Posted inଖେଳ

ଥମୁନି ପିସିବି ଝଗଡ଼ା: ଶେଷରେ ଇସ୍ତଫା ଦେଲେ କୋଚ୍‌

କରାଚୀ, ୨୯ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସହିତ ମତାନ୍ତର ହେବାରୁ ଦେଶର ହ୍ବାଇଟ ବଲ୍‌ କୋଚ୍‌ ଗ୍ୟାରୀ କର୍ଷ୍ଟେନ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପିସିବି କର୍ଷ୍ଟେନଙ୍କୁ ୬ମାସ ପୂର୍ବେ ନିଯୁକ୍ତି ଦେଇଥିଲା।

ଦକ୍ଷିଣ ଆଫ୍ରିକାର ଏହି ୫୬ ବର୍ଷୀୟଙ୍କ ନେତୃତ୍ୱରେ ଭାରତ ୨୦୧୧ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ହୋଇପାରିଥିଲା। ପିସିବି ତାଙ୍କୁ ଚଳିତବର୍ଷ ଏପ୍ରିଲ ଶେଷରେ ନିଯୁକ୍ତି ଦେଇଥିଲା। କର୍ଷ୍ଟେନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି। ଆସନ୍ତା ମାସ ୪ରୁ ପାକିସ୍ତାନ ପୁରୁଷ ଦଳର ଅଷ୍ଟ୍ରେଲିଆ ହ୍ବାଇଟ୍‌ ବଲ୍‌ ଟୁର୍‌ ପାଇଁ ପିସିବି ତାଙ୍କ ସ୍ଥାନରେ ଜାସନ ଗିଲେସ୍ପିଙ୍କୁ କୋଚ୍‌ ଭାବେ ନିଯୁକ୍ତି ଦେଇଛି।

ରେଡ୍‌-ବଲ୍‌ କୋଚ୍‌ ଗିଲେସ୍ପି କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ କାମଚଳା ଭାବେ ହ୍ବାଇଟ୍‌ବଲ ଟୁର୍‌ ପାଇଁ ରାଜି ହୋଇଛନ୍ତି। ନିୟମିତ ସୀମିତ ଓଭର କୋଚ୍‌ ହେବାକୁ ତାଙ୍କର ଆଗ୍ରହ ନ ଥିବା କୁଆଡେ ପିସିବିକୁ କହିଛନ୍ତି। ପରେ ଜିମ୍ବାଓ୍ବେ ଟୁର୍‌ ଓ ଆଗକୁ ଖେଳାଯିବାକୁ ଥିବା ମ୍ୟାଚଗୁଡ଼ିକ ପାଇଁ କର୍ଷ୍ଟେନଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମନୋନୀତ କରିବା ଲାଗି ସେ କହିଛନ୍ତି। କର୍ଷ୍ଟେନଙ୍କ ଆକସ୍ମିକ ଇସ୍ତଫା ଉପରେ ପିସିବି ତରଫରୁ କୌଣସି ଟିପ୍ପଣୀ ଦିଆଯାଇନାହିଁ। ତେବେ ରବିବାର ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ବେ ଟୁର୍‌ ପାଇଁ ହ୍ବାଇଟ ବଲ୍‌ ଫର୍ମାଟ ଲାଗି ନୂଆ ଅଧିନାୟକ ମନୋନୟନ ବେଳେ ତାଙ୍କୁ ସାମିଲ କରାଯାଇ ନ ଥିବାରୁ କର୍ଷ୍ଟେନ ଇସ୍ତଫା ଦେଇଥିବା କୁହାଯାଉଛି।

ପିସିବି କୋଚ୍‌ମାନଙ୍କଠାରୁ ଦଳ ମନୋନୟନ ଅଧିକାର କରିନେଇଛି। ଏଣିକି କେବଳ ସିଲେକ୍ସନ କମିଟି ଦଳର ଖେଳାଳି ଚୟନ କରିବ। ଖେଳାଳି ଚୟନ ହେଉ ଅବା ଦଳର ଅନ୍ୟାନ୍ୟ ବ୍ୟାପାରରେ ତାଙ୍କଠାରୁ କ୍ଷମତା ପ୍ରତ୍ୟାହାର କରିନିଆଯିବା ପିସିବିର ମନମୁଖି କାର୍ଯ୍ୟ। ଏହାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କର୍ଷ୍ଟେନ ତାଙ୍କ ଇସ୍ତଫା ଦେବା ପୂର୍ବରୁ ଚେୟାରମ୍ୟାନ ମୋହସିନ ନକ୍‌ବୀଙ୍କୁ ସ୍ପଷ୍ଟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri