀର ଥୋମାସ ଡ୍ରାକା ମଧ୍ୟ ନିଲାମି ତାଲତିକାରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri