ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: ବିଜୁ ପଟ୍ଟନାୟକ-ଗୀତା ମେହେଟ୍ଟାଙ୍କୁ ନେଇ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୭।୧୦: ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି। ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦିଆ ନ ଯାଉ ବୋଲି ପାଣ୍ଡିଆନ ଚାହୁଁଥିବା ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାଟ୍ଟଶାଣୀ କହିଛନ୍ତି, ମୁଁ ସଂସଦରେ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲି। ଏହାପରେ ପାଣ୍ଡିଆନ ମୋତେ ଫୋନ କରି ସଂସଦରେ କାହିଁକି ପଚାରିଲି ବୋଲି ପଚାରିବା ସହ ତୁମର କ’ଣ ଦରକାର ଥିଲା, ତୁମେ କାହିଁକି ଏକଥା ଉଠାଇଲ ବୋଲି ମୋତେ କହିଥିଲେ।

କେବଳ ଏତିକି ନୁହେଁ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉରୀ ଗୀତା ମେହେଟ୍ଟାଙ୍କୁ ନେଇ ମଧ୍ୟ ପାଟ୍ଟଶାଣୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଗୀତା ମେହେଟ୍ଟାଙ୍କୁ ରାଜ୍ୟ ସଭା ପଠାଇବାକୁ ପାଣ୍ଡିଆନ ବିରୋଧ କରିଥିଲେ। ଥରେ ମୋତେ ପାଣ୍ଡିଆନ ଫୋନ କରି ତୁମେ କାହିଁକି ଗୀତାଙ୍କୁ ରାଜ୍ୟ ସଭା ପଠାଇବାକୁ କହୁଥିଲ ବୋଲି କହିଥିଲେ। ତାଙ୍କଠାରୁ ଏଭଳି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।

ସୂଚନାଯୋଗ୍ୟ, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ଗଣମାଧ୍ୟମକୁ ସେ କହିଥିଲେ, ପାଣ୍ଡିଆନଙ୍କ ପାଇଁ ସେ ବିଜେଡି ଛାଡ଼ିଛନ୍ତି ।
ସେ ଥିବା ଯାଏ ବିଜେଡି କେବେ ଜିତିବନି। ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛି ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ିଦେଲି। ତାଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା। ଯେ ପର୍ଯ୍ୟନ୍ତ ସେ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି। ଅମର ଶତପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି। ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ସେ କଥା ସମସ୍ତେ ଦେଖିଲେ। ଦଳରେ ଥିଲାବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି। ତାଙ୍କ ପ୍ରତି ମୋର ଦୁର୍ବଳତା ରହିବା ସ୍ବାଭାବିକ। ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି ଏବେ ମଧ୍ୟ କହୁ ନାହିଁ। ଲୋକେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହୁ ନାହାନ୍ତି। ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି ବୋଲି ପ୍ରସନ୍ନ କହିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ , ୨୦୨୪ରେ ବହୁ ଆଶା କରିଥିଲେ ମଧ୍ୟ ବିଜେଡି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ୍‌ ଦେଇ ନ ଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଭାଜପା ମୁହାଁ ହୋଇଥିଲେ ।
ନିର୍ବାଚନ ପ୍ରଚାର ବେଳେ ଭାଜପା ଉତ୍ତରୀୟ ପିନ୍ଧିଥିଲେ। ପରେ ଦିଲ୍ଲୀ ଯାଇ ଭାଜପାରେ ମିଶିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri