Posted inଖେଳ

ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ…

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ତାଙ୍କୁ ଖେଳାଳି ଭାବରେ ଟି -୨୦ଲିଗରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। କିନ୍ତୁ କ୍ରିକେଟ ପଡ଼ିଆରୁ ଦୂରେଇ ରହିବା ପରେ ମଧ୍ୟ ବ୍ରାଭୋ କ୍ରିକେଟ ସହ ସମ୍ପର୍କ ହରାଇ ନାହାଁନ୍ତି। ସେ କୋଚିଂ ଦୁନିଆରେ ପ୍ରବେଶ କରିଛନ୍ତି ଏବଂ ବର୍ତ୍ତମାନ ଆଇପିଏଲ ଦଳର କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ର ମେଣ୍ଟର ଭାବରେ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।

ସମସ୍ତ ଫର୍ମାଟରୁ ଅବସର ନେବା ପରେ ଡୱେନ ବ୍ରାଭୋଙ୍କୁ ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସର ଜର୍ସିରେ ଦେଖିବାକୁ ମିଳିବ, କିନ୍ତୁ ଖେଳାଳି ଭାବରେ ନୁହେଁ ବରଂ ଜଣେ ମେଣ୍ଟର ଭାବରେ। କୋଲକାତା ନାଇଟ ରାଇଡର୍ସର ସୋସିଆଲ ମିଡିଆ ପେଜ୍‌ଗୁଡ଼ିକ ମାଧ୍ୟମରେ ଏହି ଘୋଷଣା କରାଯାଇଛି, କ୍ୟାପସନରେ ଲେଖାଯାଇଛି – ଆମର ନୂଆ ମେଣ୍ଟର ଡିଜେ ‘ସାର୍‌ ଚାମ୍ପିୟନ’ ଙ୍କୁ ସ୍ବାଗତ, ଚାମ୍ପିୟନ ସହରକୁ ସ୍ବାଗତ!
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଥିଲେ। ଯାହାର ନେତୃତ୍ୱରେ କୋଲକାତା ନାଇଟ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ–ପ୍ରିୟଙ୍କା କଳିର ଶିକାର ମୁଁ: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨ା୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧୀ ପରିବାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ ରାହୁଲ ଗାନ୍ଧୀ ଓ...

ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର...

ପ୍ରଦୂଷଣରେ ଅଣନିଃଶ୍ୱାସୀ ସହରବାସୀ, ରାସ୍ତା ମରାମତି ପାଇଁ କେସ୍‌ ଦାୟର କଲେ ଆଇନଜୀବୀ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି...

ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା; ରେଲଓ୍ବେ କ୍ରସିଂରେ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରେନ, ତାପରେ…

ନୂଆଦିଲ୍ଲୀ,୨୨ା୧: ଝାଡ଼ଖଣ୍ଡର ଜସିଡିହରେ ଏକ ଟ୍ରକକୁ ଧକ୍କା ଦେଲା ଟ୍ରେନ । ଏହି ଦୁର୍ଘଟଣାରେ ଟ୍ରକ୍ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ, କୌଣସି...

ଅଭିଯୋଗକୁ ଖୋଲା ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର, ନବୀନ ବାବୁ….

ଭୁବନେଶ୍ୱର,୨୨ା୧: ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରୋକ୍ଷରେ ଟାର୍ଗେଟ କରିବା ପରେ ଗୁରୁବାର ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ...

ଟି୨୦ ବିଶ୍ୱକପ ବର୍ଜନ କଲା ବାଂଲାଦେଶ: ICCକୁ ଦାୟୀ କଲେ ସରକାର

ଢାକା,୨୨।୧: ବାଂଲାଦେଶ ଦଳ ଟି୨୦ ବିଶ୍ୱକପ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ...

ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ କି? ପିଅନ୍ତୁ ଏହି ଡ଼ାଲିର ପାଣି; ଶରୀରରୁ କୋଲେଷ୍ଟରଲ ସହ ଓଜନ…

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ...

ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି: ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଆମେରିକାର…

ଓ୍ବାଶିଂଟନ,୨୨।୧: ଭାରତ ହେବ ବିଶ୍ୱର ସର୍ବବୃହତ ଅର୍ଥନୀତି। ଆମେରିକାର ଏକ ପ୍ରମୁଖ ଘରୋଇ ଇକ୍ୱିଟି ଫାର୍ମ କାର୍ଲାଇଲ ଗ୍ରୁପର ସହ-ପ୍ରତିଷ୍ଠାତା ଡେଭିଡ ରୁବେନଷ୍ଟାଇନ ଏହି ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri